ସଞ୍ଜୟ ସାହୁଙ୍କୁ ବେଷ୍ଟ ପିଆର୍‌ଓ ଆଓ୍ବାର୍ଡ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପବ୍ଲିକ ରିଲେସନ୍ସ ଏବଂ କର୍ପୋରେଟ କମ୍ୟୁନିକେଶନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ୍ସ ଅଫିସର(ପିଆର୍‌ଓ) ଆଓ୍ବାର୍ଡ-୨୦୧୯ ପ୍ରଦାନ କରାଯାଇଛି। ନ୍ୟାଶନାଲ ଜର୍ନାଲିଷ୍ଟ ଓ୍ବେଲଫେୟାର ବୋର୍ଡ ପକ୍ଷରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ସଞ୍ଜୟ ସାହୁ ବର୍ତ୍ତମାନ ଜିନ୍ଦଲ ଷ୍ଟିଲ ଏବଂ ପାଓ୍ବାର ଲିମିଟେଡରେ କର୍ପୋରେଟ କମ୍ୟୁନିକେଶନ ବିଭାଗରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ ଅଛନ୍ତି। ପବ୍ଲିକ ରିଲେସନ୍ସ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସେ ଗତ ୧୫ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। ଏହି କ୍ଷେତ୍ରରେ ବିଭିନ୍ନ ନୂତନତ୍ୱ ଏବଂ କୌଶଳ ଆଣିଛନ୍ତି। ଗଣଯୋଗାଯୋଗ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ସେ ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମାସ୍‌ କମ୍ୟୁନିକେଶନ ଆଣ୍ଡ ଜର୍ନାଲିଜମର ଆଲୁମନି। ପବ୍ଲିକ ରିଲେସନ୍ସ ସୋସାଇଟି ଅଫ୍‌ ଇଣ୍ଡିଆ (ପିଆର୍‌ଏସ୍‌ଆଇ) ଭୁବନେଶ୍ୱର ଚାପ୍ଟରର ସେ ପ୍ରତିଷ୍ଠାତା ସମ୍ପାଦକ ଏବଂ ଆଇଆଇଏମ୍‌ସି ଆଲୁମୁନି ଆସୋସିଏଶନ ସଭାପତି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକ ପୁଅକୁ ନିଶାସକ୍ତ ବାପା କଚାଡି ମାରିଥିବା ଅଭିଯୋଗ

ସୋର, ୨୪ା୩ (ଡି.ଏନ୍‌.ଏ.)- ଖେଳୁଥିବା ବେଳେ କାନ୍ଥ ଉପରୁ ପଡି ନାବାଳକଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ବାପାକୁ ନ ଜଣାଇ ଗାଁ...

ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି। ମାତୃଭାଷାରେ...

ବିଚାର ବିଭାଗୀୟ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ନିକଟରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା। ଏହି ସମୟରେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ...

ଓଡ଼ିଶାରୁ ଅକ୍ସିଜେନ ନେଇ ନିଖୋଜ ଥିବା ଟ୍ୟାଙ୍କର ମିଳିଲା

ଅମରାବତୀ, ୭।୫: ଓଡ଼ିଶାରୁ ଅକ୍ସିଜେନ୍‌ ନେଇ ନିଖୋଜ ହୋଇଯାଇଥିବା ଏକ ଟ୍ୟାଙ୍କରକୁ ଆନ୍ଧ୍ରପ୍ରଦେଶ ପୋଲିସ ଠାବ କରିଛି। ଫଳରେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପାଖାପାଖି...

ପଶ୍ଚିମବଙ୍ଗରୁ ଫେରିଥିବା ୧୮ ଯବାନ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୦।୬(ବ୍ୟୁରୋ):  ରାଜ୍ୟରେ ଶନିବାର ୧୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ’ ମୁକାବିଲା ସାରି ଫେରିଥିବା ୧୮ଜଣ...

ପ୍ରେମିକ ଗିରଫ: ଲୁଟ୍‌ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର

କେନ୍ଦ୍ରାପଡ଼ା ଅଫିସ୍‌, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ।...

ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ଜାତୀୟ ଟିବି ନିରାକାରଣ ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ରାଜ୍ୟ ପୁରସ୍କୃତ ହୋଇଥିବା ସ୍ବାସ୍ଥ୍ୟ...

ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ସ୍ଥିର

ଭୁବନେଶ୍ୱର, ୧୯।୫(ବ୍ୟୁରୋ):ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ପଣ୍ଡିଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ ଆଦି ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା...

Advertisement
Archives

Model This Week