ଶ୍ରୀଲିଙ୍ଗରାଜ ମନ୍ଦିର: କାମରେ ଲାଗୁନି ପାଦ ଚଲା ପଥ

ପୁରୁଣା ଭୁବନେଶ୍ୱର,୨୦।୧(ଡି.ଏନ.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗର ତରବରିଆ ଏବଂ ଖାମଖିଆଲ କାର୍ଯ୍ୟ ନେଇ ବହୁ ଯୋଜନା ସଫଳ ରୂପାୟନ ହେଉ ନ ଥିବା ଅଭିଯୋଗ ହେଉଛି। ଆମସାର ଆକ୍ଟ ଉଲ୍ଲଂଘନ କରି ବ୍ୟାଖ୍ୟାନ କେନ୍ଦ୍ର, ଟୁରିଷ୍ଟ ଶେଡରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଏବେ ଏହା ଭଙ୍ଗାଯାଇ ମାଟିରେ ମିଶିଛି। ଅନୁରୂପ ଭାବେ ୨୦୧୪ରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ପଥରର ପାଦଚଲା ରାସ୍ତା ପ୍ରାୟ ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିତ୍ଲା। ଏହି ପାଦଚଲା ରାସ୍ତା ଏବେ ପର୍ଯ୍ୟଟକଙ୍କର କାମରେ ଲାଗୁନି। ବିଶେଷ ଭାବେ ଦିବ୍ୟାଙ୍ଗ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ଯୋଜନା ଏବେ ସ୍ବପ୍ନ ପାଲଟିଛି। ପାଦ ଚଲା ପଥଟି ଚିତ୍ରକାରିଣୀ ମନ୍ଦିର, ପଶ୍ଚିମ-ଦକ୍ଷିଣ କୋଣଠାରେ ପାଚେରି ପଡିଯିବା ନେଇ ବନ୍ଦ ରହିଛି। ପରିତ୍ୟକ୍ତ ଭାବେ ପଡି ରହିଥିବା ପାଦଚଲା ରାସ୍ତାର ମନ୍ଦିର ଉତ୍ତରଦ୍ୱାରଠାରେ ମଦ ବୋତଲ, ଆବର୍ଜନା ପଡି ପରିବେଶ ଦୂଷିତ ହେଉଛି। ନିର୍ମାଣ ପରଠାରୁ ଦିନେ ବି କେହି ଶ୍ରଦ୍ଧାଳୁ ପଥ ଦେଇ ଯାତାୟାତ କରିନାହାନ୍ତି। ବିଭାଗର ଏଭଳି ଦୂରଦୃଷ୍ଟି ଅଭାବ ପଦାରେ ପଡିଛି। ତୁରନ୍ତ ଏହି ଯୋଜନାର ପୁନରୁଦ୍ଧାର କରାଯାଇ ଶ୍ରଦ୍ଧାଳୁଙ୍କ ପାଇଁ କାର୍ଯ୍ୟକ୍ଷମ କରିବାକୁ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜ୍ୟରେ ରବିବାର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ଲୋକାଲ...

ଜେଲ୍‌ ଗଲେ ଆଇଏଏସ୍‌ ବିଜୟ କେତନ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ରବିବାର ଜେଲ ଯାଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।...

ପୋଲିସ କର୍ମଚାରୀଙ୍କୁ କାମୁଡ଼ି ଯୁବକ ଗିରଫ

ଭୁବନେଶ୍ୱର, ୧୧।୧୨ (ବ୍ୟୁରୋ): ବିବାହ ଶୋଭାଯାତ୍ରା ଅନୁମତି ପତ୍ରର ନକଲ ମାଗିବାରୁ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ କାମୁଡ଼ି ଦେବା ଅଭିଯୋଗରେ ଖାରବେଳ ନଗର...

ଲଗାଣ ବର୍ଷା: ୨ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବେହାଲ୍‌ ହୋଇପଡ଼ିଛି ଜୀବନଯାତ୍ରା। ଯୋଗାଯୋଗ ଓ...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଉଦ୍ୟମ ଚାଲିଛି। ସ୍ବଚ୍ଛ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି।...

ନୂଆବର୍ଷରୁ ଖୋଲିପାରେ କଲେଜ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଦୀର୍ଘ ୮ରୁ ୯ ମାସ ଧରି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରେ କଲେଜ ଖୋଲିପାରେ ବୋଲି...

ରାଜଧାନୀରେ ଚାଞ୍ଚଲ୍ୟ: ଶିଶୁର ତଣ୍ଟି ଚିପି ହତ୍ୟା ପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୩ା୬ (ବ୍ୟୁରୋ)-ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆ ରାଜୀବନଗରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ମହିଳା ଅତି ନୃଶଂସ ଭାବେ...

ତରୁଣକାନ୍ତି ମିଶ୍ର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ୨୦୧୯ ମସିହା ଲାଗି ଓଡ଼ିଶାରୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପାଇବେ ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ର। ସେ ତାଙ୍କ ରଚିତ କ୍ଷୁଦ୍ରଗଳ୍ପ...

Advertisement
Archives

Model This Week