ଶ୍ରେଣୀରେ ଅନେକଥର ଫେଲ୍‌, ୩୦ରୁ ଅଧିକ କମ୍ପାନୀରୁ ବିଦା; ତଥାପି ହୋଇଥିଲେ ଚାଇନାର ସବୁଠୁ ଧନଶାଳୀ ବ୍ୟକ୍ତି

ବେଜିଂ,୧୦।୯:ଆଲିବାବା ଗ୍ରୁପର ଫାଉଣ୍ଡର୍‌ ଜ୍ୟାକ୍‌ ମା’ ୫୫ତମ ଜନ୍ମଦିନରେ ନିଜ କମ୍ପାନୀ ଚେୟରମ୍ୟାନ୍‌ ପଦରୁ ଅବସର ନେଇଛନ୍ତି। ଡାନିଏଲ ଝାଙ୍ଗଙ୍କୁ ନିଜର ଭୂମିକା ହସ୍ତାନ୍ତର କରିଛନ୍ତି ଜ୍ୟାକ୍‌ ମା’। ଆଲିବାବା କମ୍ପାନୀ ଆରମ୍ଭ କରିବା ପୂର୍ବରୁ ସେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ସେ ଶିକ୍ଷା ମାଧ୍ୟମରେ ମାନବ ସେବା କରିବେ ବୋଲି କହିଛନ୍ତି। ଜ୍ୟାକ୍‌ ମା’ ଚାଇନାର ସବୁଠାରୁ ସଫଳ ବ୍ୟବସାୟୀ ହେବା ସହ ଏସିଆ ଓ ୟୁରୋପର ପ୍ରମୁଖ ରାଜନେତାଙ୍କ ଉପଦେଷ୍ଟା ଭାବେ ମଧ୍ୟ ଜଣାଶୁଣା। ତାଙ୍କ ଉଦ୍ୟମରେ ଆଲିବାବା ଚୀନ ବଜାରର ସବୁଠାରୁ ସଫଳ ଅନଲାଇନ ରିଟେଲ ମାର୍କେଟ ହୋଇପାରିଛି ଓ ଏବେ ଏହାର ସମ୍ପତ୍ତି ପରିମାଣ ପାଖାପାଖି ୩୯୦ ବିଲିୟନ ଡଲାର୍‌ ରହିଛି। ଚାଇନାରେ ଜ୍ୟାକ୍‌ ମାଙ୍କୁ ଲୋକେ ଭଗବାନ ରୂପେ ପୂଜା କରନ୍ତି।

ଜ୍ୟାକ୍‌ ମାଙ୍କ ବାଲ୍ୟ ଜୀବନ ବେଶ ସଂଘର୍ଷମୟ ଥିଲା। ପିଲାବେଳେ ଭଲ ପାଠ ହେଉ ନ ଥିବାରୁ ସେ ଏକାଧିକ ଥର ଶ୍ରେଣୀରେ ଫେଲ ମଧ୍ୟ ହୋଇଥିଲେ। ତେବେ ନିଜର ପ୍ରବଳ ଇଚ୍ଛାଶକ୍ତି ଯୋଗୁ ସେ ଜଣେ ଇଂରାଜୀ ଶିକ୍ଷକ ହୋଇ ପାରିଥିଲେ। ଶିକ୍ଷକତା କରୁଥିବାବେଳେ ସେ ବିଭିନ୍ନ କମ୍ପାନୀ ଚାକିରି ପାଇଁ ଆବେଦନ କରୁଥିଲେ। କେଏଫସି ଭଳି ୩୦ଟି କମ୍ପାନୀ ତାଙ୍କ ଆବେଦନକୁ ପ୍ରତ୍ୟାଖାନ କରିଥିଲେ। କିନ୍ତୁ ପର ମୂହୁର୍ତ୍ତରେ ବ୍ୟବସାୟ ପ୍ରତି ମନବଳାଇଲେ ଏବଂ ଅନ୍ୟ ୧୭ ଜଣ ବନ୍ଧୁଙ୍କ ସହିତ ମିଶି ୧୯୯୯ ମସିହାରେ ଚୀନର ଝେଜିୟାଂଗର ହାଙ୍ଗଝୁଙ୍ଗ୍‌ରେ ଏକ ଆପାର୍ଟମେଣ୍ଟର ଛୋଟ ରୁମ୍‌ରୁ ଅନଲାଇନ କମ୍ପାନୀ ‘ଅଲିବାବା’ ଆରମ୍ଭ କରିଥିଲେ। ସେତେବେଳେ ଜ୍ୟାକ୍‌ ମାଙ୍କ କମ୍ପ୍ୟୁଟର୍‌ ଜ୍ଞାନ ମଧ୍ୟ ସେତେଟା ନ ଥିଲା।

ଜ୍ୟାକ ମା ୨୦୧୩ ଯାଏ ଅଲିବାବା କମ୍ପାନୀର କାର୍ଯ୍ୟକାରୀ ଅଧକ୍ଷ ଥିଲେ। ତେବେ ୨୦୧୪ରେ ଏହି କମ୍ପାନୀର ଅଧ୍ୟକ୍ଷ ହେବା ପରେ ସେ ‘ଜ୍ୟାକ ମା ଫାଉଣ୍ଡେସନ’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଢିଥିଲେ। ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦେବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ଥିଲା। ତେବେ ଅଲିବାବା କମ୍ପାନୀ କାମରେ ବ୍ୟସ୍ତ ରହୁଥିବା କାରଣରୁ ଜ୍ୟାକ ଏହି ଫାଉଣ୍ଡେସନ ପାଇଁ ସମୟ ଦେଇପାରୁ ନ ଥିଲେ। ଏବେ ଅଲିବାବା କମ୍ପାନୀରୁ ଅବସର ପରେ ଏହି ଫାଉଣ୍ଡେସନକୁ ନେଇ ଶିକ୍ଷା କ୍ଷେତ୍ରରେ ସେ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ଦିନ ତାଲାବନ୍ଦ, ମାସେ କୋହଳ

ଲଣ୍ଡନ, ୨୧।୫: କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ବିଶ୍ୱସ୍ତରରେ ଚାଲିଛି ଗବେଷଣା। ଏନେଇ ନିର୍ଦ୍ଦିଷ୍ଟ କୌଣସି ଔଷଧ ବାହାରି ନ ଥିବାରୁ ସାମାଜିକ ଦୂରତ୍ୱ, ସ୍ବଚ୍ଛତା ବଜାୟକୁ...

ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା: ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲିଙ୍କ ଦାବି

ଓ୍ବାଶିଂଟନ୍‌,୨୩।୯: ଚାଇନାକୁ ଆମେରିକା ଏବଂ ବିଶ୍ୱ ପାଇଁ ଏକ ବିପଦ ବୋଲି ବର୍ଣ୍ଣନା କରି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ଦାବି କରିଛନ୍ତି...

ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର...

ପୁଣି ଭୋଟିଂରୁ ଦୂରେଇ ରହିଲା ଭାରତ

ନ୍ୟୁୟର୍କ,୪।୩: ୟୁକ୍ରେନ ଓ ରୁଷିଆ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ଶୁକ୍ରବାର...

ଶ୍ରୀଲଙ୍କାର ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ପାଇଁ ୫୦୦ କୋଟି ସହାୟତା ଦାବି କଲା ଡବ୍ଲୁଏଫପି …

ଜେନେଭା/କଲମ୍ବୋ, ୨୩।୭ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କୁ ଦୁଇବେଳା...

ସିଡିସି ମୁଖ୍ୟ ହେବେ ମେଣ୍ଡି କୋହେନ…

ଓ୍ବାଶିଂଟନ,୧୮।୬ : ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ...

ମନୁଷ୍ୟଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ

ହଂକଂ,୫।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି। ଏମିତିକି ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ଏବେ କରୋନା...

ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଲା ସୌଦି

ରିୟାଦ୍‌,୮।୮: ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ସୌଦି ସରକାର ଆଦେଶ ଦେଇଛନ୍ତି। ପାକିସ୍ତାନୀ ଡାକ୍ତର ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରୁ ନ ଥିବା ସୌଦି ଅଭିଯୋଗ...

Advertisement
Archives

Model This Week