Posted inଜାତୀୟ

ସମାଜବାଦୀ ନେତାଙ୍କୁ ଗୁଳି କରି ହତ୍ୟା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ସମ୍ଭଲ ଅଞ୍ଚଳରେ ସମାଜବାଦୀ ନେତା ଏବଂ ତାଙ୍କ ପୁଅଙ୍କୁୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବହଜୋଇ ଥାନା ଅନ୍ତର୍ଗତ ଶାମସୋଇ ଗାଁରେ ଏହି ଘଟଣା ଘଟିଛି। ମନେରଗା ଯୋଜନାରେ ହୋଇଥିବା କାମର ତଦାରଖ କରିବା ପାଇଁ ସମାଜବାଦୀ ନେତା ଛୋଟେ ଲାଲ୍‌ ଦିଓ୍ବାକର ଏବଂ ତାଙ୍କ ପୁଅ ସୁନୀଲ କୁମାର ମଙ୍ଗଳବାର ସକାଳେ ଯାଉଥିବାବେଳେ ହାତରେ ବନ୍ଧୁକ ଧରିଥିବା ୨ ଜଣ ଲୋକ ସେମାନଙ୍କୁ ସର୍ବ ସମ୍ମୁଖରେ ହତ୍ୟା କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସ୍ଥାନୀୟ ପୋଲିସ ଅଧିକ୍ଷକ ଯମୁନା ପ୍ରସାଦ ସୂଚନା ଦେଇଛନ୍ତି। ଗୁଳି କରିଥିବା ଅଭିଯୁକ୍ତଙ୍କ ନାମ ସବିନ୍ଦର ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ଉତ୍ସବ ମୁଖର

ଅଯୋଧ୍ୟା,୫ା୮: ୨୦୧୯ ନଭେମ୍ବର ୯। ଏହା ହେଉଛି ସେହି ତାରିଖ, ଯେଉଁ ଦିନ ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର...

ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ

ମାଣ୍ଡ୍ୟା,୨୭।୧୧: ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ। ନିଜ ସମର୍ଥକଙ୍କୁ ସମ୍ବୋଧିତ କରିବା ସମୟରେ କାନ୍ଦି ପକାଇଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ। ସୂଚନାଯୋଗ୍ୟ, କର୍ନାଟକର...

ବିହାର ନିର୍ବାଚନ: ୩ ଯୁବ ଚେହେରା ନେଇ ଚର୍ଚ୍ଚା…

ପାଟନା, ୫।୧୦: ବିହାର ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ଭାଜପା, ଆର୍‌ଜେଡ଼ି...

ରାହୁଲଙ୍କ ତଳେ ପଡିଯିବା ଫଟୋ ଟୁଇଟ୍‌ କରି ଭାଜପା ଏମ୍‌ପି କହିଲେ ଶତାବ୍ଦୀର ସବୁଠୁ ଖରାପ ଅଭିନୟ

ଗୋରଖପୁର,୨।୧୦: ଉତ୍ତରପ୍ରଦେଶ ହାଥ୍‌ରସ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଅଧାବାଟରୁ ଫେରିବାକୁ ପଡିଥିଲା। ପୋଲିସ ଉଭୟଙ୍କୁ...

ଦୁଇଟି ଗାଡ଼ିରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଶୁକ୍ରବାର ସକାଳେ ବୋନିଗମ ଗଁ। ନିକଟରେ ଦୁଇଟି ଗାଡିରେ କିଛି ଆତଙ୍କବାଦୀ ନିଆଁ ଲଗାଇଦେଇଛନ୍ତି। ନିଆଁ...

ଖାଦ୍ୟଶସ୍ୟ ବ୍ୟାଙ୍କ: ଗରିବ ଲୋକଙ୍କୁ ଉଧାରରେ ଦେଉଛି ଡାଲି ଚାଉଳ

ପ୍ରୟାଗରାଜ୍‌,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜ୍‌ ଜିଲାରେ ଗରିବଙ୍କୁ ସହାୟତା ପାଇଁ ଖାଦ୍ୟଶସ୍ୟ ବ୍ୟାଙ୍କ ସ୍ଥାପନ କରାଯାଇଛି। ଏହାର ୭୦ଟି ଶାଖା ଜିଲାରେ କାର୍ଯ୍ୟକରୁଛି। କୌଣସି କାମ ଧନ୍ଦା...

ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ପାଇଁ ସେଓ ବଗିଚାରେ ଷଡ଼ଯନ୍ତ୍ର ରଚିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ରକ୍ତକୁଖା ହୋଇପଡ଼ିଛି। ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିବାରେ ଲାଗିଛି ପାକିସ୍ତାନ। ଏନେଇ...

କରୋନାରେ ଜଣେ ସିଆରପିଏଫ୍‌ ଯବାନ ମୃତ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଶ୍ରୀନଗରରେ ରବିବାର କରୋନା ଭାଇରସ୍‌ ସଂକ୍ରମଣରେ ଜଣେ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କଶ୍ମୀରରେ କରୋନାଜନିତ ଜଣେ ସୁରକ୍ଷାକର୍ମୀଙ୍କ ଏହା ପ୍ରଥମ ମୃତ୍ୟୁ...

Advertisement


Archives

Model This Week

Why Dharitri