ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦକୁ ନେଇ ପ୍ରତିବାଦ: ଜିଲାପାଳ ଅଫିସ ଆଗରେ ଧାରଣା

ବରଗଡ଼ ଅଫିସ, ୧୮।୯: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦ ପ୍ରତିବାଦରେ ବୁଧବାର ବୁଗବୁଗା ଗ୍ରାମବାସୀ ଜିଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ଶତାଧିକ ଗ୍ରାମବାସୀ ସାମିଲ ହୋଇ ବ୍ୟାଙ୍କ ଉଚ୍ଛେଦ ନ କରିବାକୁ ଦାବି କରିଛନ୍ତି। ଖବର ପାଇ ବରଗଡ଼ ଲୋକସଭା ଏମ୍‌ପି ସୁରେଶ ପୂଜାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଙ୍କ ଉଚ୍ଛେଦ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେ ଅବଗତ କରିବେ ବୋଲି କହିଛନ୍ତି। ତେବେ ବ୍ୟାଙ୍କ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ୨୦୧୪ ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଷ୍ଟେଟ ବ୍ୟାଙ୍କର ବୁଗବୁଗା ଶାଖା ଉଦ୍‌ଘାଟନ କରିଥିଲେ। ଏହା ପରଠାରୁ ଅଞ୍ଚଳବାସୀ ଏଠାରୁ ବ୍ୟାଙ୍କ ସେବା ପାଇ ଆସୁଥିଲେ। ମାତ୍ର ଉକ୍ତ ବ୍ୟାଙ୍କ ଶାଖା ଉଚ୍ଛେଦ ନିଷ୍ପତ୍ତି ନିଆ ଯିବାପରେ ଏବେ ସେଠାରେ ବ୍ୟାଙ୍କ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୩ କୋର୍ଟଚାଲାଣ

ରାଇସୁଆଁ, ୧୧।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ହେସେଲଘୁଟ ସାହିରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି...

ଘରକୁ ବନ୍ଧୁ ଆଣିବାରୁ ହତ୍ୟା ଘଟଣା, ୪ ଗିରଫ

ଜଗନ୍ନାଥପ୍ରସାଦ,୧୪ା୮(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ଥାନା କରଡ଼ାପଲ୍ଲୀ ଗ୍ରାମରେ ବୁଧବାର ରାତିରେ କରୋନା କଟକଣା ବେଳେ ଘରକୁ ବନ୍ଧୁ ଆଣିଥିବାରୁ ପ୍ରମୋଦ ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ...

ବଜ୍ରପାତରେ ୨ ମୃତ, ୨ ଗୁରୁତର

କାମାକ୍ଷାନଗର,୨୩।୮(ଡି.ଏନ୍‌.ଏ.)-ଢେଙ୍କାନାଳ କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ବ୍ଲକରେ ଶୁକ୍ରବାର ପୃଥକ୍‌ ସ୍ଥାନରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ବାଲିପଡ଼ା...

ପୁନରୁଦ୍ଧାର ଅପେକ୍ଷାରେ ଦୁଃଖିଶ୍ୟାମ ଛତା ମଠ

ପୁରୀ ଅଫିସ,୨୧ା୧୦: ନୀଳାଚଳ କ୍ଷେତ୍ରରେ ଥିବା ୩୭୪ ମଠ ଓ ଆଶ୍ରମ ମଧ୍ୟରୁ ଅନ୍ୟତମ ପ୍ରାଚୀନ ମଠ ହେଉଛି ଦୁଃଖିଶ୍ୟାମ ଛତାମଠ। ଦୁଃଖିଶ୍ୟାମ ଦାସ ପ୍ରଥମେ...

ଇଦ୍‌ ପାଳି ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ୨ ଯୁବକଙ୍କ ଜୀବନ

ଚାନ୍ଦବାଲି, ୩।୫ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଥାନା କେନ୍ଦ୍ରାପଡ଼ା-ଚାନ୍ଦବାଲି ରାସ୍ତାର ତାରିଣୀ ଛକ ନିକଟରେ ମଙ୍ଗଳବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ...

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୭(ଡି.ଏନ୍‌.ଏ.): ସପ୍ତାହକ ମଧ୍ୟରେ କେତେକ କେସ୍‌ ଅନୁଧ୍ୟାନ କରିବା ପରେ ବହୁ ଲୋକ ନିଜର କରୋନା ଲକ୍ଷଣ ଲୁଚାଉଥିବା ଜଣାପଡ଼ିଛି। ଏ ନେଇ ସୋମବାର...

୭୨ବର୍ଷ ପରେ ଭୁର୍ଷିବାଂଜି ଗାଁରେ ଜଳିଲା ବିଜୁଳି

ଖପ୍ରାଖୋଲ, ୧୦ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଭୁର୍ଷିବାଂଜି ଗାଁରେ ବିଜୁଳି ଆଲୁଆ ମଙ୍ଗଳବାର ଜଳିଛି ା ଗ୍ରାମବାସୀଙ୍କ ଦୀର୍ଘ ଦିନର...

ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧ା୭:କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକଚଣ୍ଡି ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଶୈଳବାଳା ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ଆଗତ ମାମଲାର ଶୁଣାଣି...

Advertisement
Archives

Model This Week