Posted inରାଜ୍ୟ

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା: ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ବରୀ/ରତ୍ନଗିରି,୧୨ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ବରୀ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ୱାଇଁ ଶ୍ୱଶୁର ଘରକୁ ଆସିଥିବାବେଳେ କୌଣସି କାରଣରୁ ବଚସା ହେବାରୁ ପରିବାର ଲୋକେ ତାଙ୍କୁ ପିଟିପିଟି ମାରିଦେଇଛନ୍ତି। ମୃତକ ହେଲେ କେନ୍ଦ୍ରପଡ଼ା ଜିଲା ନିକିରେଇ ଥାନା ଅଧୀନ ଇନ୍ଦୁପୁର ଗ୍ରାମର ଗୋଲଖ ସେଠୀଙ୍କ ପୁଅ ସନ୍ତୋଷ (୨୫)। ସ୍ତ୍ରୀଙ୍କ ଭାଇ ବଳରାମ ସେଠୀ, ବାପା ସୁରେନ୍ଦ୍ର ସେଠୀ, ପଡ଼ୋଶୀ କାର୍ତ୍ତିକ କୁମାର ଜେନା ମିଳିମିଶି ସନ୍ତୋଷଙ୍କୁ ଜୀବନରୁ ମାରିଦେଇଥିବା ବାପା ଗୋଲଖ ଶୁକ୍ରବାର ଅଭିଯୋଗରେ ଦର୍ଶାଇଛନ୍ତି। ଖବରପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ, ସୁରେନ୍ଦ୍ର, ବଳରାମ ସେଠୀଙ୍କୁ ଗିରଫ କରିବା ସହ ଲୁହା ରଡ଼, ଶାବଳ ଓ ବାଇକ ଜବତ କରିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିଲାବେଳେ ପରିବାରର ଅନ୍ୟ ଲୋକଙ୍କୁ ଡାକି ପୋଲିସ ପଚରାଉଚୁରା ଜାରି ରଖିଛି। ସନ୍ତୋଷଙ୍କ ମୃତଦେହ ବ୍ୟବଚ୍ଛ୍ୟେବ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ମାମଲା (ନଂ.୧୭୧/୨୦୧୯) ରୁଜୁ କରିଛି।
ପ୍ରକାଶ ଯେ, ସନ୍ତୋଷ ଦେଢ଼ ବର୍ଷ ତଳେ ବରୀ ଥାନା ଅନ୍ନ୍ୟାସପୁର ଗ୍ରାମର ଅନିତା ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ ସନ୍ତୋଷ ସ୍ତ୍ରୀ ଅନିତାଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେଉଥିଲେ। ଫଳରେ ଅନିତାଙ୍କ ପରିବାର ଲୋକେ ତାଙ୍କୁ ବାପଘରକୁ ନେଇ ଆସିଥିଲେ। ସନ୍ତୋଷ କିଛିଦିନ ପରେ ଶ୍ୱଶୁର ଘରେ ପହଞ୍ଚି ୩୦ ହଜାର ଟଙ୍କା ଜରିମାନା ଦେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଘଟଣାର ସମାଧାନ କରିଥିଲେ। ଏ ନେଇ ସମାଧାନର ଏକ ନକଲ ବରୀ ଥାନାରେ ଦାଖଲ କରାଯାଇଥିଲା। ସନ୍ତୋଷ ଭବିଷ୍ୟତରେ ଯେମିତି ଅନିତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବେନାହଁି, ସେ ନେଇ ଲିଖିତ ଭାବେ ସ୍ବୀକାର କରିଥିଲେ। ପରେ ଅନିତା ସ୍ବାମୀଙ୍କ ସହ ଶାଶୁଘରକୁ ଚାଲି ଯାଇଥିଲେ। ହେଲେ ପୁନଶ୍ଚ ସନ୍ତୋଷ ନିର୍ଯାତନା ଦେବାରୁ ଅନିତା ବାପଘରକୁ ପଳାଇଆସିଥିଲେ। ଅନିତା ଘଟଣାର ସମାଧାନ ପାଇଁ ବୁଧବାର ଫୋନ୍‌ କରି ସନ୍ତୋଷଙ୍କୁ ତାଙ୍କ ଘରକୁ ଡାକିଥିଲେ। କୌଣସି କାରଣରୁ ସନ୍ତୋଷଙ୍କର ଶ୍ୱଶୁର ଘର ଲୋକଙ୍କ ସହ ବଚସା ହୋଇଥିଲା। ଫଳରେ ଅନିତାଙ୍କ ପରିବାର ଲୋକେ ସନ୍ତୋଷଙ୍କୁ ପିଟିପିଟି ଜୀବନରୁ ମାରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଗାଇଡ୍‌ଲାଇନ୍‌; କଟକଣାରେ ପାଳିତ ହେବ ଖ୍ରୀଷ୍ଟମାସ-ନୂଆବର୍ଷ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି। ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପର୍ବପର୍ବାଣୀ ପାଳନ ଓ ଲୋକ ଗହଳି ଉପରେ ବିଏମ୍‌ସିି...

ରାଜଧାନୀରେ ବଢ଼ୁଛି ଆରୋଗ୍ୟ ହାର

ଭୁବନେଶ୍ୱର,୧୫।୯ (ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଗତ ୩ଦିନ ହେବ କ୍ରମାଗତ ଭାବେ...

୫୫ କେଜି ଗଞ୍ଜେଇ, ୭.୫୧ ଲକ୍ଷ ଟଙ୍କା ଜବତ

ଧର୍ମଶାଳା,୬ା୧(ଡି.ଏନ.ଏ.): ଧର୍ମଶାଳା ପୋଲିସ ମଙ୍ଗଳବାର ରାତିରେ କୁମାରୀ ଗ୍ରାମରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୫୫ କେଜି ୪୫୦ ଗ୍ରାମ ଗଞ୍ଜେଇ ଓ ୭...

ସବୁ ବ୍ଲକ, ସବ୍‌ଡିଭିଜନରେ ମିଳିବ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ରାଜ୍ୟର ସବୁ ବ୍ଲକ ଏବଂ ସବ୍‌ଡିଭିଜନ ସ୍ତରରେ ଖୋଲିବ ଅସ୍ଥାୟୀ ଲର୍ନିଂ ଲାଇସେନ୍ସ କ୍ୟାମ୍ପ। ସେଠାରେ ଗାଡ଼ିଗୁଡ଼ିକ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍‌ ଦିଆଯିବାର ବ୍ୟବସ୍ଥା ହେବ...

ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ପଞ୍ଚମ ଦିନରେ ବି ଚାଲି ପାରିଲାନି ବିଧାନସଭା। ଆଜି ଅଧିବେଶନ ଆରମ୍ଭରୁ ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ଗୃହକୁ...

ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ, ବାହାରିବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର, ୧୪ା୩(ବ୍ୟୁରୋ): ରାଜ୍ୟରେ ୧୦୬ ମ୍ୟୁନିସିପାଲିଟି, ବିଜ୍ଞାପିତ ପରିଷଦ(ଏନ୍‌ଏସି) ଏବଂ ୩ ମହାନଗର ନିଗମରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଗତ...

ଭୋଟ ଗଣତିବେଳେ ୨୦୦ ମିଟର ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ

କଣାସ, ୨୧।୨(ସ୍ବ.ପ୍ର): କଣାସ ବ୍ଲକରେ ଭୋଟ ଗଣତିବେଳେ ୨୦୦ ମିଟର ଭିତରେ ଥିବା ଦୋକାନଗୁଡିକ ସବୁ ବନ୍ଦ ରହିବ। ଏଥିସହ ପ୍ରାର୍ଥୀମାନଙ୍କର ସମର୍ଥକ ସେଠାରେ ନ...

ବାତ୍ୟା ନେଇ ଛୁଟି ବାତିଲ୍‌

ଭୁବନେଶ୍ୱର,୨୩।୫:(ବ୍ୟୁରୋ): ବାତ୍ୟା ‘ୟାସ’ ନେଇ ପୂର୍ବରୁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏଥିରେ ଜଳ ସମ୍ପଦ ବିଭାଗ ମଧ୍ୟ...

Advertisement
Archives

Model This Week