ସପ୍ତାହ ମଧ୍ୟରେ ଲକ୍ଷେ ଟପିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୪।୬: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହାରାହାରି ୧୫ ହଜାରରୁ ଅଧିକ ରହୁଛି। ସେହିପରି ପ୍ରତିଦିନ ହାରାହାରି ମୃତ୍ୟୁ ସଂଖ୍ୟା ୪ ଶହ ପାଖାପାଖି ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୬୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଛି। ଜୁନ୍‌ ୧୬ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାରରୁ ଅଧିକ ଥିବାବେଳେ ଜୁନ ୨୩ ସୁଦ୍ଧା ଏହା ୪ ଲକ୍ଷ ୫୫ ହଜାରରୁ ଅଧିକ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହ ମଧ୍ୟରେ ୨,୫୪୧ ଜଣଙ୍କର ମୃତ୍ୟୁ କରୋନା ଯୋଗୁ ଘଟିଛି। ଏବେ ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। କରୋନା ସଂକ୍ରମଣ ରୋକିବା ପାଇଁ ଏବେ ପ୍ରତିଦିନ ୨ ଲକ୍ଷ ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି। ଏଥି ଲାଗି ଦେଶରେ ୭୩୦ଟି ସରକାରୀ ଏବଂ ୨୭୦ ଘରୋଇ ଲ୍ୟାବ୍‌ ରହିଛି। ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯୯୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର କେହି ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ଅବା ମନ୍ତ୍ରୀ: ଖାର୍ଗେ…

ନୂଆଦିଲ୍ଲୀ,୬।୪ : କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ୧୩ ବିରୋଧୀ ଦଳ ଗୁରୁବାର ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ...

ଲଦାଖ ସୀମାରେ ଚାଇନା ହେଲିକପ୍ଟର: ପାଟ୍ରୋଲିଂ ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୨।୫: ଚାଇନାର ପିପୁଲ୍‌ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ ନିକଟରେ ଉତ୍ତର ସିକ୍କିମ ନିକଟରେ ମୁହାମୁହିଁ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ...

ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ମାରିଲେ

ଜୟପୁର,୧୦।୧୦: ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି ସ୍ବାମୀ ଓ ତାଙ୍କ ପରିବାର ସମ୍ପର୍କିୟ। ଗୁରୁବାର ରାଜସ୍ଥାନର ହନୁମାନଗଡ଼ ଜିଲାରେ ଏଭଳି ଘଟଣା ଘଟିଛି।...

କ୍ୱାରାଣ୍ଟାଇନରେ ୨୩ ଲକ୍ଷ

ନୂଆଦିଲ୍ଲୀ,୨୯ା୫(ପି.ଟି.): କୋଭିଡ୍‌-୧୯ ଯୋଗୁ ସାରା ଦେଶ ଲକ୍‌ଡାଉନରେ ଥିବାବେଳେ ବିଭିନ୍ନ ସ୍ଥାନକୁ ଗସ୍ତ କରିଥିବା କିମ୍ବା ବିଦେଶରୁ ଫେରିଥିବା ପାଖାପାଖି ୨୩ ଲକ୍ଷ ଲୋକଙ୍କୁ କ୍ୱାରାଣ୍ଟାଇନରେ...

ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା

ଶ୍ରୀନଗର,୧୦।୮: ଜମ୍ମୁ କଶ୍ମୀରରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛନ୍ତି। ଦକ୍ଷିଣ କଶ୍ମୀରରେ ସଜାଗ ସେନା କର୍ମଚାରୀ ବୁଧବାର ବିଳମ୍ବିତ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ, ବିଦେଶରେ ବଢୁଛି କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୧୭।୩ : ଚାଇନା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ...

କେନ୍ଦ୍ରର ସିବିଆଇ, ଇଡି ଅସ୍ତ୍ର

ନୂଆଦିଲ୍ଲୀ, ୧୧ା୩: ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧୀଙ୍କୁ ଟାର୍ଗେଟ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର...

CORONAVIRUS UPDATE: ରାଜ୍ୟରେ ଆଉ ୭୪ କରୋନା ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି, ୭୨ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ, ୨ ଲୋକାଲ କେସ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବୌଦ୍ଧ ଜିଲାରୁ ସର୍ବାଧିକ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

Advertisement
Archives

Model This Week