ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.): ଜଳେଶ୍ୱର ନୋଡ଼ାଲ ଟାଉନ ହାଇସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ଯାଇଥିବା ଜଣେ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କ ବିରୋଧରେ ବାଲେଶ୍ୱର ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଦେଶ (ନଂ-୫୧୨/୧୭ା୧ା୨୦) ଅନୁଯାୟୀ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ମୁଖ୍ୟ କାର୍ଯ୍ୟାଳୟ ଭାବେ କମର୍ଦ୍ଦାସ୍ଥିତ ଜଗନ୍ନାଥ ହାଇସ୍କୁଲକୁ ବଦଳି କରାଯାଇଛି।
ଗତ ଡିସେମ୍ବର ୨୦ତାରିଖରେ ଜଳେଶ୍ୱର ଟାଉନ ନୋଡ଼ାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ସବ୍ୟସାଚୀ ବେହେରା ବାର୍ଷିକ ଉତ୍ସବ ଉପଲକ୍ଷେ ନିମନ୍ତ୍ରଣପତ୍ର ବାଣ୍ଟିବା ପାଇଁ ଯାଇଥିବା ବେଳେ ନୂଆବଜାର ରେଳ ଫାଟକ ନିକଟରେ ଏକ ଇଟା ବୋଝେଇ ଇଞ୍ଜିନ ଚାଳିତ ରିକ୍ସା ଓଲଟି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଛାତ୍ରଙ୍କ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଏଥିନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ଦାୟୀ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ନିମନ୍ତ୍ରଣପତ୍ର ବାଣ୍ଟିବା ପାଇଁ ପିଅନକୁ ନ ପଠାଇ ଛାତ୍ରମାନଙ୍କୁ ପଠାଇଥିବାରୁ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ...

ବେହେରାସାହି ପରେ ଏବେ ଚିନ୍ତା ବଢ଼ାଇଲା ଜାଲୁଆ ସାହି: ଆଜି ଚିହ୍ନଟ ହେଲେ…

କଟକ ଅଫିସ,୧୧।୮: କଟକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ...

ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ

ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...

ଚିନ୍ତା ବଢ଼ାଇଲାଣି ରାଜଧାନୀ: ୨୫ କରୋନା ପଜିଟିଭ ଚିହ୍ନଟ; ୨୩ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨୩ ଲୋକାଲ୍‌ କେସ୍‌ ରହିଥିବା ବେଳେ ୨ ହୋମ୍‌...

ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।...

ୟୁକ୍ରେନ୍‌ରୁ କେନ୍ଦୁଝର ଫେରିଲେ ଶିବମ

ଚମ୍ପୁଆ, ୬।୩(ଡି.ଏନ୍‌.ଏ.): ୟୁକ୍ରେନ ଓ ଋଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତିରେ ଫଶି ରହିଥିବା ଶିବମ ସାହୁ ଶନିବାର ନିଜ ଜନ୍ମମାଟି ଚମ୍ପୁଆରେ ପହଞ୍ଚିଛନ୍ତି। ଶିବମ...

ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାବି: ଦିନସାରା ଏନ୍‌ଜେନ୍‌ କର୍ମଚାରୀ ଅଟକ

ଭାପୁର, ୧୫।୯(ଡି.ଏନ୍‌.ଏ.) – ଉଜ୍ଜ୍ୱଳା ବଲ୍‌ବ ପ୍ରଦାନ, ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମର ଶତାଧିକ ମହିଳା...

ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଏପ୍ରିଲ ୧୩ରେ ଆରମ୍ଭ ହେବ ନବମ ଶ୍ରେଣୀ ସମେଟିଭ୍‌-୨ ପରୀକ୍ଷା। ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା...

Advertisement
Archives

Model This Week