Posted inଜାତୀୟ

ସଙ୍କଟରେ କୁମାରସ୍ବାମୀ ସରକାର: ଦୁଇ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ବେଙ୍ଗାଲୁରୁ,୨ା୭(ଆଇଏଏନ୍‌ଏସ୍‌): କର୍ନାଟକ ବିଧାନସଭାରୁ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ଫଳରେ ଏଚ୍‌.ଡି. କୁମାରସ୍ବାମୀ ସରକାରରେ ସଙ୍କଟ ଦେଖାଦେଇଛି। ବିଦ୍ରୋହୀ ବିଧାୟକ ରମେଶ ଜରକିହୋଲି ଏବଂ ଆନନ୍ଦ ସିଂ ସୋମବାର ସେମାନଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କୁ କ୍ୟାବିନେଟରୁ ବାଦ୍‌ ଦେଇ କଂଗ୍ରେସ ଦଳ ତାଙ୍କ ବରିଷ୍ଠତାକୁ ଅଣଦେଖା କରିଥିବା ଜରକିହୋଲି ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ତାଙ୍କୁ ଦଳ ଏବଂ ମେଣ୍ଟ ସରକାରରେ ଅଣଦେଖା କରାଯିବାରୁ ସେ ଇସ୍ତଫା ଦେଲେ ବୋଲି କହିଛନ୍ତି। ଜରକିହୋଲି ଗୋକକ୍‌ ଆସନରୁ ବିଧାୟକ ଅଛନ୍ତି।
ସେହିପରି ବିଜୟନଗରର କଂଗ୍ରେସ ବିଧାୟକ ଆନନ୍ଦ ସିଂ ସୋମବାର ସକାଳେ ତାଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ପାଖକୁ ପଠାଇଥିଲେ। ତାଙ୍କ ଇସ୍ତଫା ଗୃହୀତ ହୋଇ ନ ଥିବା କୁହାଯିବାରୁ ସେ ପୁଣି ଥରେ ଇସ୍ତଫା ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ କୌଣସି ଇସ୍ତଫାପତ୍ର ପାଇ ନ ଥିବା ବାଚସ୍ପତି କହିଛନ୍ତି। ରାଜ୍ୟପାଳ ବଜୁଭାଇ ଭାଲାଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ତାଙ୍କ ଇସ୍ତଫାର କାରଣ ସମ୍ପର୍କରେ ଜଣାଇବେ ବୋଲି ଆନନ୍ଦ କହିଛନ୍ତି। ବେଲାରୀରେ ୩୬୬୭ ଏକର ଜମି ଜେଏସ୍‌ଡବ୍ଲୁ ଷ୍ଟିଲ୍‌ କମ୍ପାନୀକୁ ବିକ୍ରି ଲାଗି ମେଣ୍ଟ ସରକାରଙ୍କ ଯୋଜନାକୁ ବିରୋଧ କରି ଆନନ୍ଦ ଇସ୍ତଫା ଦେଇଥିବା କୁହାଯାଉଛି। କିଛିଦିନ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ସେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ଜମି ବିକ୍ରିର ପ୍ରତିବାଦ କରିଥିଲେ। ଦଳ ଅପେକ୍ଷା ଜିଲ୍ଲା ସ୍ବାର୍ଥର ସୁରକ୍ଷା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଆନନ୍ଦ ଭାଜପାରେ ଯୋଗଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଗତବର୍ଷ କଂଗ୍ରେସ ଦଳରେ ମତଭେଦ ଚରମ ସୀମାରେ ପହଞ୍ଚତ୍ଥିବାବେଳେ ଆନନ୍ଦ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଗତ ଜାନୁୟାରୀରେ ବେଙ୍ଗାଲୁରୁ ଉପକଣ୍ଠର ଏକ ରିସୋର୍ଟରେ ତାଙ୍କର ଅନ୍ୟତମ କଂଗ୍ରେସ ବିଧାୟକ ଜେ.ଏନ୍‌. ଗଣେଶଙ୍କ ସହ ଧସ୍ତାଧସ୍ତି ହୋଇଥିଲା ଏବଂ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କଂଗ୍ରେସର ଆଉ ୬ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଯୋଜନା କରୁଥିବା ଖବର ପ୍ରକାଶ ପାଇଛି।
ଜଣକ ପରେ ଜଣେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ରାଜ୍ୟର ମେଣ୍ଟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ ନ୍ୟୁଜର୍ସିରେ କାଳଭୈରବେଶ୍ୱର ମନ୍ଦିରର ଶିଳାନ୍ୟାସ ପାଇଁ ଆମେରିକା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ରାଜ୍ୟରେ ଘଟୁଥିତ୍ବା ସବୁ ଘଟଣା ସମ୍ପର୍କରେ ଜାଣିଥିବା ଟୁଇଟ୍‌ କରିଛନ୍ତି। ଏଥିପାଇଁ ସେ ଭାଜପାକୁ ଦାୟୀ କରିଛନ୍ତି। ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ଗୈରିକ ଦଳ ଦିବାସ୍ବପ୍ନ ଦେଖୁଥିବା ସେ କହିଛନ୍ତି। ତେବେ ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି ଅଭିଯୋଗକୁ ପୂର୍ବରୁ ଅସ୍ବୀକାର କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଭାଜପା ସଭାପତି ବି.ଏସ୍‌.ୟେଦ୍ୟୁରପ୍ପା କଂଗ୍ରେସରୁ ଅଧିକ ବିଧାୟକ ଇସ୍ତଫା ଦେବେ ବୋଲି ପୂର୍ବାନୁମାନ କରିଛନ୍ତି। ମେଣ୍ଟକୁ ନେଇ ୨୦ ବିଧାୟକ ଅସନ୍ତୁଷ୍ଟ ରହିଛନ୍ତି। ଆଗକୁ କ’ଣ ହେଉଛି ଦେଖିବାକୁ ଅପେକ୍ଷା କରିବୁ ବୋଲି ସେ କହିଛନ୍ତି। ଦୁଇ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟ ବିଧାନସଭାରେ ଭାଜପାର ୧୦୪ ବିଧାୟକ ଥିବାବେଳେ କଂଗ୍ରେସର ୭୮ ଓ ଜେଡିଏସ୍‌ର ୩୭ ବିଧାୟକ ରହିଛନ୍ତି। ଜଣେ ବିଏସ୍‌ପି ଏବଂ ଜଣେ ସ୍ବାଧୀନ ବିଧାୟକ ମେଣ୍ଟ ସରକାରକୁ ସମର୍ଥନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ,୨୯।୧: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ତାଙ୍କୁ ଟାଇକୋନ ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ...

ମହାରାଷ୍ଟ୍ରରେ ଭାଜପା ଖେଳ ଶେଷ:ପରାଜୟ ପୂର୍ବରୁ ପଳାୟନ

ନୂଆଦିଲ୍ଲୀ/ମୁମ୍ବାଇ,୨୭-୧୧:ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଚାଲିଥିବା ଭାଜପାର ସଂଖ୍ୟାଖେଳ ଶେଷ ହୋଇଯାଇଛି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା...

ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌ରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ୫୫ ଯୋଡ଼ି

ରାଞ୍ଚି,୧୮।୨: ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌-ରିଲେସନଶିପ୍‌ରେ ରହିବା ପରେ ଝାଡ଼ଖଣ୍ଡର ୫୫ ଯୋଡ଼ି ବସନ୍ତ ପଞ୍ଚମୀ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକି ଗରିବ ଏବଂ...

କଂଗ୍ରେସ ଛାଡିଲେ ପୁଣି ୩ ନେତା

ଶ୍ରୀନଗର,୨୯।୮: ସୋମବାର ଜମ୍ମୁକଶ୍ମୀର କଂଗ୍ରେସର ତିନିଜଣ ନେତା ଦଳ ଛାଡିଛନ୍ତି। ନିକଟରେ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପୂର୍ବତନ ଉପବାଚସ୍ପତି...

୫ ହଜାରରେ ଭାରତରେ ପ୍ରବେଶ-୧୫ ଶହରେ ଆଧାର କାର୍ଡ…

ରାୟପୁର,୬।୫ : ୬୦ ଲକ୍ଷରୁ ଅଧିକ ଟଙ୍କା ଚୋରି ଅଭିଯୋଗରେ ଛତିଶଗଡ ପୋଲିସ ୨ ବାଂଲାଦେଶୀଙ୍କୁ ଗିରଫ କରିଛି। ପୋଲିସ ପଚରାଉଚରା ବେଳେ ସୀମା ତାର...

୨୨ ଗ୍ରାମ ନ୍ୟାୟାଳୟ ପାଇଁ ଜାରି ହୋଇଛି ବିଜ୍ଞପ୍ତି

ନୂଆଦିଲ୍ଲୀ,୧୪।୨: ଓଡ଼ିଶା ସରକାର ୨୨ଟି ଗ୍ରାମ ନ୍ୟାୟାଳୟ (ଭିଲେଜ୍‌ କୋର୍ଟ) ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା...

କମଲେଶଙ୍କୁ ୧୫ ଥର ଛୁରି ଭୁସିଥିଲେ ହତ୍ୟାକାରୀ

ଲକ୍ଷ୍ନୌ,୨୪ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଳେଶ ତିଓ୍ବାରୀଙ୍କୁ ହତ୍ୟାକାରୀ ୧୫ ଥର ଛୁରି ଭୁସିବା ସହ ମୁହଁକୁ ଗୁଳି କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡିଛି।...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁନାଓ୍ବାଲା, ଏଚପିଭି ଟିକା ବିଷୟରେ ଆଲୋଚନା…

ନୂଆଦିଲ୍ଲୀ,୨୫।୧ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମସ୍‌ନସୁଖ ମାଣ୍ଡବ୍ୟଙ୍କୁ ଭେଟି ଦେଶର ପ୍ରଥମ ସ୍ବଦେଶୀ ମାନବ...

Advertisement
Archives

Model This Week