ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: କରୋନା ସଙ୍କଟକୁ ନେଇ ଏବେ ଦେଶରେ ଚାଲିଛି ଲକ୍‌ଡାଉନ ୩.୦। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ସଙ୍କଟ ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ କଥାହେବେ ବୋଲି ସୂଚନା ମିଳିଛି। ସୋମବାର ଅପରାହ୍ନ ୩ଟାରେ ସେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଲକ୍‌ଡାଉନକୁ ନେଇ ବିଶେଷ ଆଲୋଚନା ହୋଇପାର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଏପ୍ରିଲ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଂକ୍ରମଣକୁ ଦୂରେଇ ଦେବା ପାଇଁ ଜାରି କରାଯାଇଥିବା ଲକ୍‌ଡାଉନକୁ ନେଇ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ଏବେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏଥର ପୁଣି ଲକ୍‌ଡାଉନ ବୃଦ୍ଧି ପାଇଁ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି। ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ ଅବଧିକୁ ଆଉ ଏକ ମାସ ବୃଦ୍ଧି କରାଯାଉ ବୋଲି ପ୍ରସ୍ତାବ ଦେଇଥିବା ବେଳେ ପରବର୍ତ୍ତି ସମୟରେ ଏହାକୁ ମେ’ ୧୭ ଯାଏ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଥ, ରାଜୀବଙ୍କୁ ସିବିଆଇ ସମନ

କୋଲକାତା, ୧୭ା୮(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମ୍‌ସି ମହାସଚିବ ପାର୍ଥ ଚାଟାର୍ଜୀଙ୍କୁ ସିବିଆଇ ସମନ ଜାରିକରିଛି। ସିବିଆଇ କାର୍ଯ୍ୟାଳୟରେ ବ୍ୟକ୍ତିଗତ...

ରୁଷିଆ ଆଣିଲା ନୂଆ ଡିଭାଇସ୍‌ : ମାତ୍ର କେଇ ସେକେଣ୍ଡରେ ଚିହ୍ନଟ ହେବ କରୋନା

ମସ୍କୋ,୩୦ା୮: କରୋନା ଭାଇରସ୍‌ ଭଳି ମହାମାରୀ ସମୟରେ ରୁଷିଆ ଏମିତିି ଏକ ଉପକରଣ ବାହାର କରିଛି ଯାହା ବାୟୁ ଦ୍ୱାରା ଭୂତାଣୁ, ବିଷାକ୍ତ ପଦାର୍ଥ ଏବଂ...

କପିଲ ଗୁଜ୍ଜର ଏଏପି ସଦସ୍ୟ

ନୂଆଦିଲ୍ଲୀ, ୫ା୨: ଦିଲ୍ଲୀର ଶାହିନ୍‌ବାଗରେ ଗତ ସପ୍ତାହରେ ହୋଇଥିବା ସିଏଏ ବିରୋଧୀ ବିକ୍ଷୋଭ ବେଳେ ଗୁଳି ଫୁଟାଇ ଗିରଫ ହୋଇଥିବା ୨୩ ବର୍ଷୀୟ କପିଲ ଗୁଜ୍ଜର...

ପୋଷ୍ଟରରେ ଧମକ ନେଇ ଡିଜିପି କହିଲେ : ଆତଙ୍କବାଦୀଙ୍କ କଥା ଖୁବ୍‌ଶୀଘ୍ର ବୁଝିବୁ

ଜମ୍ମୁ/ଶ୍ରୀନଗର,୧୯ା୯(ପି.ଟି.): କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିକୁ ୪୫ ଦିନ ପୂରିଥିଲେ ହେଁ ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହୋଇପାରି ନାହିଁ। ସଶସ୍ତ୍ର ଆତଙ୍କବାଦୀମାନେ ସ୍ଥାନୀୟ ଲୋକଙ୍କୁ...

ଜୁନ୍‌ ୩୦ ପରେ ବି ଜାରି ରହିବ ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ମାସ ଆରମ୍ଭରେ ଅଧିକାଂଶ ରାଜ୍ୟରେ ଏହାକୁ ହଟାଇ...

ଆଜି ରାଜ୍ୟରୁ ୧୫୦ ପଜିଟିଭ୍‌ ଚିହ୍ନଟ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୩୦୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା: ଗୋଟିଏ ବର୍ଷରେ ହୋଇଛିି ଏକ କୋଟିରୁ ଅଧିକ ନଗଦ ଉଠାଣ

ନୂଆଦିଲ୍ଲୀ,୮।୭: ଏବେ ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା ରହିଛି। ଏସବୁ ଜମା ଖାତାରେ ଗତ ଏକ ବର୍ଷ ମଧ୍ୟରେ ଏକ କୋଟିରୁ...

କୋରେଗାଁଓ-ଭୀମା ହିଂସା ମାମଲା: ନଭଲଖାଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୫ା୧୦(ପି.ଟି.): କୋରେଗାଁଓ- ଭୀମା ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୧୫ ପର୍ଯ୍ୟନ୍ତ ସୁରକ୍ଷା ମିଳିଛି। ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କ ଅନ୍ତରୀଣ...

Play 250+ Trending Games
Archives

Model This Week

Why Dharitri