ସବୁ ଗାଁକୁ ମିଳିବ ଗ୍ରାମ ନେଟ୍‌ ଓ୍ବାଇଫାଇ ସଂଯୋଗ

ନୂଆଦିଲ୍ଲୀ, ୨୭-୮: ଦେଶର ସବୁ ଗ୍ରାମକୁ ଗ୍ରାମ ନେଟ୍‌ ମାଧ୍ୟମରେ ୧୦ରୁ ୧୦୦ ଏମ୍‌ବିପିଏସ୍‌ ଗତିରେ ଓ୍ବାଇଫାଇ ସୁବିଧା ଯୋଗାଇ ଦିଆଯିବ। ସି-ଡଟର ୩୬ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ରାମରାଓ ଧୋତ୍ରେ ଏହି ସୂଚନା ଦେଇଛନ୍ତି। ଏହା ବାଦ ଭାରତ ନେଟରେ ମଧ୍ୟ ୧ ଜିବିପିଏସ୍‌ ସଂଯୋଗ ପ୍ରଦାନ କରାଯିବା ନେଇ ଯୋଜନା କରାଯାଉଥିବା ଧୋତ୍ରେ ପ୍ରକାଶ କରିଛନ୍ତି। ଏହାକୁ ୧୦ ଜିବିପିଏସ୍‌ ପର୍ଯ୍ୟନ୍ତ ବଢାଯାଇ ପାରିବ। ସୋମବାର ଶୁଭାରମ୍ଭ ହୋଇଥିବା ସି-ଡଟର ଏକ୍ସଜିଏସ୍‌-ପିଓଏନ୍‌ ଏହାକୁ ସଫଳ କରିବା ଦିଗରେ ସମ୍ପୂର୍ଣ୍ଣ ସହାୟକ ହେବ। ଗ୍ରାମକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ପୂରଣ କରିବାରେ ଏହା ଯୋଗଦାନ ରଖିବ ବୋଲି ସେ ମତ ଦେଇଛନ୍ତି। ସେ ଆାହୁରୀ ମଧ୍ୟ କହିଛନ୍ତି ଯେ, ସି-ଡଟର ସି-ସ୍ୟାଟ ଫାଇ ପ୍ରଯୁକ୍ତି ଗ୍ରାମୀଣ ଏବଂ ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଶସକ୍ତ କରିବ। ଦେଶର କୋଣ ଅନୁକୋଣରେ ମୋବାଇଲ ଫୋନରେ ଓ୍ବାଇଫାଇ ସୁବିଧା ଉପଲବ୍ଧ ହେବ। ନୂତନ ବୈଷୟିକ ଜ୍ଞାନକୌଶଳରେ ଫାଇବର ସଂଯୋଗ ଏବଂ ଇଣ୍ଟରନେଟ ନ ଥିବା ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଉପଗ୍ରହ ସହ ସଂଯୋଗ କରାଯାଇ ମୂଖ୍ୟ ସ୍ରୋତକୁ ଆଣାଯାଇ ପାରିବ। ଏହି ଅବସରରେ ସି-ସ୍ୟାଟ ଫାଇ ଏବଂ ସିଆଇଏସ୍‌ଟିବିର ଲୋକାର୍ପଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ଜି ଟେକ୍ନୋଲୋଜି ସୁରକ୍ଷିତ:ସିଓଏଆଇ

ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବାକୁ ଥିବା ୫ଜି ଟେକ୍ନୋଲୋଜି ସୁରକ୍ଷିତ। ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ। ବର୍ତ୍ତମାନ ଭ୍ରାନ୍ତ ଧାରଣା ଏବଂ ଗୁଜବ...

ଗୌତମଙ୍କ ଦୈନିକ ଆୟ ୧୬୧୨ କୋଟି

ନୂଆଦିଲ୍ଲୀ,୨୨।୯: ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ୨୦୨୧-୨୨ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣରେ ପ୍ରାୟ ୧୦.୯୪ ଟ୍ରିଲିୟନ ଡଲାର ବା ୧୫ ପ୍ରତିଶତରୁ ଅଧିକ...

ଦେଶରେ ଆର୍ଥିକ ମାନ୍ଦାବସ୍ଥା: ଅଟୋ ଶିଳ୍ପ ଉପରେ ଝୁଲୁଛି ଛଟେଇ ଖଣ୍ଡା;ଅଶୋକ ଲେଲାଣ୍ଡ୍‌ ୧୮ ଦିନ ରହିବ ବନ୍ଦ

ନୂଆଦିଲ୍ଲୀ,୯।୯: ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟ ଦେଇ ଗତି କରୁଛି। ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ଅଟୋ ଶିଳ୍ପ ଉପରେ ପଡ଼ିଛି। ଇତିମଧ୍ୟରେ...

‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମର ପାରଦର୍ଶିତାକୁ ସ୍ବୀକୃତି’

ଭୁବନେଶ୍ୱର,୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ୨ଟି ଜାତୀୟସ୍ତରର ସମ୍ମାନ ଓ ସଫଳତା ମିଳିଛି। ଏପରିକି...

ଅକ୍ସିଜେନ ଯୋଗାଣ: ଆଗେଇ ଆସିଛି ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୬।୪: କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁ ସାରା ଦେଶରେ ସଂକ୍ରମଣ ଏବେ ବଢିଚାଲିଛି। ଏଭଳି ସ୍ଥିତିରେ ମେଡିକାଲ ଅକ୍ସିଜେନର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ...

ମିଧାନୀରୁ ୧୦% ଅଂଶଧନ ବିକ୍ରି ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମିଶ୍ର ଧାତୁ ନିଗମ ଲିମିଟେଡ(ମିଧାନୀ)ରୁ...

ଜିଡିପି ପରେ ସରକାରଙ୍କୁ ଜିଏସ୍‌ଟି ଝଟକା;ଅଗଷ୍ଟରେ ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଲା

ନୂଆଦିଲ୍ଲୀ,୨-୯: ମୋଟ ଘରୋଇ ଉତ୍ପାଦ(ଜିଡିପି)ହାର ୫%କୁ ହ୍ରାସ ପାଇବା ପରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ କ୍ଷେତ୍ରରେ ମୋଦି ସରକାରଙ୍କୁ ଆଉ ଏକ ଝଟକା...

କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି।...

Advertisement
Archives

Model This Week