ସମ୍ବଲପୁରରେ ଏନ୍‌କାଉଣ୍ଟର୍‌: କୁଖ୍ୟାତ ଅପରାଧୀ ତ୍ରିଦେବ ଆହତ

ସମ୍ବଲପୁର,୧୦ା୯(ବ୍ୟୁରୋ): ସମ୍ବଲପୁର ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତ୍ରିଦେବ ବାଗ(୨୫) ମଙ୍ଗଳବାର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ତାଙ୍କୁ ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ତ୍ରିଦେବଙ୍କ ନିକଟରୁ ୩୦ ହଜାର ଟଙ୍କା, ଗୋଟିଏ ଦେଶୀ ପିସ୍ତଲ, ୩ ମୋବାଇଲ ଫୋନ୍‌, ୨ ଜୀବନ୍ତ ଗୁଳି, ଏକ ମୋଟରସାଇକେଲ ଓ ଲୁଟ୍‌ ହୋଇଥିବା ୩ଟି ସୁନା ଚେନ ଜବତ ହୋଇଛି। ଘଟଣାସ୍ଥଳରୁ ଅନ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ତ୍ରିଦେବଙ୍କ ନାମରେ ସମ୍ବଲପୁର ଜିଲା ଅଇଁଠାପାଲି, ଧନୁପାଲି ଥାନାରେ ପ୍ରାୟ ୮ଟି ମାମଲା ରହିଥିବା ବେଳେ ଦେବଗଡ଼ ଜିଲାରେ ମଧ୍ୟ ଏକାଧିକ ମାମଲା ରହିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଏସ୍‌ପି ବିଶାଳ ସିଂ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ କୁଲୁଥକାନୀ-ଧନକଉଡ଼ା ନିଛାଟିଆ ସ୍ଥାନରେ କିଛି ଦୁର୍ବୃତ୍ତ ଥିବା ପୋଲିସକୁ ଖବର ମିଳିଥିଲା। ପରେ ଧନୁପାଲି ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ତ୍ରିଦେବ ଗୁଳିଚାଳନା କରିଥିଲେ। ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋକନାଥ ମନ୍ଦିର ଉନ୍ନତୀକରଣ କାମ ଆଗେଇନି

ପୁରୀ ଅଫିସ, ୧୩ା୨:ଆଉ ଦିନ କେଇଟା ପରେ ମହାଶିବରାତ୍ରୀ ତଥା ଯାଗର ଯାତ୍ରା। ଏଥିପାଇଁ ସମସ୍ତ ଶୈବପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର...

ଯୁବପିଢ଼ି ହିଁ ବଡ଼ଧରଣର ସମାଧାନ କରିପାରିବେ

କେନ୍ଦ୍ରାପଡ଼ା/ଡେରାବିଶ, ୧୮ା୮(ଜଗନ୍ନାଥ ଧଳ/ବେବର୍ତ୍ତା ଅଜୟ ଦାସ): ଆମମାନଙ୍କ ମଧ୍ୟରେ ପ୍ରଶ୍ନ ପଚାରିବାର ମାନସିକତା ପିଲାବେଳେ ଦେଖାଦେଇଥାଏ। ପିଲାମାନେ ପଚାରି ପଚାରି ସବୁକଥା ଜାଣିବାକୁ ପାଇଥାନ୍ତି। ପରବର୍ତ୍ତୀ...

ପୁଅକୁ ହତ୍ୟା କଲେ ବାପା

ନବରଙ୍ଗପୁର,୧୧ା୭(ବି.ପ୍ର.): ନିଜର ଏକମାତ୍ର ପୁଅକୁ ହତ୍ୟା ଜଣେ ମଦ୍ୟପ ବାପା ହତ୍ୟା କରିବା ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ା ଥାନା ଅନ୍ତର୍ଗତ ଗୋଡ଼ିଗାଁ...

ବୋନସ ପ୍ରଦାନକୁ ନେଇ ଶ୍ରମିକ ସଂଘର ଧାରଣା ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କର୍ମଚାରୀଙ୍କ ବୋନସକୁ ନେଇ ଗୁରୁବାର ଶ୍ରମିକ ସଂଘ ପକ୍ଷରୁ ବାଲେଶ୍ୱର ଆଲଏଜ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରବଳ...

ଆଇନ ଜାଲରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଛେଣ୍ଡିପଦା,୩।୪ (ସ୍ବ.ପ୍ର.) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତିକୁ ନେଇ ହୋଇଥିବା ମାମଲା ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ଅଟକିଛି। ଏହି କାରଣରୁ ଅନେକ ବିଦ୍ୟାଳୟ ଓ...

ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ

କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ...

ଅଚଳ ଇଭିଏମକୁ ବଦଳାଗଲା

ଚାନ୍ଦବାଲି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତର ମଉସୁଧା ସ୍କୁଲର ୧୨୬ନଂ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି।...

କାଳବୈଶାଖୀରେ ଗଛପଡ଼ି ଚାଲିଗଲା ମହିଳାଙ୍କ ଜୀବନ

କେନ୍ଦୁଝର,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ମାରଦା ଗ୍ରାମରେ ବୁଧବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଏକ ଗଛ ଉପୁଡ଼ିପଡ଼ିବାରୁ ଜଣେ ମହିଳାଙ୍କ ଜୀବନ ଯାଇଛି।...

Advertisement
Archives

Model This Week