Posted inଫୁରସତ

ସଂଖ୍ୟାଲଘୁଙ୍କ ଏକତା ହିଁ ଦେଶର ଶକ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସୁରକ୍ଷା ଉପରେ ଦେଶର ସବୁ ରାଜ୍ୟ ଗୁରୁତ୍ୱ ଦେଇଥାନ୍ତି। ଏହି ଦିବସ ଅବସରରେ ଆଲୋଚନାଚକ୍ର, କାର୍ଯ୍ୟକ୍ରମ ତଥା ସଚେତନତା ଅଭିଯାନ ଆୟୋଜନ କରାଯାଇଥାଏ। କୌଣସି ରାଷ୍ଟ୍ରରେ ଯେଉଁମାନଙ୍କ ସଂଖ୍ୟା କମ୍‌ ଓ ସାମାଜିକ, ରାଜନୈତିକ, ଆର୍ଥିକ ରୂପରେ ଦୁର୍ବଳ ତଥା ଜାତି, ଧର୍ମ ଆଦିରେ ବହୁସଂଖ୍ୟକଠାରୁ ଅଲଗା ରହିଥିବା ସତ୍ତ୍ୱେ ରାଷ୍ଟ୍ର ନିର୍ମାଣ, ବିକାଶ, ଏକତା,ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରୀୟ ଭାଷାକୁ ବଜାୟ ରଖିବା ଲାଗି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ସେମାନେ ହିଁ ସେହି ଦେଶ ବା ରାଜ୍ୟରେ ସଂଖ୍ୟାଲଘୁ ଭାବେ ପରିଗଣିତ। ଭାରତୀୟ ସମ୍ବିଧାନରେ ଧର୍ମ ଓ ଭାଷା ଆଧାରରେ ସଂଖ୍ୟାଲଘୁ ଗଣାଯାଉଛି। ଭାରତରେ ମୁସଲମାନ,ଶିଖ୍‌, ଖ୍ରୀଷ୍ଟିଆନ,ବୌଦ୍ଧ ଓ ଜୋରେଷ୍ଟିରିଆନ ଓ ଜୈନମାନେ ସଂଖ୍ୟାଲଘୁ ଭାବେ ରହିଛନ୍ତି। ଏମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୯ ପ୍ରତିଶତ। ଜମ୍ମୁ-କଶ୍ମୀର, ପଞ୍ଜାବ,ମେଘାଳୟ, ମିଜୋରାମ, ନାଗାଲାଣ୍ଡ , ଲାକ୍ଷାଦ୍ୱୀପ, ଲଦାଖ ଓ ଅରୁଣାଚଳପ୍ରଦେଶରେ ଏମାନଙ୍କ ସଂଖ୍ୟା ଅଧିକ। ସଂଖ୍ୟାଲଘୁମାନଙ୍କ ବିକାଶ ହିଁ ଦେଶର ବିକାଶ। ସଂଖ୍ୟାଲଘୁମାନଙ୍କ ଏକତା ହିଁ ଦେଶର ଶକ୍ତି। ଏମାନଙ୍କର ବିକାଶ,ଆଇନ ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ୨୯ ଜାନୁୟାରୀ ୨୦୦୬ରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା। ଏଥିପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ,୧୯୯୨ ଅଧୀନରେ ଗଠନ କରାଯାଇଛି ଜାତୀୟ ସଂଖ୍ୟାଲଘୁ କମିଶନ(ଏନ୍‌ସିଏମ୍‌)। ଏହା ସଂଖ୍ୟାଲଘୁମାନଙ୍କର ପ୍ରତିଟି ସମସ୍ୟା ସମାଧାନ କରିବା ତଥା ବିକାଶର ଧାରାକୁ ତ୍ୱରାନ୍ବିତ କରିବାରେ ପ୍ରମୁଖ ଭୂମିକା ନେଇଆସୁଛି। ସଂଖ୍ୟାଲଘୁମାନଙ୍କ ଅଧିକାରର ସୁରକ୍ଷା,ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଯୋଗଦାନକୁ ବିଚାରକୁ ନେଇ ଆଞ୍ଚଳିକ ସ୍ତରରେ ଭାଷା,ଜାତି, ଧର୍ମ, ସଂସ୍କୃତି, ପରମ୍ପରା ଆଦିର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ୧୮ ଡିସେମ୍ବର ୧୯୯୨ରେ ଜାତିସଂଘ ଦ୍ୱାରା ଏହି ଦିବସ ପାଳନ କରାଯିବା ଲାଗି ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ୍‌, ମାସ୍କ ସହ ଗଣେଶ

ଅହମଦାବାଦ: ଗଣେଶ ପୂଜା ପାଇଁ ଏବେଠାରୁ ମୂର୍ତ୍ତି ତିଆରି ଆରମ୍ଭ ହୋଇଗଲାଣି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଶୈଳୀରେ ଗଜାନନ ମୂର୍ତ୍ତି ନିର୍ମାଣ ଚାଲିଛି। ଏହି...

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା...

୩୦ ବର୍ଷୀୟା ବିବାହିତା ମହିଳା ହଠାତ୍‌ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା

୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍‌ ଦିନେ ଜାଣିବାକୁ ପାଇଲେ ସେ ମହିଳା...

‘ତୁମେ ଦେଖିବ ମୋ ବାପା ରାଜା ହେବେ’

ଲଣ୍ଡନ: ବ୍ରିଟେନ୍‌ ରାଜା ଚାର୍ଲସ୍‌ ତୃତୀୟଙ୍କ ନାତି ପ୍ରିନ୍ସ ଜର୍ଜ ସବୁବେଳେ ନିଜ ଅସ୍ବାଭାବିକ ବ୍ୟବହାର ଲାଗି ଚର୍ଚ୍ଚାରେ ରହିଆସନ୍ତି। ସ୍କୁଲ ଖେଳପଡ଼ିଆରେ କେତେଜଣ ସାଙ୍ଗଙ୍କ...

୪୦ ବର୍ଷ ପରେ ଏକାଠି ହେଲେ ପିଲାଦିନର ପ୍ରେମ ପକ୍ଷୀ: ଆଉ ତା’ପରେ…

କୁହାଯାଏ, ପ୍ରେମ ଶାଶ୍ୱତ। ପ୍ରକୃତ ପ୍ରେମ କେବେ ହାରେନା। ଏମିତି ଏକ ପ୍ରେମ କାହାଣୀ ବ୍ରିଟେନରେ ଦେଖିବାକୁ ମିଳିଛି। ପେନି ଉମ୍ବର୍ସ ଏବଂ ମାର୍କ ବେଥେଲଙ୍କ...

ନିର୍ଭୟା ଦୋଷୀଙ୍କ ଆୟ ୧.୩୭ ଲକ୍ଷ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ତିହାର ଜେଲ୍‌ରେ ଫାଶୀରେ ଝୁଲିଛନ୍ତି ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଆଉ ତା’ ସହିତ ଶେଷ...

୨୧୦୦ ପୃଷ୍ଠାର ରାମାୟଣ ଲେଖିଲେ ଏହି କୁନି ଭଉଣୀ ଭାଇ

କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ସେହି ସମୟରେ ସବୁ ଲୋକ ଘରେ ବନ୍ଦୀ ହୋଇ ରହୁଥିଲେ। ଏହି ସମୟରେ ଲୋକଙ୍କ...

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

Advertisement
Archives

Model This Week