ସଚେତନତା ସତ୍ତ୍ୱେ ଗଞ୍ଜାମରେ ଅଲୋଡ଼ା ଶିଶୁକନ୍ୟା: ଦୁଇଟି ସ୍ଥାନରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର ଅଫିସ, ୧୫ା୨- ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି। ଅନ୍ୟପଟେ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସବୁ ସତ୍ତ୍ୱେ ଜିଲାରେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି। ଏହି କ୍ରମରେ ଶନିବାର ସକାଳେ ବଡ଼ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜ ରାସ୍ତା କଡ଼ରେ ଥିବା ଡମ୍ପିଂ ପଏଣ୍ଟରୁ ଏକ ନବଜାତ ଶିଶୁକନ୍ୟାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି ୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମ୍‌କେସିଜି ମେଡିକାଲ ଖେଳପଡ଼ିଆ ପାର୍ଶ୍ୱ ନାଳରୁ ପୋଲିସ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛି। କେହି ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ କରିବା ପରେ ଉକ୍ତ ନାଳରେ ଫୋପାଡ଼ି ଦେଇଥିବା ପୋଲିସ ସନ୍ଦେହ କରୁଛି। ଏନେଇ ପୋଲିସ ୭୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଭାରପ୍ରାପ୍ତ ଥାନାଧିକାରୀ ସୁମନ୍ତ କୁମାର କିଷାନ କହିଛନ୍ତି। ଏଥିସହ ପୋଲିସ ଉକ୍ତ ଘଟଣାର ତଦନ୍ତ କରୁଛି ବୋଲି କହିଛି। ଏବେ ବି ସମାଜରେ ଲୋକମାନଙ୍କ ମଧ୍ୟରେ ପୁଅ-ଝିଅର ତାରତମ୍ୟକୁ ନେଇ ଅନ୍ଧବିଶ୍ୱାସ ରହିଛି । ଗତ ୬ ମାସ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରୁ ୮ ରୁ ଊର୍ଦ୍ଧ୍ୱ ଶିଶୁକନ୍ୟା ଚାଇଲ୍ଡ ଲାଇନ ପକ୍ଷରୁ ଉଦ୍ଧାର କରାଯାଇ ବାଳାଶ୍ରମରେ ଥିବା ପୋଷ୍ୟ ସନ୍ତାନ ଥଇଥାନ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଶିଶୁକନ୍ୟାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ଲୋକମାନଙ୍କୁ ଅଧିକ ସଚେତନ କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରିଲେ ବନ୍ଧକ ଥିବା ଦାଦନ ଶ୍ରମିକ

ଭବାନୀପାଟଣା/କୋକସରା,୬।୭(ସ୍ବ.ପ୍ର./ଡି.ଏନ.ଏ.):କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟରେ ବନ୍ଧକ ପଡ଼ିବା ଘଟଣାର ଭିଡିଓ ଭାଇରାଲ ସହ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା। ଏହା...

ବନ୍ୟପ୍ରାଣୀ ସପ୍ତାହ : ଡାବୁଗାଁ ବ୍ଲକର ୩ ଛାତ୍ରୀଛାତ୍ର ପୁରସ୍କୃତ

ଡାବୁଗାଁ,୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜଣେ ଛାତ୍ରୀ ଓ ୨ ଜଣ ଛାତ୍ରଙ୍କ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ନବରଙ୍ଗପୁର ଜିଲା...

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

କୋରୁକୋଣ୍ଡା,୧୮।୮(ଡି.ଏନ୍‌.ଏ.): ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଅଧିକାଂଶ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି...

ମାର୍ଚ୍ଚରେ କଲବଲ କରିବ ତାତି

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ଉପରମୁହଁା ହୋଇଛି। ଦେହମୁଣ୍ଡ ପୋଡ଼ି ଜାଳି ପକାଉଛି। ଆସନ୍ତା ୨୮ ତାରିଖ ଯାଏ ପାଗରେ...

୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୧।୩: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ...

ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟକରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୨୫।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସରେ ଶୁକ୍ରବାର ୩ଟି ବିଭାଗରେ ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଏ ନେଇ...

ଏବିଭିପି ପକ୍ଷରୁ ଭିସୁଟରେ ର଼୍ୟାଗିଂର ପ୍ରତିବାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.) ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ର଼୍ୟାଗିଂକୁ ଏବିଭିପି ପକ୍ଷରୁ ଶନିବାର ପ୍ରତିବାଦ କରାଯାଇଛି। ଭବାନୀପାଟଣାସ୍ଥିତ ସ୍ଥାନୀୟ କଲେଜ ଛକ ଏବଂ...

ଓଡ଼ିଆ ପାଇଲଟ୍‌ ମୃତ

କବିସୂର୍ଯ୍ୟନଗର/ଭୁବନେଶ୍ୱର,୧୩।୬(ବ୍ୟୁରୋ): ନିଖୋଜ ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ଏଏନ୍‌-୩୨ର ସମସ୍ତ ଯାତ୍ରୀ ମୃତ। ଗୁରୁବାର ବିଧିବଦ୍ଧ ଭାବେ ଆଇଏଏଫ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିମାନର...

Advertisement
Archives

Model This Week