ସଙ୍କଟ ସ୍ଥିତିକୁ ଆସିପାରେ ୫୨% ଚାକିରି

ନୂଆଦିଲ୍ଲୀ, ୬।୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ଭାବେ ପଡିଛି। କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ ମୁତାବକ ଅନେକ ଲୋକଙ୍କ ନିଯୁକ୍ତି ଉପରେ କରୋନା ମାଡ କରିବାର ସ୍ଥିତି ଉପୁଜିଛି। ଏଭଳି ସ୍ଥିତିରେ ୫୨% ଚାକିରି ସଙ୍କଟ ସ୍ଥିତିକୁ ଆସିପାରେ ବୋଲି ସିଆଇଆଇର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସିଆଇଆଇ ୨୦୦ ପ୍ରମୁଖ କମ୍ପାନୀର ସିଇଓଙ୍କୁ ନେଇ ଏକ ସର୍ବେକ୍ଷଣ କରିଥିଲା। ଅଧିକାଂଶ କମ୍ପାନୀଙ୍କ ଆୟ ଉପର ଏବେ କରୋନାର ନକରାତ୍ମକ ପ୍ରଭାବ ରହିଛି। ଏହା ଦ୍ୱାରା ଲୋକଙ୍କର ଚାକିରି ଯିବାର ଆଶଙ୍କାକୁ ବଢାଇଛି। ଏପ୍ରିଲ-ଜୁନ ଏବଂ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଅଧିକାଂଶ କମ୍ପାନୀଗୁଡିକର ଲାଭ ୧୦%ରୁ ଅଧିକ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରାଯାଉଛି। ଏହା ଦ୍ୱାରା ୨ ତ୍ରୈମାସରରେ କମ୍ପାନୀଗୁଡିକର ଲାଭ ହ୍ରାସ ହେବା ନେଇ କୁହାଯାଇଛି। ଏହି ସମୟରେ କମ୍ପାନୀଗୁଡିକର ଆୟ ଏବଂ ଲାଭରେ ବୃହତ୍ତ ପରିମାଣର କ୍ଷତି ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ ଦେଶର ବିକାଶ ହାର ଉପରେ ପଡିବ ବୋଲି ଆଶଙ୍କା ରହିଛି। ଲକ୍‌ଡାଉନ ଶେଷ ହେବା ପରେ ୪୭% କମ୍ପାନୀଗୁଡିକରେ ୧୫%ରୁ କମ୍‌ ନିଯୁକ୍ତି ଉପରେ ପ୍ରଭାବ ପଡିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ୩୨% କମ୍ପାନୀରେ ୧୫ରୁ ୩୦% ନିଯୁକ୍ତି ହ୍ରାସ ହୋଇପାରେ। ଏବେ ସାରା ଦେଶରେ କରୋନା ମାଲା ବଢି ବଢି ଚାଲିଛି। ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିପ୍ଟୋକରେନ୍ସି ଆର୍ଥିକ ସ୍ଥିରତା ପ୍ରତି ବିପଦ

ମୁମ୍ବାଇ,୧୧।୨:ମୁଦ୍ରାନୀତି ଘୋଷଣା ଅବସରରେ ଆର୍‌ବିଆଇ ଗଭର୍ନର କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଡିଜିଟାଲ ମୁଦ୍ରାରେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ମନେରଖିବା ଉଚିତ ଯେ,...

ବିତ୍ତୀୟ ନିଅଣ୍ଟ ଜିଡିପିର ୪.୬% ଛୁଇଁଲା

ନୂଆଦିଲ୍ଲୀ,୨୯।୫: ଆର୍ଥତ୍କ ବର୍ଷ ୨୦୧୯-୨୦ର ବିତ୍ତୀୟ ନିଅଣ୍ଟ( ସରକାରଙ୍କ ରାଜସ୍ବ ଏବଂ ଖର୍ଚ୍ଚ ମଧ୍ୟରେ ଥିବା ଦୂରତ୍ୱ) ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ତୁଳନାରେ ୪.୬%...

ଅଲ୍‌-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେର ଶୁଭାରମ୍ଭ

ଭୁବନେଶ୍ୱର,୧୨।୨: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ଏହାର ଅଲ-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେର ଶୁଭାରମ୍ଭ କରାଯାଇଛି। ଏହି ପେସ୍‌-ସେଟିଂ ହାଇ-ପରଫରମାନ୍ସ ସ୍ପୋର୍ଟସ କାର୍‌...

ଆଇସିଆଇସିଆଇ ବ୍ୟାଙ୍କ ଦେଲା ୧୦୦ କୋଟି

ମୁମ୍ବାଇ,୨୧।୪: କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଯୋଗଦାନ ସ୍ବରୂପ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଅର୍ଥ ମଧ୍ୟରେ ପିଏମ୍‌...

ଜିଏସ୍‌ଟି ଫାଙ୍କୁଛନ୍ତି କ୍ରିପ୍ଟୋ ଏକ୍ସଚେଞ୍ଜ

ନୂଆଦିଲ୍ଲୀ,୨୯।୩ ଭାରତରେ ଡିଜିଟାଲ କରେନ୍ସି ଓ କ୍ରିପ୍ଟୋକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। କେବେ ଏହାର ପ୍ରଚଳନ ନିଷିଦ୍ଧକୁ ନେଇ ତ ଆଉ କେତେବେଳେ...

ମାନୁଫାକ୍‌ଚରିଂ କାର୍ଯ୍ୟକଳାପରେ ଉନ୍ନତି

ନୂଆଦିଲ୍ଲୀ, ୩-୧୨: ଚଳିତ ବର୍ଷ ନଭେମ୍ବରରେ ଦେଶର ମାନୁଫାକଚରିଂ କ୍ଷେତ୍ରରେ କାର୍ଯ୍ୟକଳାପ ସାମାନ୍ୟ ଉନ୍ନତି ଆସିଛି। ଦେଶର ଅଭିବୃଦ୍ଧି ହ୍ରାସ, ନୂଆ ଅର୍ଡର କମିବା ଏବଂ...

ଉତ୍ପାଦ ଟିକସ ସଂଗ୍ରହ ୪୮% ବୃଦ୍ଧି

ନୂଆଦିଲ୍ଲୀ,୬।୯:  ପେଟ୍ରୋଲିୟମ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ ଆଦାୟ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ୪୮% ବୃଦ୍ଧି ଘଟିଛି।...

ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତିଙ୍କ ଆହ୍ବାନ

ମୁମ୍ବାଇ,୬-୧୦: ଘରୋଇ ବଜାରରେ ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆହ୍ବାନ ଜଣାଇଛନ୍ତି। ଭାରତକୁ ନିବେଶର ଏକ ଗନ୍ତବ୍ୟସ୍ଥଳ ଭାବେ ଗଢି ତୋଳିବା...

Advertisement
Archives

Model This Week