Posted inଜାତୀୟ

ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୧୦ା୨(ପି.ଟି.): ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ତେଣୁ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ବର୍ଗର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ କୌଣସି ଅଦାଲତ ନିର୍ଦ୍ଦେଶ ଦେଇପାରିବେ ନାହିଁ। ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେବା ଅଧିକାର ଓ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର। ତେଣୁ କାହାକୁ ନିଯୁକ୍ତି ବା ପଦୋନ୍ନତି ଦିଆଯିବ ତାହା ସରକାରଙ୍କ ବିବେକ ଉପରେ ନିର୍ଭର କରେ। ତେବେ ରାଜ୍ୟ ସରକାର ଏହାକୁ ଲାଗୁ କରିବା ପାଇଁ ବାଧ୍ୟ ନୁହନ୍ତି ବୋଲି ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ରାୟ ଦେଇଛନ୍ତି।
୨୦୧୨ ସେପ୍ଟେମ୍ବର ୫ରେ ଉତ୍ତରାଖଣ୍ଡ ସରକାର ଏକ ନିଷ୍ପତ୍ତି ନେଇଥିଲେ। ଏସ୍‌ସି-ଏସ୍‌ଟି ବର୍ଗର ଲୋକଙ୍କୁ ସଂରକ୍ଷଣ ନ ଦେଇ ରାଜ୍ୟରେ ଖାଲିଥିବା ସମସ୍ତ ସରକାରୀ ପଦବୀ ପୂରଣ କରିବା ଲାଗି ଏଥିରେ ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହାଇକୋର୍ଟ ଉକ୍ତ ନିଷ୍ପତ୍ତିକୁ ଖାରଜ କରିଦେବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୧୬ (୪) ଏବଂ ୧୬ (୪-ଏ) ଏସ୍‌ସି-ଏସ୍‌ଟି ବର୍ଗର ଲୋକଙ୍କୁ ସଂରକ୍ଷଣ ଆଧାରରେ ନିଯୁକ୍ତି ଓ ପଦୋନ୍ନତି ଦେବା ନେଇ ଅଧିକାର ପ୍ରଦାନ କରିଛି। ତେଣୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ଉତ୍ତରାଖଣ୍ଡ ସରକାରଙ୍କ ବିଜ୍ଞପ୍ତିକୁ ବଳବତ୍ତର ରଖି ହାଇକୋର୍ଟଙ୍କ ରାୟକୁ ପଲଟାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବମ୍ବେ ହାଇକୋର୍ଟ ରାୟ ସ୍ଥଗିତ

ନୂଆଦିଲ୍ଲୀ,୨୮।୧(ପି.ଟି.): ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଆଇନ ଅନୁଯାୟୀ ଚର୍ମକୁ ସ୍ପର୍ଶ ନ କରି ନାବାଳିକାଙ୍କ ବକ୍ଷସ୍ଥଳ ଛୁଇଁବା ଯୌନ ଅପରାଧ ନୁହେଁ ବୋଲି...

ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ

ନୂଆଦିଲ୍ଲୀ,୧୦।୩ : କେନ୍ଦ୍ରର ୩ ବିବାଦୀୟ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ସଂଯୁକ୍ତ...

‘ବିରୋଧୀ ଏକଜୁଟ ହେବା ଆବଶ୍ୟକ’

ମୁମ୍ବାଇ,୫।୧୦: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମଙ୍ଗଳବାର ବିରୋଧୀଙ୍କୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ଲଖିମ୍‌ପୁର ଖେରି ଘଟଣା ପରେ ବିରୋଧୀ ଦଳ ଏକଜୁଟ...

ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ଅଡୁଆରେ ଅଭିନେତ୍ରୀ

ମୁମ୍ବାଇ,୧୬।୫: ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ମରାଠୀ ଅଭିନେତ୍ରୀ କେତକୀ ଚିତାଲେଙ୍କୁ ମହଙ୍ଗା ପଡିଛି। ଅଭିଯୋଗକକୁ ଭିତ୍ତି...

୫ ଦିନିଆ ଭାରତ ଗସ୍ତରେ ସୁଇଡେନର ରାଜ ଦମ୍ପତ୍ତି

ନୂଆଦିଲ୍ଲୀ,୨।୧୨: ସୁଇଡେନର ରାଜା ଗୁସ୍ତାଫ ଓ ରାଣୀ ସିଲଭିୟା ୫ ଦିନିଆ ଗସ୍ତରେ ସୋମବାର ଭାରତକୁ ଆସିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସୁଇଡେନର...

ବିଦେଶୀ ପିଲାଙ୍କ ପାଇଁ ଆଇଆଇଟି-ଜେଇଇ

ନୂଆଦିଲ୍ଲୀ,୨୩।୫: ଆମେରିକା, ଭିଏତ୍‌ନାମ ସମେତ ୨୫ ଦେଶରେ ଏକସଙ୍ଗେ ଆଇଆଇଟି-ଜେଇଇ (ଆଇଆଇଟି ଯୁଗ୍ମ ପ୍ରବେଶିକା ପରୀକ୍ଷା) କରାଇବାକୁ ଭାରତ ସରକାର ଯୋଜନା କରିଛନ୍ତି। ଫଳରେ ବିଦେଶୀ...

ହାଇକୋର୍ଟଙ୍କ ନିଷ୍ପତ୍ତିରେ ସହମତ ନାହାନ୍ତି ଓଓ୍ବାଇସି

ନୂଆଦିଲ୍ଲୀ,୧୫।୩: ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ହିଜାବ ଇସଲାମର ଏକ...

ପାଲଘର ବିସ୍ଫୋରଣ: ମୃତକଙ୍କୁ ୫ଲକ୍ଷ ଟଙ୍କା ଦେବେ ସରକାର

ପାଲଘର,୧୨।୧: ମହାରାଷ୍ଟ୍ର ପାଲଘର ଜିଲା ତାରାପୁରରେ ଶନିବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ...

Advertisement
Archives

Model This Week