ସମ୍ବଲପୁର ରେଳ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ବୈଠକ : କଣ୍ଟାବାଞ୍ଜିରେ ଓ୍ବାଗନ ଫ୍ୟାକ୍ଟ୍ରି ପ୍ରସ୍ତାବ, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼କୁ ଚଳାଚଳ

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନର ଉନ୍ନତି ପାଇଁ ଗୁରୁବାର ସମ୍ବଲପୁର ହୋଟେଲ ଗ୍ରାଣ୍ଡ ଶିବାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଭିଜନର ଆଭ୍ୟନ୍ତରୀଣ ଓ ବାହ୍ୟ ବିକାଶ କରିବା ସହ ଅନ୍ୟ ସହରଗୁଡିକୁ ରେଳ ସଂଯୋଗ ନେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ ହୋଇଥିଲା। ଏଥି ମଧ୍ୟରେ ମୁଖ୍ୟ ଭାବେ କଣ୍ଟାବାଞ୍ଜିରେ ଓ୍ବାଗନ ନିର୍ମାଣ, ସମ୍ବଲପୁର ଷ୍ଟେଶନରେ ଟିକଟ ଘର ବୃଦ୍ଧି, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼ ପର୍ଯ୍ୟନ୍ତ ଚଳାଚଳ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ବରଗଡ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ଏମପି ନୀତେଶ ଗଙ୍ଗଦେବ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂ ଦେଓ, କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ଛତିଶଗଡର ମହାସମୁନ୍ଦ ଏମ୍‌ପି ଚୁନିଲାଲ ସାହୁ ଓ ରାଜ୍ୟ ସଭା ସଦସ୍ୟ ଏନ. ଭାସ୍କର ରାଓ ଏବଂ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ରହି ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ବିଷୟରେ ଜଣାଇଥିଲେ। ସେହି ପ୍ରସଙ୍ଗରେ ରେଳପଥର ଉଚ୍ଚ ପଦାଧିକାରୀମାନଙ୍କ ସହ ଏମ୍‌ପିମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇଥିଲା। ବରଗଡ ଏମ୍‌ପି ସୁରେଶ ପୂଜାରୀ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ ରୋଡ କିମ୍ବା ବଲାଙ୍ଗୀର ପର୍ଯ୍ୟନ୍ତ ଚଳାଚଳ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତା’ସହ ବଲାଙ୍ଗୀରରୁ ପ୍ରୟାଗରାଜ ଓ ବଲାଙ୍ଗୀରରୁ ଭୁବନେଶ୍ୱରକୁ ନୂଆ ଟ୍ରେନ ଆରମ୍ଭ, ବରଗଡ ରୋଡ ଷ୍ଟେଶନର ପ୍ଳାଟଫମ ୨କୁ ପ୍ରଶସ୍ତୀକରଣ ଏବଂ ଅତାବିରା, ବରପାଲି, ଗୋଡଭଗା ଷ୍ଟେଶନର ପ୍ଲାଟଫର୍ମ ୨ରେ ଶେଡ ନିର୍ମାଣ ଏବଂ ବରଗଡ଼ ରୋଡ୍‌ରେ ପାଣି ସୁବିଧା, ସମ୍ବଲପୁର ଓ ସମ୍ବଲପୁର ସିଟି, ରେଢ଼ାଖୋଲ ଓ ବାମୁର ଷ୍ଟେଶନର ଫାଟକରେ ଆଲୋକ ବ୍ୟବସ୍ଥା ପ୍ରସ୍ତାବ ରହିଛି। ସେହିଭଳି ସମ୍ବଲପୁରର ଉଭୟ ଫାଟକରେ କୋଚ ଡିସପ୍ଲେ, ବରଗଡ ଷ୍ଟେଶନରେ ଏକ୍ସପ୍ରେସ ଟ୍ରେନର ରହଣି ସୀମା ୫ ମିନିଟକୁ ବୃଦ୍ଧି, ଡୁଙ୍ଗୁରୀପାଲି ମାଲବାହୀ ଷ୍ଟେଶନରେ ଶେଡ ନିର୍ମାଣ, ଅତାବିରା ଷ୍ଟେଶନରେ ନାଗଓ୍ବାଲି ଏକ୍ସପ୍ରେସ ରହଣି ଆଦି ପ୍ରସ୍ତାବ ପୂଜାରୀ ବୈଠକରେ ରଖିଛନ୍ତି। ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ ସମ୍ବଲପୁର ଜଙ୍କସନରୁ ସମ୍ବଲପୁର ସିଟି ଭିତରେ ମଡେଲ ଲିଙ୍କ ରୋଡ, ସମ୍ବଲପୁର ଉଭୟ ଷ୍ଟେଶନରେ ୮ଘଣ୍ଟା ଆରପିଏଫ ମୁତୟନ, ସମ୍ବଲପୁର ଷ୍ଟେଶନରେ ଅଧିକ ଟିକଟ ଗୃହ ନିର୍ମାଣ ଆଦି ପ୍ରସ୍ତାବ ଦେଇଛନ୍ତି। ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂହଦେଓ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ନିର୍ମାଣ ଶୀଘ୍ର ସାରିବାକୁ, କଣ୍ଟାବାଞ୍ଜିରେ ୭୫୦ ଏକର ରେଲଓ୍ବେ ଜମିରେ ଓ୍ବାଗନ ଫ୍ୟାକ୍ଟ୍ରି ନିର୍ମାଣ, କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ, ଭୁବନେଶ୍ୱର-ସମ୍ବଲପୁର ଇଣ୍ଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ଚଳାଚଳ, ସମତା ଏକ୍ସପ୍ରେସକୁ ହରିୟାଣାର ଭିଓ୍ବାନୀ ପର୍ଯ୍ୟନ୍ତ ଚଳାଚଳ, ଦୁର୍ଗ-ଜଗଦଲପୁର ଏକ୍ସପ୍ରେସର ହରିଶଙ୍କର ରୋଡରେ ରହଣି ଆଦି ପ୍ରସ୍ତାବ ଦେଇଛନ୍ତି। ସେହିପରି ସପ୍ତଗିରି ଉଲାକାଙ୍କ ମୁନିଗୁଡା, ଡୋଇକାଲୁ ଷ୍ଟେଶନ ନିକଟରେ ଅଣ୍ଡରଗ୍ରାଉଣ୍ଡ ପ୍ୟାସେଜ ନିର୍ମାଣ, ଥେରୁବାଲି-ପୁଲମା ଲେଭଲ କ୍ରସିଂର ଉଭୟ ପାର୍ଶ୍ୱରେ ଶେଡ ନିର୍ମାଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଅନ୍ୟପଟେ ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ, ଚୁନିଲାଲ ସାହୁ ପ୍ରମୁଖ ନିଜ ଅଞ୍ଚଳର ସମସ୍ୟା ସହ ପ୍ରସ୍ତାବ ବିଷୟରେ ବୈଠକରେ ଉପସ୍ଥାପନ କରିଛନ୍ତି। ତେବେ ଏ ସମ୍ପର୍କରେ ରେଲଓ୍ବେ ବୋର୍ଡରେ ଆଲୋଚନା ହୋଇ ପ୍ରସ୍ତାବିତ ପ୍ରକଳ୍ପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ପାଇଁ ଲମ୍ବାଧାଡିରେ ଅପେକ୍ଷା କରିବେ ନାହିଁ ଗର୍ଭବତୀ

ଭୁବନେଶ୍ୱର,୮।୭(ବ୍ୟୁରୋ): ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ...

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରିହର୍ସାଲ୍‌

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟରେ କଟକଣାରେ ପାଳିତ ହେବ ରାଜ୍ୟ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ...

ବଦଳିବ ଭୁବନେଶ୍ୱର ରେଳଷ୍ଟେଶନ ରୂପ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ):ଭୁବନେଶ୍ୱର ରେଳ ଷ୍ଟେଶନ ବିଶ୍ୱସ୍ତରୀୟ ହେବ । ଏ ନେଇ ଟେଣ୍ଡର ହୋଇଛି। କାମ ଖୁବଶୀଘ୍ର ଆରମ୍ଭ ହେବ ଓ ୨୪ ମାସ ଭିତରେ ପ୍ରକଳ୍ପ...

୭୫୧୬ ଜରୁରୀ ସେବା ପ୍ରଦାନ କରିଛି ଭିକ୍ଟର କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଅପରାଧ, ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କୁ ତ୍ୱରିତ ସହାୟତା ଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟ...

ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ

ଜୁନାଗଡ଼, ୨୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାରିଙ୍ଗ ଜଙ୍ଗଲ ଗଣ ବଳାତ୍କାର ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣାକୁ ନେଇ ସୋମବାର ରାଜ୍ୟ ମହିଳା...

ଖୁଡ଼ିଙ୍କ ଗଳା କାଟିଲେ ପୁତୁରା

ବାରିପଦା ଅଫିସ,୨।୮: ଜମିବାଡ଼ି ବିବାଦରୁ ବାସନ୍ତୀ ପୂର୍ତ୍ତି(୫୫) ନାମ୍ନୀ ଜଣେ ବିଧବାଙ୍କୁ ତାଙ୍କ ପୁତୁରା ଗଳା କାଟି ହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ...

ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଦେବାଳୟରେ ୧୪୪ ଧାରା

ଖୋର୍ଦ୍ଧା ଅଫିସ,୧୪ା୧: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତ ଦେବାଳୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ...

ଓମ୍‌ଫେଡ କେନ୍ଦ୍ରରେ ଗ୍ୟାସ ଲିକ୍‌

କୋକସରା୧୬।୭: କଳାହାଣ୍ଡି ଜିଲା କୋକସରା ଓମ୍‌ଫେଡ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ମରାମତି ବେଳେ ଶୁକ୍ରବାର ଗ୍ୟାସ ଲିକ୍‌ ହୋଇଛି। ଏଥିରେ ୩ ମେକାନିକ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week