Posted inଜାତୀୟ

ସଂସଦୀୟ ଦଳ ବୈଠକରେ ମୋଦିଙ୍କ କଡ଼ା ସନ୍ଦେଶ: ଅହଂକାର, ଦୁର୍ବ୍ୟବହାର ବରଦାସ୍ତ କରାଯିବନି

ନୂଆଦିଲ୍ଲୀ,୩ା୭ (ପି.ଟି.): ସରକାରୀ ଅଧିକାରୀଙ୍କୁ ଭାଜପା ନେତା କୈଳାସ ବିଜୟଭର୍ଗୀୟଙ୍କ ବିଧାୟକ ପୁଅ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲି କଡ଼ା ସନ୍ଦେଶ ଦେଇଛନ୍ତି। ଭାଜପା ସଂସଦୀୟ ଦଳ ବୈଠକରେ ସେ କହିଛନ୍ତି ଯେ, ସେ ଯାହା ପୁଅ ହେଇଥାନ୍ତୁ ପଛେ ଅହଂକାର ଓ ଦୁର୍ବ୍ୟବହାରକୁ କେବେହେଲେ ବରଦାସ୍ତ କରାଯାଇ ପାରିବ ନାହିଁ। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଯିଏ ଯାହା ଚାହିଁବ କରିପାରିବ ନାହିଁ। ମୋଦିଙ୍କ ଏହି କଡା ଆଭିମୁଖ୍ୟବେଳେ ନିଜେ ଭାଜପା ସାଧାରଣ ସମ୍ପାଦକ ବିଜୟଭର୍ଗୀୟ ବୈଠକରେ ଉପସ୍ଥିତ ଥିଲେ।
କଡ଼ା ଆଭିମୁଖ୍ୟକୁ ନେଇ ଭାଜପା ମୁଖପାତ୍ର ରାଜୀବ ପ୍ରତାପ ରୁଡ଼ୀ ମଧ୍ୟ ସମାନ କଥା ଦୋହରାଇଛନ୍ତି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ସେ ମାପିଚୁପି କହିଛନ୍ତି ଯେ, ଏଭଳି ବ୍ୟବହାର କୌଣସି ବ୍ୟକ୍ତି କଲେ, ତାଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ପ୍ରକାଶଥାଉ କି, ବିଜୟଭର୍ଗୀୟଙ୍କ ପୁଅ ଏଭଳି କାମ କରି କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ। ସେ ଗିରଫ ହେବା ପରେ କୋର୍ଟରୁ ଜାମିନ୍‌ରେ ଆସିଥିଲେ।
ଭାଜପାର ଜବରଦସ୍ତ ବିଜୟ ପରେ ପ୍ରଥମ ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ବରିଷ୍ଠ ନେତାମାନେ ସମ୍ବର୍ଦ୍ଧିତ କରିଥିଲେ। ଜୁଲାଇ ୬ରୁ ବାରାଣସୀରୁ ମୋଦି ଭାଜପାର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବେ ବୋଲି ସ୍ଥିର କରାଯାଇଛି। ବୈଠକରେ ସଂସଦରେ ସମସ୍ତ ଦଳୀୟ ନେତା ଉପସ୍ଥିତ ରହି ଅଧିବେଶନ କାର୍ଯ୍ୟ ସଫଳ କରିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ୍‌-ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ହାଇକୋର୍ଟଙ୍କ ତାଗିଦ୍‌, ଆଇନ ସମସ୍ତଙ୍କ ପାଇଁ ସମାନ…

ନୂଆଦିଲ୍ଲୀ, ୧।୬ : ଦିଲ୍ଲୀ ହାଇକୋର୍ଟ ମାସ୍କ୍‌ ଏବଂ ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ତାଗିଦ୍‌ କରିଛନ୍ତି। ବୁଧବାର ହାଇକୋର୍ଟ କହିଛନ୍ତି ଯେ,...

ନାଗରିକତ୍ୱ ସଂଶୋଧନ ଆଇନରେ ପରିବର୍ତ୍ତନ ଆସିପାରେ: ସଙ୍କେତ ଦେଲେ ଶାହା

ନୂଆଦିଲ୍ଲୀ,୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସମଗ୍ର ଉତ୍ତରପୂର୍ବ ଭାରତରେ ହିଂସା ଉପୁଜିଛି। କେବଳ ସେତିକି ନୁହେଁ ଏହାକୁ ନେଇ ବିଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ...

କଂଗ୍ରେସ ଏବେ ଗୁଣ୍ଡାଙ୍କ ଦଳ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୮।୪ : ତାମିଲନାଡୁର ଡିଣ୍ଡିଗୁଲ ଜିଲା କଂଗ୍ରେସ ସଭାପତି ମାଣିକନ୍ଦନ ବିଚାରପତିଙ୍କ ଜିଭ କାଟିବା ଲାଗି ଦେଇଥିବା ବିବୃତ୍ତିକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଛି।...

ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଜାରି ରହିଛି: ଅମିତ ଶାହ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦେଶବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅଫିସରେ ଝଗଡ଼ା, ଘରକୁ ଡାକି କାଟିଦେଲେ ସହକର୍ମୀଙ୍କ ମୁଣ୍ଡ

ନୂଆଦିଲ୍ଲୀ,୮।୧୨: ଜଣେ ବ୍ୟକ୍ତି ତାଙ୍କ ସହକର୍ମୀଙ୍କୁ ଘରକୁ ଡାକି ହତ୍ୟା କରିବା ପରେ ମୃତଦେହର ପାଖରେ ଶୋଇଥିଲେ। ପର ଦିନ ସକାଳେ ଶବରୁ ମୁଣ୍ଡ ଅଲଗା...

ଘରେ ଆଣ୍ଠୁଏ ପାଣି

ନୂଆଦିଲ୍ଲୀ,୧୮ା୪: ପଡ଼ୋଶୀ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳ ଭଳି ଭାରତରେ ମଧ୍ୟ ଆର୍ଥିକ ସଙ୍କଟ ମୁଣ୍ଡ ଟେକିଲାଣି। ଦେଶରେ ପେଟ୍ରୋଲ, ଡିଜେଲଠାରୁ ନେଇ ଖାଇବା ତେଲ,...

ଉତ୍ତରାଖଣ୍ଡ ବସ୍‌ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

ଦୁବାଇ ଚାଲିଗଲେଣି ଦେଶର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ

ବେଙ୍ଗାଲୁରୁ,୨।୧୨: ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନଭେମ୍ବର ୨୦ ତାରିଖରେ ଭାରତ ଆସିଥିଲେ। ୫ ଦିନ...

Advertisement
Archives

Model This Week