ସମାଧାନ ହେବ ଜେଟ୍‌ ଏୟାରଓ୍ବେଜ୍‌ ସମସ୍ୟା

ନୂଆଦିଲ୍ଲୀ,୧୫-୬: ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମୁହଁ ଖୋଲିଛନ୍ତି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ଏୟାରଲାଇନ୍ସ ସମସ୍ୟାର ସମାଧାନ ହୋଇଯିବ ବୋଲି ତାଙ୍କର ଆଶାରହିଛି। ସୂଚନାଥାଉ କି, ଭାରି ଋଣ ଓ ପ୍ରତିଯୋଗିତାର ଭାର ସମ୍ଭାଳିବାରେ ବିଫଳ ହେବା ପରେ ଜେଟ୍‌ ଏୟାରଓ୍ବେଜ୍‌ର ଋଣପ୍ରଦାନକାରୀଙ୍କ ପକ୍ଷରୁ ନୂଆ ନିବେଶକ ଖୋଜା ଚାଲିଛି। ଅଦ୍ୟାବଧି ଏଥିରେ କୌଣସି ସଫଳତା ମିଳି ନାହିଁ। ଏହି ସେକ୍ଟରକୁ ପୁନର୍ବାର ଗତିଶୀଳ କରିବା ତାଙ୍କର ପ୍ରାଥମିକତା ହେବ ବୋଲି ଦର୍ଶାଇ ପୁରୀ କହିଛନ୍ତି ଯେ, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ତ୍ରୁଟିବିଚ୍ୟୁତି ହୋଇଛି, ଯାହାର ସୁଧାର ଆବଶ୍ୟକ। ଅନ୍ୟପକ୍ଷରେ ଏଭିଏଶନ ରେଗୁଲେଟର(ଡିଜିସିଏ) କମ୍ପାନୀର ଇଞ୍ଜିିନିୟରିଂ ବିଭାଗର ଅଥରାଇଜେଶନକୁ ରଦ୍ଦ କରିଦେଇଛି। ଏହାର ସିଧାସଳଖ ପ୍ରଭାବ କମ୍ପାନୀର ବିମାନ ଏବଂ ସମ୍ପତ୍ତି ଉପରେ ପଡିବ। କାରଣ ଉଡ଼ାଣ ନ ଭରିବା ସ୍ଥିତିରେ ମଧ୍ୟ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ।
ଜେଟ୍‌ର ଇଞ୍ଜିନିୟରିଂ ଅଥରାଇଜେଶନ ରଦ୍ଦ
ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌କୁ ଆଉ ଏକ ଝଟକା ଲାଗିଛି। ଏଭିଏଶନ ରେଗୁଲେଟର(ଡିଜିସିଏ) କମ୍ପାନୀର ଇଞ୍ଜିିନିୟରିଂ ବିଭାଗର ଅଥରାଇଜେଶନକୁ ରଦ୍ଦ କରିଦେଇଛି। ଅର୍ଥାତ ଜେଟ୍‌ର ଇଞ୍ଜିନିୟରିଂ ବିଭାଗ ଏବେ ଆଉ କୌଣସି କାମ କରିପାରିବ ନାହିଁ। ଏହାର ସିଧାସଳଖ ପ୍ରଭାବ କମ୍ପାନୀର ବିମାନ ଏବଂ ସମ୍ପତ୍ତି ଉପରେ ପଡିବ। କାରଣ ଉଡ଼ାଣ ନ ଭରିବା ସ୍ଥିତିରେ ମଧ୍ୟ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ। ଜେଟ୍‌ ଏୟାରଓ୍ବେଜ୍‌ରେ ପ୍ରାୟ ୫୦୦ ଇଞ୍ଜିନିୟର ରହିଛନ୍ତି। କମ୍ପାନୀ ନିକଟରେ ଏବେ ମାତ୍ର ୧୪ ବିମାନ ରହିଛି। ଅନ୍ୟ ବିମାନ ସବୁ ଲିଜ୍‌ରେ ନିଆଯାଇଥିଲା। ମାସିକ ଦେୟ ପ୍ରଦାନ କରା ନ ଯିବାରୁ ଲିଜ୍‌ ଦେଇଥିବା ବିମାନ କମ୍ପାନୀ ଏହାକୁ ପ୍ରତ୍ୟାହାର କରିନେଇଛି। ଏ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜେଟ୍‌ର ଇଞ୍ଜିନିୟରିଂ ବିଭାଗ ବିମାନର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁ ନ ଥିବାରୁ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଦିର ସ୍ବତନ୍ତ୍ର ବର୍ଗୀକରଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭-୧୧: ବିଭିନ୍ନ ଉତ୍ପାଦର ରପ୍ତାନି ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ବର୍ଗୀକରଣ ତାଲିକାରେ ଖଦି ସ୍ଥାନ ପାଇଛି। ଚଳିତ ମାସ ୪ ତାରିଖରେ...

ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ଖୁଲାସା ହେଲା ବୃହତ୍‌ ଇଚ୍ଛାକୃତ ଖିଲାପକାରୀଙ୍କ ନାମ

ମୁମ୍ବାଇ,୨୨-୧୧: ବ୍ୟାଙ୍କଗୁଡିକରୁ ବୃହତ୍‌ ପରିମାଣର ଋଣ ନେଇ ପଇଠ କରି ନ ଥିବା ବୃହତ୍‌ ଇଛାକୃତ ଖିଲାପକାରୀଙ୍କ ନାମକୁ ରିଜର୍ଭ ବ୍ୟାଙ୍କ ଶେଷରେ ଖୁଲାସା କରିଛି।...

୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଇଣ୍ଡିଆବୁଲ୍‌ସ

ମୁମ୍ବାଇ,୨୩।୫: ବର୍ତ୍ତମାନ କରୋନା ପ୍ରଭାବରୁ କମ୍ପାନୀଗୁଡ଼ିକ ବୃହତ୍‌ ପରିମାଣର କ୍ଷତି ସହୁଥିବା ବେଳେ କର୍ମଚାରୀଙ୍କୁ ଛଟେଇ କରୁଥିବା ନଜରକୁ ଆସିଛି। ଏଭଳି ଅସୁବିଧା ଯୋଗୁ ଇଣ୍ଡିଆ...

ଚାଇନାକୁ ଘେରିବା ଲାଗି ଯୋଜନା; ଆମଦାନୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୧୯।୬: ସୀମାରେ ଚାଇନାର ଔଦ୍ଧତ୍ୟ ଯୋଗୁ ଭାରତୀୟ ୨୦ ଯବାନ ଶହୀଦ ହେବା ପରେ ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଚାଇନାକୁ ଉଚିତ ଜବାବ...

ସ୍ବାଭାବିକ ହେଉଛି ପେଟ୍ରୋଲ ବିକ୍ରି

ନୂଆଦିଲ୍ଲୀ, ୨।୮:  କୋଭିଡ୍‌ କଟକଣା କୋହଳ ହେଉଥିବାରୁ ବଜାର ବର୍ତ୍ତମାନ ପୁଣିଥରେ ଚଳଚଞ୍ଚଳ ହେଉଛି। ଜୁଲାଇରେ ତେଲ ଚାହିଦା ବଢ଼ିଛି। ଫଳରେ ପେଟ୍ରୋଲ ବ୍ୟବହାର କୋଭିଡ୍‌...

ବିଓଏମ୍‌ର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଏମ୍‌ର ବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷ)...

ମାନ୍ଦାବସ୍ଥା ସତ୍ତ୍ୱେ ବୋନସ ଦେବେ କମ୍ପାନୀ

ନୂଆଦିଲ୍ଲୀ/କୋଲକାତା,୧୨-୯: ଆର୍ଥିକ ମାନ୍ଦାବସ୍ଥା କାରଣରୁ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ପାର୍ବଣ ବୋନସ୍‌ ଦେବେ। ସେମାନେ ଏହାକୁ ବନ୍ଦ ଅଥବା ବିଳମ୍ବ କରିବେ ନାହିଁ ବୋଲି ଜଣାପଡିଛି।...

Advertisement
Archives

Model This Week