ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ, ୨୯। ୩: କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶରେ ପାସେଞ୍ଜର ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ରେଳଯାତ୍ରୀଙ୍କ ଟିକେଟକୁ ଆଗାମୀ ଏପ୍ରିଲ ୧୪ ଯାଏ ବାତିଲ କରି ଦିଆଯାଇଛି। ୨୧ ମାର୍ଚ୍ଚରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଯାତ୍ରା ଅବଧିର ସମସ୍ତ ଟିକେଟ ବାବଦ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବା ଲାଗି ଭାରତୀୟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଟିକେଟ ଅର୍ଥ ଫେରସ୍ତ ନିୟମରେ ଛାଡ ଜାରି ରଖିବା ଲାଗି ମାର୍ଚ୍ଚ ୨୧ରେ କାର୍ଯ୍ୟକାରୀ ହୋଇଥିବା ନିର୍ଦ୍ଦେଶ ଅଧୀନ ଏହି ଅତିରିକ୍ତ ପଦକ୍ଷେପ ହାତକୁ ନିଆଯିବ। ୨୭ ତାରିଖ ପୂର୍ବରୁ ବାତିଲ ହୋଇଥିବା ଟିକେଟ ଅର୍ଥ ଫେରିପାଇବା ଲାଗି ଯାତ୍ରୀଙ୍କୁ ଟିକେଟ ଜମା ରସିଦ ବା ଟିଡିଆର୍‌ ଦେବାକୁ ପଡିବ। ରିଫଣ୍ଡ ବାଲାନ୍ସ ଅର୍ଥ ପାଇବା ଲାଗି ପୂରଣ ହୋଇଥିବା ଫର୍ମ ଯେକୌଣସି ଜୋନାଲ ରେଲଓ୍ବେ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ କିମ୍ବା ମୁଖ୍ୟ ଦାବି ଅଧିକାରୀଙ୍କୁ ୨୧ ଜୁନ ସୁଦ୍ଧା ଜମା କରିବାକୁ ହେବ। ବ୍ୟବହାରିକ ଉପଯୋଗ ଲାଗି ଉଦ୍ଦିଷ୍ଟ ଫର୍ମ ରେଳପଥ ପକ୍ଷରୁ ପ୍ରଦାନ କରାଯିବ। ଏହା ମାଧ୍ୟମରେ ଯାତ୍ରୀ ଟିକେଟ ରଦ୍ଦ କରିବା ସମୟରେ କଟାଯାଇଥିବା ଅର୍ଥ ରାଶି ଫେରିପାଇବାକୁ ସୁବିଧା ଲାଭ କରିପାରିବେ। ୨୭ ତାରିଖ ପୂର୍ବରୁ ବାତିଲ ହୋଇଥିବା ଟିକେଟ ପାଇଁ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରାଯିବ। ଯେଉଁ ଆକାଉଣ୍ଟ ଦ୍ୱାରା ଯାତ୍ରୀଙ୍କ ଟିକେଟ ବୁକିଂ ହୋଇଥିଲା ସେଥିରେ ବାଲାନ୍ସ ରିଫଣ୍ଡ ରାଶି ଜମା କରିଦିଆଯିବ। ରିଫଣ୍ଡ ରାଶି ପ୍ରଦାନ କରିବା ଲାଗି ଆଇଆର୍‌ସିଟିସି ଏକ ଚାର୍ଟ ପ୍ରସ୍ତୁତ କରିବ। ଟିକେଟ ବାତିଲ ଅର୍ଥ ଫେରାଇବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ’

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସିଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ...

ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଆବେଦନ ଖାରଜ: ୧୩ ସେପ୍ଟେମ୍ବରରେ ହେବ ପରୀକ୍ଷା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଖାରଜ କରି...

ଆଗାମୀ ଦିନରେ ସମ୍ପୂର୍ଣ୍ଣ ସରକାର-ସମାଜକୁ ସମନ୍ବିତ ହେବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ମେ ୩ ତାରିଖରେ ଶେଷ ହେବ ଲକ୍‌ଡାଉନ୍‌। ଏହାପରେ ବାହାରେ ଫସି ରହିଥିବା ଓଡ଼ିଆ ଘରକୁ ଫେରିବେ। ହେଲେ ଆକ୍ରାନ୍ତ ରାଜ୍ୟରୁ ଫେରୁଥିବାରୁ ସଂକ୍ରମଣ...

ହିନ୍ଦୁ ଦେବଦେବୀଙ୍କୁ ଆମାଜନର ଅପମାନ: ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭।୫: ଇ-କମର୍ସ କମ୍ପାନୀ ଆମାଜନ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧର ଶିକାର ହୋଇଛି। କମ୍ପାନୀର ଟଏଲେଟ ସିଟ ବିକ୍ରି ହେଉଥିବା ସ୍ଥାନରେ ଟଏଲେଟ କଭର୍‌ ଉପରେ...

୨୧ଦିନରେ ୭ ଗୁଣ ବଢ଼ିଗଲେ ଆକ୍ରାନ୍ତ

ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବିଶେଷକରି ମେ’ ମାସରେ ସ୍ଥିତି ଅଧିକ ବିଗିଡିବାରେ...

ମାଇକ୍ରୋସଫ୍ଟ ବୋର୍ଡରୁ ଇସ୍ତଫା ଦେଲେ ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ,୧୫।୩: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରୁ ଶନିବାର ଇସ୍ତଫା ଦେଇଛନ୍ତି। ସମାଜ ସେବା ଏବଂ ଦାତବ୍ୟ କାର୍ଯ୍ୟରେ ଅଧିକ...

ଚାଇନା ବିରୋଧରେ ଏକାଠି ହେଲେ ବ୍ୟବସାୟୀ

ନୂଆଦିଲ୍ଲୀ,୧୮।୬: ଚାଇନା ସେନା ଦ୍ୱାରା ଭାରତୀୟ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ନିନ୍ଦା କରାଯାଇଛି। ଚାଇନାର ଏଭଳି ନୀତିକୁ...

ଆର୍ଜେଣ୍ଟିନାର ୬ ରଗ୍‌ବୀ ଖେଳାଳିଙ୍କୁ କରୋନା

ଓ୍ବେଲିଂଟନ, ୬ା୯ (ଏପି): କୋଭିଡ୍‌-୧୯ ଟେଷ୍ଟରେ ଆର୍ଜେଣ୍ଟିନା ଜାତୀୟ ରଗ୍‌ବୀ ଦଳର ୬ଜଣ ସଦସ୍ୟଙ୍କର ପଜିଟିଭ ଆସିଛି। ଏହି ଖେଳାଳିମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ...

Coronavirus Update


Archives

Model This Week

Why Dharitri