ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦର ପ୍ରତିବାଦ: ଧାରଣାକୁ ଓହ୍ଲାଇଲେ ଉପଭୋକ୍ତା

ବରଗଡ଼ ଅଫିସ୍‌/ଅତାବିରା,୧୧।୯ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗାଠାରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଶାଖା ଉଚ୍ଛେଦ କରାଯିବା ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ବୁଧବାର ଅଞ୍ଚଳର ଉପଭୋକ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ଆଗରେ ସେମାନେ ଧାରଣାରେ ବସିଛନ୍ତି । ଉକ୍ତ ଶାଖା ଉଚ୍ଛେଦ ପ୍ରକ୍ରିୟା ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି କ୍ରମରେ ସ୍ଥାନୀୟ ଶାଖା ପରିଚାଳକଙ୍କୁ ଉପଭୋକ୍ତାମାନେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।
ପ୍ରକାଶ ଯେ, ଗ୍ରାମାଞ୍ଚଳ ଲୋକଙ୍କୁ ବ୍ୟାଙ୍କ ସୁବିଧା ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଗତ ୨୦୧୪ ମସିହାରୁ ବୁଗବୁଗାରେ ଏସବିଆଇର ଏକ ଶାଖା ଖୋଲିଥିଲା । ବୁଗବୁଗା ପଞ୍ଚାୟତ କାର୍ଯ୍ୟାଳୟର ରାଜୀବ ଭବନରେ ଏହା ଚାଲୁଛି। ଏହି ବ୍ୟାଙ୍କ ଶାଖା ଉପରେ ବୁଗବୁଗା ପଞ୍ଚାୟତ ଅଧନ ବୁଗବୁଗା, ପାଲିବୁଗବୁଗା, ଗମ୍ଭାଟିକ୍ରା, ଜାମଟିକ୍ରା, କର୍ମୀଟିକ୍ରା, ଭୁତଟିକ୍ରା, ପତ୍ରାପାଲି ସମେତ ଝିଲିମିଣ୍ଡା ଓ କୁଲୁଣ୍ଡା ପଞ୍ଚାୟତର ଲୋକେ ନିର୍ଭର କରି ଆସୁଛନ୍ତି । ପାଖରେ ଆଉ ବ୍ୟାଙ୍କ ସୁବିଧା ନ ଥିବା ଯୋଗୁ ଉକ୍ତ ଶାଖା ଏଠାରେ ଖୋଲାଯିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । ମାତ୍ର ବ୍ୟାଙ୍କର ଏହି ଶାଖା ଖୋଲାଯିବା ସାଢ଼େ ୫ବର୍ଷ ପରେ ଏହାକୁ ପୁଣି ଉଚ୍ଛେଦ କରାଯିବା ପାଇଁ ବିଭାଗୀୟ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରିକି ଆସନ୍ତା ୧୪ତାରିଖରୁ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି । ଏହା ଜାଣିବା ପରେ ଅଞ୍ଚଳର ବ୍ୟାଙ୍କ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।
ଏସ୍‌ବିଆଇର ଉକ୍ତ ଶାଖାକୁ ଉଚ୍ଛେଦ ନ କରିବା ପାଇଁ ପୂର୍ବରୁ ଅଞ୍ଚଳବାସୀ ସ୍ଥାନୀୟ ବିଧାୟିକାଙ୍କଠାରୁ ଆରମ୍ଭ କରି ଜିଲାପାଳ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଫେରାଦ ହୋଇଥିଲେ । ମାତ୍ର ଏପର୍ଯ୍ୟନ୍ତ କିଛି ସୁଫଳ ମିଳି ନ ଥିବାବେଳେ ଉକ୍ତ ଶାଖାକୁ ଉଚ୍ଛେଦ କରି ଅତାବିରା ଶାଖା ସହିତ ପୁଣି ମିଶାଇ ଦେବା ପାଇଁ ବିଭାଗୀୟ ସ୍ତରରେ ଉଦ୍ୟମ ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଏହାର ପ୍ରତିବାଦରେ ସେମାନେ ଧାରଣାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି । ଘନଶ୍ୟାମ ଛନ୍ଦ, କୃଷ୍ଣଦେବ ମହାକୁର, ସନ୍ତୋଷ ମହାକୁର, ଲଳିତ ରଣା, ହୃଷିକେଶ ରଣା, ନିମେଇଁ ମହାପାତ୍ର, ରବୀନ୍ଦ୍ର ମହାକୁର, ତରଣୀସେନ ମହାପାତ୍ର, ଗଙ୍ଗାଧର ଗୁରୁ, ଏକାଦଶିଆ ଛନ୍ଦ, ପୁରୁଷୋତ୍ତମ ଛନ୍ଦ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରମାନଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା

ବ୍ରଜରାଜନଗର, ୧୨।୯ (ଡି.ଏନ୍‌.ଏ.)  ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସପ୍ତାହ ହେଲା କେତେଜଣ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା ଦେଖାଦେଇଛି। ଦିନେ କିମ୍ବା ଦୁଇ ଦିନ...

ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି...

ଡିଭାଇଡରରେ ପିଟି ହୋଇ ଓଲଟିଲା ମିନିବସ, ଜଣେ ଯାତ୍ରୀଙ୍କ ଜୀବନ ଗଲା; ୬ ଗୁରୁତର

ରାଉରକେଲା ଅଫିସ,୨୭ା୧୨: ୧୪୩ ନଂ ଜାତୀୟ ରାଜପଥର ବାଲୁଘାଟ ଏନ୍‌ଏଚ୍‌ ଡାକ ବଙ୍ଗଳା ନିକଟରେ ଏକ ମିନି ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ...

କ୍ୱାରେଣ୍ଟାଇନ ଅବଧି ସରିଲା: ଛତ୍ରପୁର ବ୍ଲକର ୪୩୫ ଜଣ ଘରକୁ ଗଲେ

ଛତ୍ରପୁର, ୨୨।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ...

କୋଭିଡ଼ ଯୋଦ୍ଧାଙ୍କ ମନୋବଳ ବଢ଼ାଇଲେ ବିଧାୟକ

ଭୋଗରାଇ, ୩୧।୫(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱରରେ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଦେବା ସହ ସେମାନଙ୍କର ମନୋବଳକୁ ଦୃଢ଼ କରିବା ଉଦ୍ଦେଶ୍ୟରେ...

ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧ା୧୨(ଡି.ଏନ.ଏ.)-ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ କେଦାରପୁର ଗାଁ ପୋଖରୀରୁ ରବିବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଦ୍ଧେଶ୍ୱର ଗାଁ ମାଳିସାହିର ରୁପାଙ୍ଗ ବେହେରା।...

ଯୁବ ବିଜେଡି ରାଜ୍ୟ, ଜିଲା କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲା ସଭାପତି ବୁଧବାର ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି...

ସଚେତନତା ବାର୍ତ୍ତା ମାଧ୍ୟମରେ ପାଳନ ହେଲା ଓଡ଼ିଶା ଦିବସ

ଖଇରା,୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଣିକ ସଂଘ ଓ ଏସଆର୍‌ ଗ୍ରୁପ ସମ୍ଭାବନାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ଦିବସ କରୋନା ସଚେତନତା କାର୍ଯ୍ୟକ୍ରମ...

Advertisement


Archives

Model This Week