ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ: ଆଗ ଥଇଥାନ କର, ପରେ ଉଚ୍ଛେଦ, ଥାନା ଘେରାଉ କଲେ ଦୁଇ ସଂଘ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯାତାୟାତ ସହଜ ହେବା ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପାଇଁ ସୋମବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଉଚ୍ଛେଦର ଦ୍ୱିତୀୟ ଦିନରେ ଜନଅସନ୍ତୋଷ ଦେଖାଯାଇଛି। ପ୍ରଥମେ ଥଇଥାନ କରାଯାଇ ପରେ ଉଚ୍ଛେଦ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି। ଏନେଇ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଲିଙ୍ଗରାଜ ଥାନା ଘେରାଉ କରାଯାଇଛି। ସୂଚନାଯୋଗ୍ୟ, ଉଚ୍ଛେଦର ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖ ତଥା ପୂର୍ବପାର୍ଶ୍ୱରୁ ଜବରଦଖଲ ହଟାଯାଇଛି। ୧୮ କ୍ୟାବିନ, ୧୧ ଫାଷ୍ଟଫୁଡ ଦୋକାନ, ୧୮ ଉଠା ଦୋକାନ, ୪ ଅସ୍ଥାୟୀ ଘର, ୫ ଘରର ଆଜବେଷ୍ଟସ୍‌, ୨ ପିଣ୍ଡି, ଭଜନ ମଣ୍ଡପକୁ ଲାଗି ରହିଥିବା ଛୋଟ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ମିଳିତ ଉଚ୍ଛେଦ ଟିମ୍‌ରେ ବିଏମସି, ବିଡିଏ, ଜିଏ, ଆର୍‌ ଆଣ୍ଡ ବି ଓ କମିଶନରେଟ ପୋଲିସ ସାମିଲ ରହିଛି। ମଙ୍ଗଳବାର ବିନ୍ଦୁସାଗରରୁ ବଢେଇବାଙ୍କ ଛକ ଯାଏ ଉଚ୍ଛେଦ କରାଯିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଧାରଣାରୁ ମିଳିଲା ବିଜେଡି ନେତାଙ୍କ ମୃତଦେହ: ସୁଇସାଇଡ ନୋଟରେ ଲେଖାଅଛି ମୋ ମୃତ୍ୟୁ ପାଇଁ…

ଝାରସୁଗୁଡ଼ା, ୨୩।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରରେ ଏକ ଚାଞ୍ଚଲ୍ୟକର ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ବାର୍‌ ଏସୋସିଏସନର ପୂର୍ବତନ ସଭାପତି ତଥା ସ୍ଥାନୀୟ…

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର,୨୩।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପଦ୍ମଲୋଚନ ନାୟକଙ୍କ ବିରୋଧରେ…

India-Pakistan Basmati Rice: ହର୍ମୁଜ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ଗେମ ପ୍ଲାନ, ଭାରତକୁ ଲାଗିବ ଶକ୍ତ ଧକ୍କା!

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ପାକିସ୍ତାନ ଦୀର୍ଘ ଦିନ ଧରି ବାସୁମତୀ ଚାଉଳକୁ ନେଇ ପ୍ରତିଦ୍ୱନ୍ଦ୍ୱିତାରେ ବ୍ୟସ୍ତ ଅଛନ୍ତି। ଉଭୟ ଦେଶ ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ବଜାରରେ ବିକ୍ରୟ…

କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟାର୍ମରଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ…

ବୈଭବ ସୂର୍ଯ୍ୟବଂଶୀ ପହଞ୍ଚିବା ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଥିଲେ ତାଙ୍କ ବାପା, ବିଶ୍ୱର ପ୍ରମୁଖ ବ୍ୟବସାୟୀଙ୍କଠାରୁ ଶୁଣିଲେ ପୁଅର ପ୍ରଶଂସା

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟକୁ ଝଡ଼ରେ ପରିଣତ କରିଥିବା ବିହାରର ସମସ୍ତିପୁରର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଯିବା…

ନିଜ ବଡିଗାର୍ଡଙ୍କୁ ଧକ୍କା ଦେଲେ ରୋହିତ ଶର୍ମା: କାରଣ ଜାଣିଲେ ପ୍ରଶଂସକ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୩।୬: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ସାଧାରଣତଃ ତାଙ୍କର ମଜାଳିଆ ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ,…

ହଠାତ୍‌ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ: ମୋଦି ସରକାରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ ଇସ୍ତଫା ଦେଇଛନ୍ତି। ସେ ମୋଦି ସରକାରରେ ମତ୍ସ୍ୟପାଳନ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଶାହରୁଖଙ୍କୁ ନେଇ ପଙ୍କଜ କପୁର କଲେ ବଡ଼ ଖୁଲାସା: ଦର୍ଶକ ସ୍ତବ୍ଧ

ବଲିଉଡ୍‌ କିଙ୍ଗ କହିଲେ ଶାହରୁଖ ଖାନ୍‌ଙ୍କୁ ବୁଝାଏ। ଥିଏଟରରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର କାରଣ ପାଲଟିଛି। ସେ ଅନେକ ବ୍ଲକବଷ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri