ନୂଆଦିଲ୍ଲୀ,୧୭।୪ : ଦୁଇଟି ପର୍ଯ୍ୟାୟରେ ଏବେ ଲକ୍ଡାଉନ ମେ ମାସ ୩ ଯାଏ ବଢ଼ିଛି। ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ଯାଏ ବୁକିଂ ହୋଇଥିବା ଟିକେଟର ସମ୍ପୂର୍ଣ୍ଣ ଅର୍ଥ ବିମାନ କମ୍ପାନୀଗୁଡିକ ଯାତ୍ରୀଙ୍କୁ ଫେରାଇବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ କମ୍ପାନୀଗୁଡିକୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଡାଉନ ସବୁ ବିମାନ କମ୍ପାନୀ ଟିକେଟ ବାତିଲ କରିଛନ୍ତି। ହେଲେ ଲୋକଙ୍କ ବୁକିଂ ଅର୍ଥ ଏବେ ଯାଏ ଫେରସ୍ତ କରିବା ନେଇ କୌଣସି ପଦକ୍ଷେପ ଘୋଷଣା କରିନାହାନ୍ତି। ସୂଚନାଯୋଗ୍ୟ ଏହି ସମୟ ଅବଧିରେ ଲୋକମାନେ ଟ୍ରେନ୍ ଟିକେଟ ଉପରେ ସମ୍ପୂର୍ଣ୍ଣ ରିଫଣ୍ଡ ପାଇବେ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶ ଜାରି ହେବା ପରେ ଯାତ୍ରୀ ବିମାନ ଟିକେଟ ବୁକିଂ ଅର୍ଥ ଫେରିପାଇବା ନେଇ ସ୍ପଷ୍ଟ ହୋଇଛି। ଯାତ୍ରୀ ଟିକେଟ କ୍ୟାନ୍ସେଲ ଅନୁରୋଧ କରିବାର ୩ ସପ୍ତାହ ମଧ୍ୟରେ ରିଫଣ୍ଡ କରିବାକୁ କୁହାଯାଇଛି। ରିଫଣ୍ଡ ନେଇ ଗତ କିଛିଦିନ ହେବ ଯାତ୍ରୀଙ୍କ ମଧ୍ୟରେ ବେଶ୍ ଆଶଙ୍କା ପ୍ରକାଶ ପାଇଥିଲା। ବିମାନ କମ୍ପାନୀଗୁଡ଼ିକର ସିଇଓଙ୍କ ସହ ସରକାର ଆଲୋଚନା କରିବା ପରେ ଏହି ପ୍ରସଙ୍ଗ ଏବେ ସ୍ପଷ୍ଟ ହୋଇଛି।

ଅଟୋମୋବାଇଲ ଡିଲରଶିପରେ ଛଟେଇ ଆଶଙ୍କା
ନୂଆଦିଲ୍ଲୀ,୧୫।୬: ଗତ ବର୍ଷ ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଡିଲରଶିପ ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥିଲା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଏହି...

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି
ଲଣ୍ଡନ,୨୦-୯: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ଗୁରୁବାର ଅକ୍ଟୋବର ୧୭ ଯାଏ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ହାଜତ...

ଚୋକ୍ସିଙ୍କୁ ଦିଆଯିିବ ଏୟାର ଆମ୍ବୁଲାନ୍ସ ସହାୟତା
ନୂଆଦିଲ୍ଲୀ,୨୩-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶନିବାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ବିରୋଧରେ ଏକ ସତ୍ୟପାଠ...

ଏୟାର ଇଣ୍ଡିଆ ବିକ୍ରି; ମନ୍ତ୍ରିଗୋଷ୍ଠୀର ନେତୃତ୍ୱ ନେବେ ଅମିତ ଶାହ
ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏୟାର ଇଣ୍ଡିଆ ବିକ୍ରି(ପୁଞ୍ଜି ପ୍ରତ୍ୟାହାର) ସଂକ୍ରାନ୍ତ ପୁନର୍ଗଠିତ ମନ୍ତ୍ରିଗୋଷ୍ଠୀର ନେତୃତ୍ୱ ନେବେ। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ...

ରୁଷିଆରୁ ତେଲ ଆଣିବାକୁ ଭାରତୀୟ କମ୍ପାନୀ ଆଗ୍ରହୀ
ନୂଆଦିଲ୍ଲୀ,୧୮ା୩ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍) ରୁଷିଆରୁ ଅଶୋଧି ତୈଳ ଆମଦାନୀ ନେଇ ସୂଚନା ମିଳିବା ପରେ...

ଫେସ୍ବୁକ୍ରେ ଆସନ୍ତା ୫୦ ବର୍ଷ; ଜୀବିତଙ୍କଠୁ ଅଧିକ ହେବ ମୃତକଙ୍କ ପ୍ରୋଫାଇଲ
ନୂଆଦିଲ୍ଲୀ,୨୯-୪: ଫେସ୍ବୁକରେ ମୃତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆସନ୍ତା ୫୦ ବର୍ଷ...

୩,୩୦୦ କୋଟିର ହାଓଲା ର଼୍ୟାକେଟ ଠାବ
ନୂଆଦିଲ୍ଲୀ,୧୨-୧୧: ଆୟକର ବିଭାଗ ପକ୍ଷରୁ ୩,୩୦୦ କୋଟି ଟଙ୍କାର ହାଓଲା ର଼୍ୟାକେଟ ଠାବ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସୂଚନା ଦେଇଛି। ଏହାର...

କମିପାରେ ଖାଇବା ତେଲ ମୂଲ୍ୟ
ନୂଆଦିଲ୍ଲୀ,୧୨।୯: ଗତ ୧୪ ମାସ ମଧ୍ୟରେ ଭାରତୀୟ ବଜାରର ଖୁଚୁରା ଖାଇବା ତେଲ ମୂଲ୍ୟ ପ୍ରାୟ ୭୦% ବୃଦ୍ଧି ଘଟିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା...