ସମ୍ବିତଙ୍କ ପରେ ପ୍ରୀତିନନ୍ଦାଙ୍କ ପ୍ରତିକ୍ରିୟା: କହିଲେ ‘ଭାଜପାରେ ଯୋଗ ଦେବା ଭଳି ଛାଡ଼ିବା ମଧ୍ୟ ବାପାଙ୍କ ନିଷ୍ପତ୍ତି’

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବୁଧବାର ବରିଷ୍ଠ ଭାଜପା ନେତା ଦାମୋଦର ରାଉତ ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତି ସରଗରମ। ଏହାକୁ ନେଇ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରତିକ୍ରିୟା ରଖି ଦାମ ଭାଜପାକୁ ଯିବା ନିଷ୍ପତ୍ତି ଭୁଲ ଥିଲା ବୋଲି କହିଥିଲେ। ଏହାପରେ ଝିଅ ପ୍ରୀତିନନ୍ଦା ରାଉତରାୟ କହିଛନ୍ତି, ଭାଜପାରେ ମିଶିବା ବାପାଙ୍କ ନିଷ୍ପତ୍ତି ଥିଲା। ଏବେ ଛାଡ଼ିବା ମଧ୍ୟ ତାଙ୍କ ନିଷ୍ପତ୍ତି। ସେ କହୁଥିଲେ, ତାଙ୍କୁ ଦଳରେ ଅଣଦେଖା କରାଯାଇଛି। ଏଣୁ ଯାହା ଚାହୁଁଛନ୍ତି ତାହା କରନ୍ତୁ ବୋଲି ଆମେ କହିଥିଲୁ ବୋଲି ସେ କହିଛନ୍ତି। ସେହିଭଳି ବିଜେଡିରୁ ପୁଣି ନିମନ୍ତ୍ରଣ ଆସିଲେ ଦାମ ଯିବେ କି ପ୍ରଶ୍ନରେ ସେ କହିଛନ୍ତି, ସେ ବିଜେଡିକୁ ଯିବା ନେଇ ଦଳର ସୁପ୍ରିମୋ ଯାହା କହିପାରିବେ।

ପ୍ରକାଶଯୋଗ୍ୟ, ଦାମ ଦଳରୁ ଇସ୍ତଫା ଦେବା ପରେ ନିଜର ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଭାଜପା ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ନିଜକୁ ଦଳରେ ଅଲୋଡ଼ା ମନେ କରୁଛି। ନିର୍ବାଚନ ପରେ ଏବେ ଦଳୀୟ କାର୍ଯ୍ୟକ୍ରମରେ ମୋ ଉପସ୍ଥିତିକୁ କେହି ଆବଶ୍ୟକ ମନେ କରୁନାହାନ୍ତି। ୩୫ ବର୍ଷ ଧରି ବିଧାୟକ, ୬ଥର ମନ୍ତ୍ରୀ ହେବା ପରେ ବି ନିଜକୁ ଅଲୋଡ଼ା ଭାବୁଛି। ଏହା ମୋ ଭିତରେ ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ଏଣୁ ସକ୍ରିୟ ରାଜନୀତିରୁ ସେ ସମ୍ପୂର୍ଣ୍ଣ ଅବ୍ୟାହତି ନେବାକୁ ବାଧ୍ୟ ହେଉଥିବା ଦାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଚାଞ୍ଚଲ୍ୟ: ୨୪ ଘଣ୍ଟାରେ ୩ ଜଣଙ୍କୁ ଗଳାକାଟି ହତ୍ୟା

କଟକ ଅଫିସ,୨୫।୭: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି ୩ ହତ୍ୟାକାଣ୍ଡ। ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବାବେଳେ ବୁଧବାର...

ରାଜ୍ୟରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ: ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୫ ଜଣ ଲୋକାଲ...

ଅଗଷ୍ଟରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ୱର,୪।୮(ବ୍ୟୁରୋ): ଚଳିତ ମାସରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା...

ରାଜ୍ୟ ଗାଇଡ୍‌ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ରାଜ୍ୟ ସଂସ୍ଥାର ସହକାରୀ ଗାଇଡ୍‌ କମିଶନର ଡ. ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆରେ ହେଉଥିବା ୨୪ତମ...

ବାତ୍ୟା ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁ ନାହିଁ, ଆମ୍ବ-ନଡ଼ିଆ ନ ଗୋଟାଇ ଲୋଭ ସମ୍ବରଣ କରନ୍ତୁ: ଏସ୍‌ଆରସି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱର ଜିଲାରେ ପଡ଼ିବ। ବାତ୍ୟା ସମୟରେ ସର୍ବାଧିକ ୧୮୫ କିମି ପବନ...

ରୋଡ୍‌ରୋମିଓଙ୍କୁ ଧରିବେ ମହିଳା ଏସ୍‌ପିଓ

ଭୁବନେଶ୍ୱର,୩ା୧(ବ୍ୟୁରୋ): ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣ ଦିଗରେ ବଡ଼ ପଦକ୍ଷେପ ନେଇଛି କମିଶନରେଟ ପୋଲିସ। ଗୁରୁବାର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଗଠନ ହୋଇଛି ସ୍ବତନ୍ତ୍ର ପୋଲିସ...

ମୁଲତବୀ ପ୍ରସ୍ତାବକୁ ନେଇ ହଟ୍ଟଗୋଳ: ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧।୭(ବ୍ୟୁରୋ) କୃଷି ଓ କୃଷକଙ୍କ ମୁଲତବୀ ପ୍ରସ୍ତାବ କାହିଁକି ଗ୍ରହଣ କରାଗଲାନାହିଁ, ଏହାର ଜବାବ ଦିଆଯାଉ ତା’ପରେ ଗୃହ ଚାଲିବ। ସୋମବାର ପ୍ରଶ୍ନୋତ୍ତର ଆରମ୍ଭରୁ କଂଗ୍ରେସ...

ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ। ସେ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ...

Advertisement
Archives

Model This Week