Advertisement
Posted inଜାତୀୟ

ସଂସ୍କୃତକୁ ମୃତ ଭାଷା କହିଲେ ମାରାନ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଡିଏମ୍‌କେ ନେତା ଦୟାନିଧି ମାରାନ ସଂସ୍କୃତକୁ ଏକ ମୃତ ଭାଷା କହି ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବାରୁ ଏହାକୁ ନେଇ ଲୋକ ସଭାରେ ଉତ୍ତେଜନା ଦେଖାଦେଇଥିଲା। ଏଭଳି ମନ୍ତବ୍ୟ ପାଇଁ ମାରାନ କ୍ଷମା ମାଗନ୍ତୁ ବୋଲି ଶାସକ ଦଳର ସଦସ୍ୟମାନେ ଦାବି କରିଥିଲେ। ଗୃହର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ରେକର୍ଡରୁ ମାରାନଙ୍କ ଆପତ୍ତିଜନକ ମନ୍ତବ୍ୟକୁ ବାଦ୍‌ ଦିଆଯାଇଛି। ସୋମବାର କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା ଚାଲିଥିବାବେଳେ ଡିଏମ୍‌କେ ସଦସ୍ୟ କହିଥିଲେ ସଂସ୍କୃତ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତାମିଲ ଭାଷା ପାଇଁ ସରକାର କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ତାଙ୍କ ମନ୍ତବ୍ୟକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରପତି ଅନୁରାଗ ଠାକୁର ବିରୋଧ କରିଥିଲେ। ଆମେ ସବୁ ଭାଷାକୁ ସମ୍ମାନ ଦେଉଛୁ। ସଂସ୍କୃତ ସମ୍ପର୍କରେ ମାରାନଙ୍କ ମନ୍ତବ୍ୟ ନିନ୍ଦନୀୟ ବୋଲି ଠାକୁର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ: ୧୦ ଅଯୋଗ୍ୟ ବିଧାୟକଙ୍କୁ ମିଳିଲା ମନ୍ତ୍ରୀ ପଦ

ବେଙ୍ଗାଲୁରୁ,୬।୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଗୁରୁବାର ହୋଇଛି। ଉପନିର୍ବାଚନ ଜିତିଥିବା କଂଗ୍ରେସ-ଜେଡିଏସ୍‌ର ୧୦ ଅଯୋଗ୍ୟ ବିଧାୟକଙ୍କୁ ଏଥର ମନ୍ତ୍ରୀ ପଦ ମିଳିଛି।...

ମଣିପୁର ବିଧାନସଭା ଲାଗି ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୨ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଇମ୍ଫାଲ,୫ ।୩: ମଣିପୁର ବିଧାନସଭା ଲାଗି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ସକାଳୁ ଆରମ୍ଭ ହୋଇଛି । ଏଥର ୬ ଜିଲାର ୨୨ଟି...

କହ୍ନେୟା ହୋଇପାରନ୍ତି ପିସିସି ସଭାପତି

ନୂଆଦିଲ୍ଲୀ, ୧୬।୯: ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ପୂର୍ବତନ ଛାତ୍ରନେତା କହ୍ନେୟାକୁମାର ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେ କଂଗ୍ରେସ ଦଳରେ ଯୋଗ...

‘ଜାତୀୟ ସ୍ବାର୍ଥ ହାନି କରିଛି କେନ୍ଦ୍ର’

ନୂଆଦିଲ୍ଲୀ, ୧୦ା୧୧: ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସହ ହୋଇଥିବା ଚୁକ୍ତିରେ ୬୫ କୋଟି ଟଙ୍କା ଲାଞ୍ଚ କାରବାର, ନକଲି ଇନ୍‌ଭଏସ୍‌...

ଆସାମରେ ଭାଜପାର ୧୦ ସଙ୍କଳ୍ପ: ୩୦ ଲକ୍ଷ ପରିବାରଙ୍କୁ ମାସକୁ ୩ ହଜାର

ଗୁଆହାଟି,୨୩।୩: ଆସାମରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଭାଜପା ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ...

କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଅସମ୍ଭବ…

ନୂଆଦିଲ୍ଲୀ, ୧୩।୪ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର ଦେଶରେ ଏକ ତୃତୀୟ ମାମ୍ମୁଖ୍ୟ ଗଠନ ନେଇ ବୁଧବାର ଏକ ବଡ଼...

ମୋଦିଙ୍କ ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇପାରିବୁ ନାହିଁ, ଯାହା କହିଛୁ ପୂରଣ କରିବୁ: ଖାର୍ଗେ

ଶିମଲା,୯।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଭିନ୍ନ ଦଳ ପକ୍ଷରୁ ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି...

ଏଏପି ବିଧାୟକ ଅମାନତୁଲ୍ଲାହ ଖାଁ ଦିଲ୍ଲୀ ପୋଲିସ ପାଇଁ ବ୍ୟାଡ କ୍ୟାରେକ୍ଟର

ନୂଆଦିଲ୍ଲୀ,୧୩ ।୫: ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାଁଙ୍କୁ ଦିଲ୍ଲୀ ପୋଲିସ ବିସି ବା ବ୍ୟାଡ କ୍ୟାରେକ୍ଟର ବୋଲି ଘୋଷଣା କରିଛି । ୩୦...

Advertisement
Archives

Model This Week