ସଡ଼କ ସୁରକ୍ଷା, ପ୍ରଦୂଷଣ ପ୍ରତିକାର ଦାବିରେ ଜିଲାପାଳଙ୍କୁ ଭେଟିଲେ ବରିଷ୍ଠ ନାଗରିକ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ସହରସ୍ଥିତ ଭଟଲି ଛକ ତଥା ସଂଲଗ୍ନ ରାସ୍ତାର ବିକାଶ, ସହରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଦୂଷଣର ପ୍ରତିକାର ଦାବିରେ ଶୁକ୍ରବାର ସ୍ଥାନୀୟ ନାଗରିକମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସହରର ଭଟଲି ଛକ ପ୍ରମୁଖ ପ୍ରବେଶ ପଥ ହୋଇଥିବା ବେଳେ ସେଠାରେ ବିପଦସଙ୍କୁଳ ରାସ୍ତା ଯୋଗୁ ଯାତ୍ରୀ, ସ୍ଥାନୀୟ ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କ ଜୀବନ ଅସୁରକ୍ଷିତ ହୋଇ ପଡ଼ିଛି। ସେହିପରି ସେଠାକୁ ସଂଲଗ୍ନ ରାସ୍ତାଘାଟ, ନାଳ ନର୍ଦ୍ଦମା ସଫେଇ ହେଉ ନ ଥିବାରୁ ଅଞ୍ଚଳ ପ୍ରଦୂଷିତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଆଗକୁ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ସାଙ୍ଗକୁ ପ୍ରଦୂଷଣ ପ୍ରତିକାର ଦିଗରେ ବିହିତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଜିଲାପାଳଙ୍କୁ ନିବେଦନ କରାଯାଇଛି। ସ୍ଥାନୀୟ ଏସ୍‌ପି ଏବଂ ପୌର ନିିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । କେଦାରନାଥ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ: ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେଲ କନ୍ଧମାଳ ଛାତ୍ରୀ

ଦାରିଙ୍ଗବାଡ଼ି,୯।୬(ଡି.ଏନ୍‌.ଏ): ରାଉରକେଲା କଳାସଂଘମ୍‌ ପକ୍ଷରୁ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସେକ୍ଟର ୧୯ ସିଭିକ୍‌ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ...

ଥମୁନି ହାତୀ ମୃତ୍ୟୁ: ଘୁମୁସର ବନଖଣ୍ଡରେ ହାତୀର ଜୀବନ ଗଲା

ଭଞ୍ଜନଗର,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ଜଙ୍ଗଲରେ ଏକ ହାତୀର ଶୁକ୍ରବାର ପ୍ରତ୍ୟୁଷରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

କ୍ରିକେଟ୍‌ ମ୍ୟାଚ୍‌ ଉଦ୍‌ଘାଟନୀ ଉତ୍ସବରେ ସରପଞ୍ଚ : ଫଟୋ ଭାଇରାଲ

ହିଞ୍ଜିଳିକାଟୁ,୨୯।୭(ଡି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ହିଞ୍ଜିଳିକାଟୁ ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଅନ୍ତରିଗଁ।ରେ ରବିବାର ଏକ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟନ ହୋଇଥିଲା। ଏଥିରେ ସ୍ଥାନୀୟ...

ସ୍ନାୟୁ ରୋଗରେ ଆକ୍ରାନ୍ତ ଶିଶୁ: ଚିକିତ୍ସାରେ ଅର୍ଥ ବାଧକ

ଜହ୍ନାପଙ୍କ,୩୦।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ଗାଁର ଦେଢବର୍ଷର ଶିଶୁ ନିହାରିକା ବେହେରା ସ୍ନାୟୁ ରୋଗରେ ଆକ୍ରାନ୍ତ। ବର୍ତ୍ତମାନ ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକ...

ସହଜପୁର ଉ.ପ୍ରା. ବିଦ୍ୟାଳୟରେ ୧୫ ମାସ ହେଲା ଶିକ୍ଷକ ନାହାନ୍ତି

ପିପିଲି, ୪ା୮(ସ୍ବ.ପ୍ର/ଡି.ଏନ୍‌.ଏ): ପିପିଲି ବ୍ଲକ ଅନ୍ତର୍ଗତ ସହଜପୁର ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପଢାଇବା ପାଇଁ କୌଣସି...

ଅନାଥ ଗୁଡ଼ିଆଙ୍କୁ ମିଳିଲେ ଜୀବନସାଥୀ

ବାରିପଦା ଅଫିସ, ୪ା୩- ୪ ବର୍ଷ ହୋଇଥିବା ବେଳେ ମା’ ବାପା ଛାଡ଼ି ଚାଲି ଗଲେ। ପରିବାର କ’ଣ ଜଣା ନ ଥିଲା। ବିଭିନ୍ନ ଆଡ଼େ...

କରଞ୍ଜିଆରେ ହାତୀ ଉପଦ୍ରବ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଠାକୁରମୁଣ୍ଡା,୫ା୯(ଡ଼ି.ଏନ୍‌.ଏ.)- କରଞ୍ଜିଆ ଅଞ୍ଚଳରେ ହାତୀ ଆତଙ୍କ ଥମୁନାହିଁ। ଦୀର୍ଘ ଏକ ମାସ ହେଲା ଝାଡ଼ଖଣ୍ଡ ହାତୀ ଏହି ଅଞ୍ଚଳରେ ରହି ବିଭିନ୍ନ ଗ୍ରାମରେ ପଶି ବ୍ୟାପକ...

ଘିଅ କମ୍ପାନୀ ଉପରେ ଚଢ଼ାଉ, ୧୪୪୮ କିଲୋରୁ ଅଧିକ ନକଲି ଗୁଆଘିଅ, ସସ୍‌ ଜବତ

ଚୌଦ୍ୱାର,୧୪।୯(ଡି.ଏନ.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ ନମ୍ବର ୱାର୍ଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ରାସ୍ତାରେ ଥିବା ଏକ ନକଲି...

Advertisement
Archives

Model This Week