ଷ୍ଟର୍ଲିଂ ବାୟୋଟେକ୍‌ର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ ଇଡି

ନୂଆଦିଲ୍ଲୀ,୨୭-୬: ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଷ୍ଟର୍ଲିଂ ବାୟୋଟେକ୍‌ ଗ୍ରୁପର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ନାଇଜେରିଆର ତୈଳ ବିଜନେସ ସମେତ ଜାହାଜ ବାଣିଜ୍ୟ, ବିଜନେସ ଜେଟ ଏବଂ ଲଣ୍ଡନରେ ପ୍ଲସ ପ୍ଲାଟ ଜବତ ସମ୍ପତ୍ତି ମଧ୍ୟରେ ସାମିଲ ରହିଥିବା ବୁଧବାର ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଗୁଜରାଟ ଭିତ୍ତିକ ଏହି ଫାର୍ମା କମ୍ପାନୀ ବିରୋଧରେ ବେଆଇନ ଅର୍ଥ କାରବାର ନିରୋଧ ଆଇନ(ପିଏମ୍‌ଏଲ୍‌ଏ)ରେ ସମ୍ପତ୍ତି ଜବତ ଲାଗି ପ୍ରୋଭିଜନାଲ ଅର୍ଡର ଜାରି କରାଯାଇଥିବା ଇଡି ପ୍ରକାଶ କରିଛି। ଏହା ସବୁଠାରୁ ବଡ ସମ୍ପତ୍ତି ଜବତ ମାମଲା ହୋଇଥିବା ବେଳେ ଅଧିକାଂଶ ସମ୍ପତ୍ତି ବିଦେଶରେ ରହିଛି। ଏହି କମ୍ପାନୀଗୁଡିକର ପ୍ରମୋଟର ନୀତିନ ସନ୍ଦେସରା, ଚେତନ ସନ୍ଦେସରା ଏବଂ ଦିପ୍ତୀ ସନ୍ଦେସରା ରହିଛନ୍ତି। ଏମାନେ କୌଶଳ କ୍ରମେ ପଳାୟନ କରିବାକୁ ସମର୍ଥ ହୋଇଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ରୀୟ ଏଜେନ୍ସିଗୁଡିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri