ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାକୁ ଆସନ୍ତା ଆର୍ଥିକ ବର୍ଷରୁ ଲାଗୁ କରାଯିବ ବୋଲି ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି ବୋର୍ଡ ଅଫ୍‌ ଇଣ୍ଡିଆ(ଆଇବିବିଆଇ) ପକ୍ଷରୁ କୁହାଯାଇଛି। ଆଇବିସି, ୨୦୧୬ରେ ସଂଶୋଧନ ନେଇ ଆଇବିବିଆଇ ସମସ୍ତ ଷ୍ଟେକ୍‌ହୋଲ୍ଡରଙ୍କଠାରୁ ମତାମତ ଆହ୍ବାନ କରିଛି। ନିକଟରେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କର ଫେବୃୟାରୀ ୧୨ ସର୍କୁଲାରକୁ ରଦ୍ଦ କରିଦେବା ପରେ ଆଇବିସିରେ ସଂଶୋଧନ ଜରୁରୀ ହୋଇପଡିଛି। ଏହି କାରଣରୁ ଆଇବିବିଆଇ ଭଲ୍ୟୁଣ୍ଟାରୀ ଲିକ୍ୟୁଇଡେଶନ ପ୍ରୋସେସ୍‌, ୨୦୧୭, ଫାଷ୍ଟ ଟ୍ରାକ୍‌ କର୍ପୋରେଟ ଇନ୍‌ସଲଭେନ୍ସି ରିଜଲ୍ୟୁଶନ ପ୍ରୋସେସ ରେଗୁଲେଶନ, ୨୦୧୭, ଲିକ୍ୟୁଇଡେଶନ ପ୍ରୋସେସ୍‌, ୨୦୧୬ ଏବଂ ଇନ୍‌ସଲଭେନ୍ସି ରିଜଲ୍ୟୁଶନ ପ୍ରୋସେସ୍‌ ଫର୍‌ କର୍ପୋରେଟ ପର୍ସନ୍ସ, ୨୦୧୬ରେ ସଂଶୋଧନ ପ୍ରସ୍ତାବ ରହିିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri