ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର ୧୧୨। ୨୦୨୦ ମାର୍ଚ୍ଚ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଇମର୍ଜେନ୍ସି ରେସ୍‌ପନ୍ସ ସପୋର୍ଟ ସିଷ୍ଟମ(ଇଆର୍‌ଏସ୍‌ଏସ୍‌) ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଇଆରଏସ୍‌ଏସ୍‌ କାର୍ଯ୍ୟକ୍ଷମ ହୋଇଥିବାବେଳେ ଓଡ଼ିଶାରେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଇଆରଏସ୍‌ଏସ୍‌ କାର୍ଯ୍ୟକ୍ଷମ କରିବା ଦିଗରେ ରାଜ୍ୟକୁ ସହଯୋଗ କରିବ। ଏକକ ଜରୁରିକାଳୀନ ନମ୍ବର ୧୧୨ ଜରିଆରେ ଲୋକମାନେ ପୋଲିସ ସେବା ସହ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ତୁରନ୍ତ ପାଇପାରିବେ। ଇଆରଏସ୍‌ଏସ୍‌ ଯୋଜନାରେ ଏହି ଆପତ୍‌କାଳୀନ ନମ୍ବର ବ୍ୟବସ୍ଥା ରହିବ। ସମସ୍ତ ଜରୁରିକାଳୀନ ସେବା ପାଇଁ ଆମେରିକାରେ ଗୋଟିଏ ନମ୍ବର ୯୧୧ ରହିଛି। ଏହି ସେବା ଅଚଳ ହୋଇଯାଇଥିବା ମୋବାଇଲ ସିମ୍‌ କାର୍ଡ ଓ ଲ୍ୟାଣ୍ଡଲାଇନ ମାଧ୍ୟମରେ ଉପଲବ୍ଧ ହୋଇପାରିବ। କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ୧୧୨ ନମ୍ବରକୁ କଲ୍‌ କରି ସହାୟତା ନେଇପାରିବେ। ସମସ୍ତ ଜରୁରିକାଳୀନ ନମ୍ବର ପର୍ଯ୍ୟାୟକ୍ରମେ ବନ୍ଦ କରି ଏହି ଏକକ ନମ୍ବରକୁ ବ୍ୟବହାର କରାଯିବ। ସେନେଇ ଯଥେଷ୍ଟ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦେଶରେ ଗୁଡିଏ ଜରୁରିକାଳୀନ ନମ୍ବର ରହିଛି। ଯେପରି କି ପୋଲିସ ପାଇଁ ୧୦୦, ଅଗ୍ନିଶମ ବିଭାଗ ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଏବଂ ଜରୁରୀ ବିପର୍ଯ୍ୟୟ ପରିଚାଳନା ଲାଗି ୧୦୮ ରହିଛି। ୧୧୨ ନମ୍ବରକୁ ଜରୁରୀ ସେବା ପାଇଁ ସମସ୍ତ ଟେଲିକମ୍‌ ଅପରେଟରମାନଙ୍କୁ କୁହାଯାଇଛି। ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହା ହୋଇନାହିଁ। ଏହି ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ଲୋକଙ୍କୁ ବିଭିନ୍ନ ସେବା ପାଇଁ ଆଉ ଅଲଗା ଅଲଗା ନମ୍ବର ମନେରଖିବାକୁ ପଡ଼ିବନାହିଁ। ଏହାଦ୍ୱାରା ଅପରାଧକୁ ନିୟନ୍ତ୍ରଣ କରିବା ସହ ନାଗରିକମାନଙ୍କର ଧନଜୀବନ ସୁରକ୍ଷିତ ରହିପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri