Posted inଫୁରସତ

ସଫା କରିବା ପାଇଁ ନଗର ନିଗମକୁ ସୂଚନା ଦେବ ସ୍ମାର୍ଟ ଡଷ୍ଟବିନ୍‌

ହାଇଦ୍ରାବାଦର ୧୨ ବର୍ଷ ବୟସର ବାଳକ ମହମ୍ମଦ ହାସନ । ୮ମ ଶ୍ରେଣୀର ଛାତ୍ର। ଏତେ କମ୍‌ ବୟସରେ ବି ହାସନ ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରଙ୍କୁ ପଢାଉଛନ୍ତି। ଏବେ ସେ ଏକ ସ୍ମାର୍ଟ ଡଷ୍ଟ୍‌ବିନ ନିର୍ମାଣ କରିଛନ୍ତି ଯାହା ମଧ୍ୟରେ ବର୍ଜ୍ୟବସ୍ତୁ ଭର୍ତ୍ତି ହୋଇଯିବା ପରେ ଖାଲି କରିବା ପାଇଁ ନଗରନିଗମକୁ ସୂଚନା ପଠାଉଛି। ସ୍ବଚ୍ଛ ଭାରତ ଯୋଜନା ସହ ଜଡ଼ିତ ଏକ ଭଡିଓ ଦେଖିବା ପରେ ଏହି ସ୍ମାର୍ଟ ଡଷ୍ଟବିନ୍‌ ନିର୍ମାଣ କରିବା ପାଇଁ ଧାରଣା ଆସିଥିଲା ବୋଲି କହନ୍ତି ହାସନ। ଡଷ୍ଟବିନ୍‌ରେ ଲଗାଯାଇଥିବା ଅଲଟ୍ରାସୋନିକ ସେନ୍‌ସର ବର୍ଜ୍ୟବସ୍ତୁ କେତେ ଭରିଲାଣି ତାହା ଜାଣି ସେଥିରେ ଲାଗିଥିବା ଏଲସିଡିରେ ଜଣାଇଦିଏ। ଡଷ୍ଟବିନ୍‌ ଓ୍ବାଇଫାଇ ସହ ସଂଯୋଗ ହୋଇଥିବାରୁ ଯେତେବେଳେ ଏଥିରେ ବର୍ଜ୍ୟବସ୍ତୁ ଭରିଯାଉଛି ସେତେବେଳେ ଏହା ନଗରନିଗମକୁ ସୂଚନା ଦେଇଦେଉଛି। ମାତ୍ର ଦୁଇଦିନ ମଧ୍ୟରେ ହାସନ ଏହିି ଡଷ୍ଟବିନ୍‌ ନିର୍ମାଣ କରିଛନ୍ତି। ଯଦି ସ୍ବଚ୍ଛ ଭାରତ ଅଭିଯାନରେ ଏହି ଜ୍ଞାନକୌଶଳ ବ୍ୟବହାର କରାଯାଏ ତେବେ ଦେଶକୁ ସ୍ବଚ୍ଛ କରିବା ସହଜ ହେବ ବୋଲି କହନ୍ତି ହାସନ। ଏହା ପୂର୍ବରୁ ସେ ସର୍ଭିଙ୍ଗ୍‌ ରୋବୋ ବି ନିର୍ମାଣ କରିସାରିଛନ୍ତି। ଏହା ନିର୍ମାଣ କରିବାକୁ ତାଙ୍କୁ ୧୫ ଦିନ ଲାଗିଥିଲା। ଏହି ରୋବୋକୁ ନିର୍ଦ୍ଦେଶ ଦେଇ କାମ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଁଳା ଭାଇଙ୍କୁ ବିବାହ କଲେ ଯାଁଳା ଭଉଣୀ, ଏବେ ଏକାସାଙ୍ଗରେ ହେବେ ମା

ଓ୍ବାଶିଂଟନ: ଆମେରିକାରେ ଯାଁଳା ଭଉଣୀ ଯାଁଳା ଭାଇଙ୍କୁ ବିବାହ କରିଛନ୍ତି। ବ୍ରିଟେନୀ ଏବଂ ବ୍ରାୟନା ନାମକ ଦୁଇ ଯାଁଳା ଭଉଣୀ ଦୁଇ ଯାଁଳା ଭାଇ ଜୋଶ...

ଚାରିଗୋଡ଼ିଆ ଦୌଡ଼ରେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ

ଉଷେନ୍‌ ବୋଲ୍ଟ ପୃଥିବୀର ସବୁଠାରୁ ଦ୍ରୁତଗାମୀ ବ୍ୟକ୍ତି । କିନ୍ତୁ ଜାପାନର କେନିଚି ଇତୋଙ୍କୁ ଏବେ ଚାରିଗୋଡରେ ଦୌଡୁଥିବା ସବୁଠାରୁ ଦ୍ରୁତତମ ବ୍ୟକ୍ତି ଭାବେ ଗଣନା...

ଝିଟିପିଟି ସହ ବନ୍ଧୁତା କରି ଚର୍ଚ୍ଚାରେ ପୋଲିସ ଅଫିସର

ସମ୍ପର୍କ ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ସେ ମଣିଷ ମଣିଷ ମଧ୍ୟରେ ହେଉ କି ପଶୁ ମଣିଷ ମଧ୍ୟରେ। କେତେବେଳେ କେଉଁ ପରିସ୍ଥିତିରେ...

୩୬ ଘଣ୍ଟା ଦୋଳି ଖେଳି ବିଶ୍ୱ ରେକର୍ଡ କଲେ ବୃଦ୍ଧ

ଯେତେବେଳେ କ୍ରେଜ୍‌ କାହାର ମୁଣ୍ଡରେ ଚଢ଼ିଯାଏ, ସେତେବେଳେ ଜଣେ ବ୍ୟକ୍ତି କିଛି ବି କରିପାରେ। କେବଳ ନିଜ ଭିତରେ ଉତ୍ସାହ ରହିବା ଦରକାର। ବୟସ ଯେତେ...

ନଦୀ ଭିତରେ ଖୁବ୍‌ ଜୋର୍‌ରେ ବାଇକ୍‌ ଚଳାଇଲେ ଯୁବକ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଦେଖିବାକୁ ମିଳିଥାଏ। କିଛି ଭିଡିଓ ଦେଖିଲେ ମନରେ ଭୟ ଆସିଥାଏ। ଅନେକ ଥର ଲୋକମାନେ ବିପଜ୍ଜନକ ଷ୍ଟଣ୍ଟ୍‌...

ପିଲା ମନନେଇ ଲେଖେ

ତାଙ୍କର ପାଠ ପଢିବାର ଝୁଙ୍କ୍‌ ଥିଲା ବହୁତ। ଅର୍ଥାଭାବ ପାଇଁ ସେ ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସି ନେଇ ହକର ସାଜିିଲେ । ପରେ...

ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ

ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି...

ନିର୍ଭୟା ଦୋଷୀଙ୍କ ଆୟ ୧.୩୭ ଲକ୍ଷ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ତିହାର ଜେଲ୍‌ରେ ଫାଶୀରେ ଝୁଲିଛନ୍ତି ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଆଉ ତା’ ସହିତ ଶେଷ...

Advertisement
Archives

Model This Week