ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ଖାଆନ୍ତୁ ଏହି ଫଳ…

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର ଅନେକ କାରଣ ରହିଛି । କାମଚାପ, ମାନସିକ ଚିନ୍ତା, ଅଧିକ ଲୁଣ ଖାଇବା, ଆଲ୍‌କୋହଲ୍‌ ସେବନ, ମେଦବହୁଳତା ଆଦି ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ। ଏହାଯୋଗୁ ରକ୍ତବାହୀ ଧମନୀ ଗୁଡିକ ଉପରେ ଚାପ ପଡ଼େ। ଫଳରେ ହାର୍ଟ ଆଟାକ୍‌ ଓ ବ୍ରେନ୍‌ ଷ୍ଟ୍ରୋକର ଆଶଙ୍କା ବଢିଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କଦଳୀ ଖାଇଲେ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତଚାପ ସ୍ବାଭାବିକ ଅବସ୍ଥାକୁ ଆସିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। କଦଳୀରେ ଥିବା ପୋଟାସିୟମ୍‌ ଶରୀରରେ ଥିବା ତରଳ ପଦାର୍ଥ ମଧ୍ୟରେ ସମନ୍ବୟ ରଖିଥାଏ। ଫଳରେ ରକ୍ତଚାପ ସ୍ବାଭାବିକ ରୁହେ। ସେହିପରି କଦଳୀ ଖାଇଲେ ରକ୍ତ ଶର୍କରାସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୁଏ। କଦଳୀ ହାର୍ଟଆଟାକ୍‌ କ୍ଷେତ୍ରରେ ମହୌଷଧୀ ଭଳି କାମ କରିଥାଏ। ଏହା କୋଲେଷ୍ଟରଲସ୍ତରକୁ ସ୍ବାଭାବିକ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ସ୍ବାମୀ ରାଗି କି…

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ...

ଏସିଡିଟିରୁ ମୁକ୍ତି ପାଇଁ ଘରୋଇ ଉପଚାର

ଏସିଡିଟି ଏକ ସାଧାରଣ ସମସ୍ୟା। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏପରି ସମସ୍ୟା ଦେଖାଦେଇଥାଏ। ଏହାର ଅନ୍ୟ କାରଣ ମଧ୍ୟ ରହିଛି। ଯେପରି...

ବୁଦ୍ଧିମତ୍ତା ବଢ଼ାଇବାର ସହଜ ଉପାୟ

ବୁଦ୍ଧିମତ୍ତା ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏଥିପାଇଁ ଏକ ସରଳ ଉପାୟ ଆପଣେଇ ପାରନ୍ତି। ଏପରି ବିଷୟକୁ ନେଇ ଗବେଷଣା କରି ସେହି...

ଖାଲି ପ୍ରେମ ନୁହେଁ, ପୁରୁଷ ସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର...

କରୋନା ଓ ଶିଶୁ ଯତ୍ନ

ପୃଥିବୀର କ୍ଷୁଦ୍ରାତିକ୍ଷୁଦ୍ର ଜୀବ କରୋନା ଭୂତାଣୁ। ହେଲେ ଏହା ସମସ୍ତ ମଣିଷ ସମାଜକୁ ଏକ ପ୍ରକାରର ଅସହାୟ ଅବସ୍ଥାରେ ରଖିଛି। ସମଗ୍ର ପୃଥିବୀର ୨୩୫ଟି ଦେଶର...

ବଜାର ଯାଉଥିଲେ ରୁହନ୍ତୁ ସାବଧାନ, ନଚେତ୍‌ ଏହି ଉପାୟରେ ଘରକୁ ଆସିବ କରୋନା

କରୋନା ସଂକ୍ରମଣ ମଧ୍ୟରେ ଜୀବନ ଜିଇଁବା ତ ଜରୁରୀ। ଏହି ଯେମିତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବଜାର ଯିବାକୁ ପଡ଼ିଥାଏ। ମାତ୍ର ସାବଧାନତା...

ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭାବସ୍ଥାରେ କରନ୍ତୁ ଏହି ଯୋଗ

ଆଜିକାଲି ନର୍ମାଲ ଡେଲିଭରି ସମ୍ପର୍କରେ ଖୁବ୍‌ କମ୍‌ ଶୁଣିବାକୁ ମିଳେ। ଏହାର କାରଣ ହେଲା ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଇତ୍ୟାଦି। ଅଧିକାଂଶ ଅପରେଶନ...

Advertisement
Archives

Model This Week