ସମର୍ଥ ଯୋଜନାରେ ୪ ଲକ୍ଷ ଲୋକଙ୍କୁ ମିଳିବ ପ୍ରଶିକ୍ଷଣ;ଓଡ଼ିଶା ସମେତ ୧୮ ରାଜ୍ୟ ସହ ବୟନ ଶିଳ୍ପ ମନ୍ତ୍ରଣାଳୟର ଚୁକ୍ତି

ନୂଆଦିଲ୍ଲୀ,୧୫-୮: ବୟନଶିଳ୍ପ କ୍ଷେତ୍ରରେ ଯୁବତୀଯୁବକଙ୍କୁ ଦକ୍ଷ କରିବା ଲାଗି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ‘ସମର୍ଥ ଯୋଜନା’ ହାତକୁ ନିଆଯାଇଛି। ଏହି ଯୋଜନା ଅଧୀନରେ ଦେଶର ୪ ଲକ୍ଷ ଯୁବତୀଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ଓଡ଼ିଶା ସମେତ ୧୮ ରାଜ୍ୟ ସହ କେନ୍ଦ୍ର ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପସ୍ଥିତିରେ ବୁଧବାର ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ବୟନଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ କୁଶଳ କାରିଗର ଭାବେ ଗଢ଼ିତୋଳିବା ଏହି ଯୋଜନାର ଲକ୍ଷ୍ୟ ବୋଲି କୁହାଯାଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି ଯେ, ରାଜ୍ୟ ସରକାରଗୁଡ଼ିକର ପ୍ରତିନିଧି ଏଠାରେ ଉପସ୍ଥିତ ହୋଇ ନିଜର ତତ୍ପରତା ଦର୍ଶାଇଛନ୍ତି। କେନ୍ଦ୍ର ସରକାର ସମେତ ସମସ୍ତ ୧୮ ରାଜ୍ୟ ସରକାର ଗୋଟିଏ ଛାତ ତଳେ ରହି ୪ ଲକ୍ଷ ଲୋକଙ୍କୁ ଦକ୍ଷ କରିବା ଲାଗି ସଙ୍କଳ୍ପ ନେଇଛନ୍ତି। ତାଙ୍କ ମତରେ ଏହା ଦେଶର ଇତିହାସରେ ଅବ୍ୟାବଧି ନିଆଯାଇଥିବା ସବୁଠୁ ବଡ଼ ପଦକ୍ଷେପ। ସ୍ବାକ୍ଷର କରିଥିବା ରାଜ୍ୟଗୁଡ଼ିକ ହେଲେ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, କେରଳ, ମିଜୋରାମ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଆସାମ, ମଧ୍ୟପ୍ରଦେଶ,ତ୍ରିପୁରା, କର୍ନାଟକ, ମଣିପୁର,ହରିୟାଣା, ମେଘାଳୟ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ। ବୟନଶିଳ୍ପ କ୍ଷେତ୍ରରେ ଜଡିତ ଶ୍ରମିକଙ୍କୁ ବସ୍ତ୍ର ନିର୍ମାଣ, ବୁଣା ହୋଇଥିବା ବସ୍ତ୍ର, ଧାତୁ ହସ୍ତକଳା, ହସ୍ତତନ୍ତ, ହସ୍ତକଳା ଓ କାର୍ପେଟ ଆଦି ନିର୍ମାଣ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଜୀବନଧାରଣ ପାଇଁ କାର୍ଯ୍ୟରତ ଶ୍ରମିକଙ୍କୁ ଦକ୍ଷ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର୍‌ ଦେଉଥିବା ଇରାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆକ୍ସିସ ନାସଦାକ୍‌ ୧୦୦ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୧୦: ଭାରତର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନୀ ଆକ୍ସିସ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ‘ଆକ୍ସିସ୍‌ ନାସଦାକ୍‌ ୧୦୦ ଫଣ୍ଡ୍‌ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି ା...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଉଦ୍ୟୋଗ ଜଗତ ଚୁପ୍‌

ନୂଆଦିଲ୍ଲୀ,୨୧-୫: ଭାରତୀୟ ଉଦ୍ୟୋଗ ଜଗତ ସୋମବାର ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଚୁପ୍‌ ରହିଛି। କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରବିବାର ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ...

ଏଚ୍‌ପିର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪।୬: ଏଚ୍‌ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏଚ୍‌ପିର ନୂତନ ଉତ୍ପାଦଗୁଡିକ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓମେନ ଓ ଭିକ୍ଟସ ଗେମିଂ...

ଆମାଜନ ବିରୋଧରେ ମାମଲା ରୁଜୁ

ନୋଏଡା,୧୮।୫: ଅନ୍‌ଲାଇନ କମ୍ପାନୀ ଆମାଜନ ବିରୋଧରେ ନୋଏଡା କୋତଓ୍ବାଲୀ ସେକ୍ଟର-୫୮ରେ ମାମଲା ରୁଜୁ କରାଯାଇଛି। କମ୍ପାନୀ ନିଜ ଓ୍ବେବସାଇଟରେ ବିକ୍ରି କରୁଥିବା ପ୍ରଡକ୍ଟ ଉପରେ ଲଗାଇଥିବା...

ଅନ୍‌ଲାଇନ ନେଣଦେଣ ୮୦% ବଢ଼ିଛି

ନୂଆଦିଲ୍ଲୀ,୧୪।୧: ବର୍ଷ ୨୦୨୦ରେ ଦେଶ ମଧ୍ୟରେ ଅନ୍‌ଲାଇନ ନେଣଦେଣ ପ୍ରାୟ ୮୦% ବୃଦ୍ଧି ପାଇଛି। ଛୋଟ ଏବଂ ମଧ୍ୟମ ବର୍ଗ ସହରଗୁଡିକରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଗ୍ରହଣ ହାର...

ଅମୃତକାଳରେ ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ

ଭୁବନେଶ୍ୱର,୩।୨:ଚଳିତ ଥରର ବଜେଟ ବେଶ ଲୋକାଭିମୁଖୀ ଓ ସନ୍ତୁଳିତ ହୋଇଥିବା ବେଳେ ଅମୃତକାଳରେ ଏହା ପ୍ରଥମ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍‌ ବୋଲି ଶିଳ୍ପ ସଂଘ ପକ୍ଷରୁ...

ଜୁନ୍‌ ୩୦ ଯାଏ ମିଳିବନି ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୧।୬: ଜୁନ୍‌ ୩୦ ଯାଏ ଲୋକଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବ ନାହିଁ। କରେନା ମାମଲା ବର୍ତ୍ତମାନ ନିୟନ୍ତ୍ରଣକୁ ଆସି ନ ଥିବାରୁ ସରକାର...

ଇଣ୍ଡୋ-ୟୁଏସ୍‌ ବାଣିଜ୍ୟରେ ନୂଆ ଆଶା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନଙ୍କ ବିଜୟକୁ ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ବାଇଡେନଙ୍କ ନେତୃତ୍ୱ ଭାରତ-ଆମେରିକା ଅର୍ଥନୈତିକ ଏବଂ ବାଣିଜ୍ୟ ସମ୍ପର୍କକୁ...

Advertisement
Archives

Model This Week