ଶ୍ରେଣୀଗୃହରେ ଶିକ୍ଷୟିତ୍ରୀଙ୍କୁ କଟୁରିରେ ଆକ୍ରମଣ

ନିଆଳି, ୨ା୭(ଡି.ଏନ୍‌.ଏ.): ନିଆଳି ଥାନା ଅନ୍ତର୍ଗତ ବିନିଶିପୁର ପଞ୍ଚାୟତ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟରେ ସୋମବାର ପୂର୍ବାହ୍ନରେ ପାଠପଢ଼ା ଚାଲିଥିବାବେଳେ ଆତଙ୍କ ଖେଳିଯାଇଥିଲା। କାରଣ ବିଭୂତି ମହାନ୍ତି(୪୩) ନାମକ ଜଣେ ଯୁବକ କଟୁରି ଧରି ଶ୍ରେଣୀ ଗୃହରେ ପଶି ଶିକ୍ଷୟିତ୍ରୀ ଶୁଚିସ୍ମିତା ମୁଦୁଲିଙ୍କୁ ହାଣି ପକାଇଥିଲେ। ଏଥିରେ ଶୁଚିସ୍ମିତାଙ୍କ ଦୁଇହାତ, ମୁଣ୍ଡ, ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଆହତ ଶିକ୍ଷୟିତ୍ରୀଙ୍କ ଖୁଡୀ ନିଆଳି ଥାନାରେ ପୃଥକ୍‌ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ. ୧୫୩/୧୯) ରୁଜୁ କରି ଆକ୍ରମଣକାରୀ ବିଭୂତିଙ୍କୁ ଥାନାରେ ଅଟକ ରଖିଛି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ଆକ୍ରମଣ ପରେ ଶୁଚିସ୍ମିତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରେଣୀଗୃହରେ ଅଚେତ ହୋଇପଡିଥିଲେ। ଛାତ୍ରୀଛାତ୍ରମାନେ ଆତଙ୍କିତ ହୋଇ ଚିତ୍କାର କରିବାରୁ ଘଟଣାସ୍ଥଳରେ ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକମାନେ ପହଞ୍ଚି ଯାଇଥିଲେ। ଏମାନଙ୍କୁ ଦେଖି ବିଭୂତି ଦୌଡି ପଳାଇଯାଇଥିଲେ। ଶୁଚିସ୍ମିତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚାରିଛକ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଚାରିଛକ ବଜାରରେ ବିଭୂତିଙ୍କୁ ଲୋକମାନେ କାବୁ କରିବା ସହ ନିର୍ଧୂମ ପିଟିଥିଲେ। ପୋଲିସ ପହଞ୍ଚି ବିଭୂତିଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି। ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ କହିଛନ୍ତି, ବିଭୂତି କାହିଁକି ଆକ୍ରମଣ କଲେ ସେ ସମ୍ପର୍କରେ ଜଣାପଡିନାହଁି। ତାଙ୍କୁ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗାରରେ ଚିତ୍ର ଆଙ୍କୁଥିବା ଚିତ୍ରଶିଳ୍ପୀ

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ପ୍ରକୃତିର ବାସ୍ତବତାକୁ କାନ୍‌ଭାସରେ ରୂପ ଦେଇ ମନର ଭାବାବେଗ ଓ ସୃଜନଶୀଳତାକୁ ଜୀବନ୍ତ ପ୍ରତିଛବିର ରୂପ ଦେଇଥାଆନ୍ତି ଯୁବ ଚିତ୍ରଶିଳ୍ପୀ ଶୁଭମୟ ବିଶ୍ୱାଳ।...

ପୋଲିସ କ୍ୱାର୍ଟର୍ସରେ ମହିଳା ମାଓବାଦୀଙ୍କ ଆତ୍ମହତ୍ୟା

ମାଲକାନଗିର,୨୫ା୨: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡ଼ା ଜିଲାରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ପାଣ୍ଡେ କବାସୀ। ସେ...

ରାଜ୍ୟରେ ‘ବୁଲବୁଲ୍‌’ ପ୍ରଭାବ: ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ୨ ଦିନ ଛୁଟି ଘୋଷଣା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାର ସ୍କୁଲଗୁଡ଼ିକୁ ୨ ଦିନ ଲାଗି ଛୁଟି ଘୋଷଣା କରାଯାଇଛି। ଉଭୟ...

ହାତୀ ମୃତ୍ୟୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୨(ବ୍ୟୁରୋ): କଳାହାଣ୍ଡି ଜିଲାର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦୁଇ ସପ୍ତାହରେ ୬ ହାତୀଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର...

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। କଣ୍ଟିଲୋ, ବାଣପୁର...

ପ୍ରଥମ ଦିନରେ ଶାନ୍ତିସ୍ତୂପ ବୁଲିଲେ ୧୫୦୦ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୧୮ା୧୦: (ଡି.ଏନ୍‌.ଏ.)କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୭ମାସ ହେଲା ବନ୍ଦ ଥିବା ଶାନ୍ତିସ୍ତୂପ ଧଉଳି ଶୁକ୍ରବାରଠାରୁ ଖୋଲାଯାଇଛି। ପ୍ରଥମ ଦିନରେ ପ୍ରାୟ ୩୦୦ ପର୍ଯ୍ୟଟକ...

ଫେବୃୟାରୀ ପ୍ରଥମ ସପ୍ତାହରେ ବିଧାନସଭା

ଭୁବନେଶ୍ୱର,୪ା୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ସଂସଦୀୟ ବିଭାଗ ପକ୍ଷରୁ ସମସ୍ତ...

ପୂର୍ବ ଯୋଜନାର ଫଳ ଏମିତି

ସହରାଞ୍ଚଳ ବିକାଶ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରତିବର୍ଷ ମାଳମାଳ ଯୋଜନା ଓ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ବିଶେଷକରି ସ୍ବାୟତ୍ତଶାସନ ଦିବସରେ...

Advertisement

BGU

Archives

Model This Week

Why Dharitri