Posted inଜାତୀୟ

ସଙ୍କଟରେ କୁମାରସ୍ବାମୀ ସରକାର: ଦୁଇ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ବେଙ୍ଗାଲୁରୁ,୨ା୭(ଆଇଏଏନ୍‌ଏସ୍‌): କର୍ନାଟକ ବିଧାନସଭାରୁ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ଫଳରେ ଏଚ୍‌.ଡି. କୁମାରସ୍ବାମୀ ସରକାରରେ ସଙ୍କଟ ଦେଖାଦେଇଛି। ବିଦ୍ରୋହୀ ବିଧାୟକ ରମେଶ ଜରକିହୋଲି ଏବଂ ଆନନ୍ଦ ସିଂ ସୋମବାର ସେମାନଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କୁ କ୍ୟାବିନେଟରୁ ବାଦ୍‌ ଦେଇ କଂଗ୍ରେସ ଦଳ ତାଙ୍କ ବରିଷ୍ଠତାକୁ ଅଣଦେଖା କରିଥିବା ଜରକିହୋଲି ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ତାଙ୍କୁ ଦଳ ଏବଂ ମେଣ୍ଟ ସରକାରରେ ଅଣଦେଖା କରାଯିବାରୁ ସେ ଇସ୍ତଫା ଦେଲେ ବୋଲି କହିଛନ୍ତି। ଜରକିହୋଲି ଗୋକକ୍‌ ଆସନରୁ ବିଧାୟକ ଅଛନ୍ତି।
ସେହିପରି ବିଜୟନଗରର କଂଗ୍ରେସ ବିଧାୟକ ଆନନ୍ଦ ସିଂ ସୋମବାର ସକାଳେ ତାଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ପାଖକୁ ପଠାଇଥିଲେ। ତାଙ୍କ ଇସ୍ତଫା ଗୃହୀତ ହୋଇ ନ ଥିବା କୁହାଯିବାରୁ ସେ ପୁଣି ଥରେ ଇସ୍ତଫା ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ କୌଣସି ଇସ୍ତଫାପତ୍ର ପାଇ ନ ଥିବା ବାଚସ୍ପତି କହିଛନ୍ତି। ରାଜ୍ୟପାଳ ବଜୁଭାଇ ଭାଲାଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ତାଙ୍କ ଇସ୍ତଫାର କାରଣ ସମ୍ପର୍କରେ ଜଣାଇବେ ବୋଲି ଆନନ୍ଦ କହିଛନ୍ତି। ବେଲାରୀରେ ୩୬୬୭ ଏକର ଜମି ଜେଏସ୍‌ଡବ୍ଲୁ ଷ୍ଟିଲ୍‌ କମ୍ପାନୀକୁ ବିକ୍ରି ଲାଗି ମେଣ୍ଟ ସରକାରଙ୍କ ଯୋଜନାକୁ ବିରୋଧ କରି ଆନନ୍ଦ ଇସ୍ତଫା ଦେଇଥିବା କୁହାଯାଉଛି। କିଛିଦିନ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ସେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ଜମି ବିକ୍ରିର ପ୍ରତିବାଦ କରିଥିଲେ। ଦଳ ଅପେକ୍ଷା ଜିଲ୍ଲା ସ୍ବାର୍ଥର ସୁରକ୍ଷା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଆନନ୍ଦ ଭାଜପାରେ ଯୋଗଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଗତବର୍ଷ କଂଗ୍ରେସ ଦଳରେ ମତଭେଦ ଚରମ ସୀମାରେ ପହଞ୍ଚତ୍ଥିବାବେଳେ ଆନନ୍ଦ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଗତ ଜାନୁୟାରୀରେ ବେଙ୍ଗାଲୁରୁ ଉପକଣ୍ଠର ଏକ ରିସୋର୍ଟରେ ତାଙ୍କର ଅନ୍ୟତମ କଂଗ୍ରେସ ବିଧାୟକ ଜେ.ଏନ୍‌. ଗଣେଶଙ୍କ ସହ ଧସ୍ତାଧସ୍ତି ହୋଇଥିଲା ଏବଂ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କଂଗ୍ରେସର ଆଉ ୬ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଯୋଜନା କରୁଥିବା ଖବର ପ୍ରକାଶ ପାଇଛି।
ଜଣକ ପରେ ଜଣେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ରାଜ୍ୟର ମେଣ୍ଟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ ନ୍ୟୁଜର୍ସିରେ କାଳଭୈରବେଶ୍ୱର ମନ୍ଦିରର ଶିଳାନ୍ୟାସ ପାଇଁ ଆମେରିକା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ରାଜ୍ୟରେ ଘଟୁଥିତ୍ବା ସବୁ ଘଟଣା ସମ୍ପର୍କରେ ଜାଣିଥିବା ଟୁଇଟ୍‌ କରିଛନ୍ତି। ଏଥିପାଇଁ ସେ ଭାଜପାକୁ ଦାୟୀ କରିଛନ୍ତି। ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ଗୈରିକ ଦଳ ଦିବାସ୍ବପ୍ନ ଦେଖୁଥିବା ସେ କହିଛନ୍ତି। ତେବେ ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି ଅଭିଯୋଗକୁ ପୂର୍ବରୁ ଅସ୍ବୀକାର କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଭାଜପା ସଭାପତି ବି.ଏସ୍‌.ୟେଦ୍ୟୁରପ୍ପା କଂଗ୍ରେସରୁ ଅଧିକ ବିଧାୟକ ଇସ୍ତଫା ଦେବେ ବୋଲି ପୂର୍ବାନୁମାନ କରିଛନ୍ତି। ମେଣ୍ଟକୁ ନେଇ ୨୦ ବିଧାୟକ ଅସନ୍ତୁଷ୍ଟ ରହିଛନ୍ତି। ଆଗକୁ କ’ଣ ହେଉଛି ଦେଖିବାକୁ ଅପେକ୍ଷା କରିବୁ ବୋଲି ସେ କହିଛନ୍ତି। ଦୁଇ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟ ବିଧାନସଭାରେ ଭାଜପାର ୧୦୪ ବିଧାୟକ ଥିବାବେଳେ କଂଗ୍ରେସର ୭୮ ଓ ଜେଡିଏସ୍‌ର ୩୭ ବିଧାୟକ ରହିଛନ୍ତି। ଜଣେ ବିଏସ୍‌ପି ଏବଂ ଜଣେ ସ୍ବାଧୀନ ବିଧାୟକ ମେଣ୍ଟ ସରକାରକୁ ସମର୍ଥନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?