ଶ୍ରୀଲିଙ୍ଗରାଜ ମନ୍ଦିର ଉଚ୍ଛେଦ ପ୍ରସଙ୍ଗ: ଜବରଦଖଲରେ ପାର୍ଶ୍ୱ ଦେବଦେବୀ ପୀଠ

ପୁରୁଣା ଭୁବନେଶ୍ୱର,୩ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦକୁ ସବୁ ମହଲରୁ ସ୍ବାଗତ କରାଯାଉଛି। ହେଲେ ଶ୍ରୀଲିଙ୍ଗରାଜଙ୍କ ରୀତିନୀତି ସହ ଜଡ଼ିତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପୀଠ ଓ ମନ୍ଦିର ଅବ୍ୟବସ୍ଥା ନେଇ ଭକ୍ତ ଓ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପାର୍ଶ୍ୱ ଦେବଦେବୀଙ୍କ ପୀଠଗୁଡିକ ରାଜସ୍ବ ରେକର୍ଡ ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ଅଧୀନରେ ଥିଲେ ମଧ୍ୟ ବିଭାଗୀୟ ଅବହେଳା କାରଣରୁ ଏକାମ୍ର କ୍ଷେତ୍ରର ଐତିହ୍ୟ ଦିନକୁ ଦିନ ସତ୍ତା ହରାଇବାକୁ ବସିଛି। ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଓ ପର୍ଯ୍ୟଟନ ବିଭାଗ ବେଆଇନ ନିର୍ମାଣ ଏ ପରିସ୍ଥଇତି ସୃଷ୍ଟି କରିଛଇ। ଶ୍ରୀଲିଙ୍ଗରାଜ ମନ୍ଦିର ପୂର୍ବଦିଗରେ ଅବସ୍ଥିତ ପୂର୍ବେଶ୍ୱର ମନ୍ଦିର ପରିସରରେ ଭୁବନେଶ୍ୱର ପଞ୍ଚାୟତ ସମିତି ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ, ଦେବୋତ୍ତର ବିଭାଗ କିମ୍ବା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ଅନୁମତି ନ ନେଇ ରୋଷଘର ନାମରେ ଅଧାଖଣ୍ଡିଆ ନିର୍ମାଣ କରାଯାଇଛି। ଏଗୁଡିକୁ କୌଣସି ସରକାରୀ ନିୟନ୍ତ୍ରଣାଧୀନ ନ ଥିବାରୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ବ୍ୟବହାର ହେଉଛି। ସୂକ୍ଷ୍ମେଶ୍ୱର ମନ୍ଦିର ପରିସରରେ ସୂକ୍ଷ୍ମେଶ୍ୱର ମହାଦେବଙ୍କ ରୋଷଘର ରେକର୍ଡଭୁକ୍ତ ଜମି ଉପରେ ପଞ୍ଚାୟତ ସମିତି କମ୍ୟୁନିଟ୍‌ ସେଣ୍ଟର ନିର୍ମାଣ କରାଯାଇଛି। ବରୁଣେଶ୍ୱର ମନ୍ଦିର ବେଢା ପରିକ୍ରମା ନିମନ୍ତେ ରହିଥିବା ଖୋଲା ସ୍ଥାନରେ ମଣ୍ଡପ ନିର୍ମାଣ କରାଯାଇଛି।

ମନ୍ଦିର ବେଢ଼ାରେ ବ୍ୟବସାୟ ପ୍ରତିଷ୍ଠାନ:
ଶ୍ରୀଲିଙ୍ଗରାଜଙ୍କ ଲାଖବିନ୍ଧା ପଡ଼ିଆ ଭାବେ ପରିଚିତ ମା’ କାଳୀକା ଦେବୀ ପୀଠ ତା’ର ସ୍ଥିତି ରକ୍ଷା କରିପାରିନାହିଁ। କେତେଜଣ ବିଲ୍ଡର ଓ ବ୍ୟକ୍ତିବିଶେଷଙ୍କ ସଲାସୁତରାରେ ମନ୍ଦିରର ମୂଳ ମାଲିକାନା ପରିସର, ପରିପାଟୀ ଓ ସୌନ୍ଦର୍ଯ୍ୟକୁ ନିଶ୍ଚିହ୍ନ କରି ଦିଆଯାଇଛି। ମୋଟ ୧୧୯ ଡିସିମିଲ୍‌ ପରିମିତ ଏହି ମନ୍ଦିର ବେଢାରୁ କେବଳ ୩ ରୁ ୪ ଡିସିମିଲ୍‌ରେ ଏବେ ମନ୍ଦିର ପରିସର ସୀମିତ ହୋଇରହିଛି। ଏହିପରି ଐତିହ୍ୟ ବୈତାଳେଶ୍ୱର ମନ୍ଦିର ପରିସର ଅବୈଧ ନିର୍ମାଣକୁ ଏଏସ୍‌ଆଇ ପକ୍ଷରୁ ବାରମ୍ବାର ତାଗିଦ୍‌ କରାଯାଇଥିଲା। ଏହା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଣ୍ଡପ ନିର୍ମାଣ ଯୋଗୁ ମନ୍ଦିରର ସୌନ୍ଦର୍ଯ୍ୟ ହାନି ସହ ଏଥିପ୍ରତି ବିପଦ ସୃଷ୍ଟି ହୋଇଛି। ଏ ନେଇ ଏଏସ୍‌ଆଇ ପ୍ରତ୍ନତତ୍ତ୍ୱ ଅଧୀକ୍ଷଣ ଅଧିକାରୀ, ଭୁବନେଶ୍ୱର ଡିସିପି, ପୋଲିସ କମିଶନର, ଜିଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହା ଉଚ୍ଛେଦ କରାଯାଇନି। ଅନୁରୂପ ଭାବେ ଅନନ୍ତ ବାସୁଦେବ, ବ୍ରହ୍ମେଶ୍ୱର, ଲକ୍ଷ୍ମଣେଶ୍ୱର, ଶତ୍ରୁଘ୍ନନେଶ୍ୱର, ଶିଶିରେଶ୍ୱର ମନ୍ଦିର, ତାଳେଶ୍ୱର, ଶ୍ରୀଭାବାନୀ, ଶୁକଶାରୀ, ଶାରିଦେଉଳ, ସ୍ବର୍ଣ୍ଣଜଳେଶ୍ୱର, ସୁବର୍ଣ୍ଣେଶ୍ୱର, ବାଘେଶ୍ୱର, ଶ୍ରୀପଞ୍ଚମୀ ପଡ଼ିଆର ଚତୁଃପାର୍ଶ୍ୱରେ ନିର୍ମାଣ ଏବଂ ଜବରଦଖଲକୁ ହଟାଯାଇ ମୁଖ୍ୟମନ୍ତ୍ରୀଙ୍କ ଏକାମ୍ର କ୍ଷେତ୍ରର ମେଗା ପ୍ରୋଜେକ୍ଟରେ ସାମିଲ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ନେଇ ଏଏସ୍‌ଆଇର ସଂରକ୍ଷଣ ଅଧିକାରୀ ନିର୍ମଳ ମହାପାତ୍ର କୁହନ୍ତି, ଆମେ ବିଭିନ୍ନ ମନ୍ଦିରରେ ଅବୈଧ ନିର୍ମାଣ ନେଇ କେବଳ ନୋଟିସ୍‌ ଏବଂ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଛଉ ମୋହରେ ବିଦେଶୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶାର ଲୋକନୃତ୍ୟ ମୋହରେ ପଡ଼ିଛନ୍ତି ବିଦେଶୀ। ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଓଡ଼ିଶୀ ନୃତ୍ୟ...

ଖୋଲା ଛାତ ତଳେ ଗଢ଼ା ହେଉଛି ଶିଶୁଙ୍କ ଭବିଷ୍ୟତ

କୋରେଇ,୧୯।୩(ଡିଏନଏ): କୋରେଇ ଅଞ୍ଚଳର ବହୁ ଅଙ୍ଗନଓ୍ବାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ କୁନିକୁନି ପିଲା ନିଜ ଅଧିକାରରୁ ବଞ୍ଚିତ୍ତ ହେଉଛନ୍ତି। ୧୫ରୁ...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ନୂଆବର୍ଷ ଅର୍ଥାତ୍‌ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ। ସପ୍ତାହକୁ ୩ଦିନ ଏୟାର ଇଣ୍ଡିଆ ବିମାନ ଚାଲିବ। ଏ ନେଇ ଗୁରୁବାର...

୯ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ରାଜ୍ୟରେ ଶୀତ ଆହୁରି କମିବ ଓ ତାପମାତ୍ରା ଆହୁରି ବଢ଼ିବ। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇଥିବାରୁ ଆଗାମୀ ୩ ଦିନ ରାଜ୍ୟର ଉପକୂଳରୁ ଉପାନ୍ତ...

ମାଲଗୋଦାମ ବେପାର ସମୟ ବଦଳିଲା  

କଟକ ଅଫିସ,୫ା୮-ମାଲଗୋଦାମରେ ବେପାର ସମୟରେ ପରିବର୍ତ୍ତନ ହୋଇଛି। ବ୍ୟବସାୟୀ ସଂଘ ନିଷ୍ପତ୍ତି ପରେ କଟକ ମହାନଗର ନିଗମ (ସିଏମ୍‌ସି) ବୁଧବାର ଏନେଇ ବିଜ୍ଞପ୍ତି ଜାରି କରିଛି।...

ନିଜ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଲେ ସରପଞ୍ଚ ମାଆ

କୋକସରା,୯।୬(ଡି.ଏନ.ଏ.)-ଦିଲ୍ଲୀର ଏକ କମ୍ପାନୀରେ ଚାକିରୀ କରୁଥିବା ପୁଅ ଗାଁକୁ ଫେରିଥିଲେ । ହେଲେ କରେନା କଟକଣାକୁ ପାଳନ କରୁଥିବା ତାଙ୍କ ସରପଞ୍ଚ ମାଆ ପୁଅକୁ କ୍ୱାରାଣ୍ଟାଇନ...

୨୪ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର,୮।୭: ରାଜ୍ୟର ୧୦ରୁ ଅଧିକ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

କୁନି ଝୁମର ଶିଳ୍ପୀ ମୋହିତଙ୍କୁ ନେଇ ଚର୍ଚ୍ଚା

ଚମ୍ପୁଆ, ୯।୬(ଡି.ଏନ.ଏ.)-ସାମ୍ପ୍ରତିକ ପରିସ୍ଥିତିରେ ଜନ ସାଧାରଣଙ୍କ ମନୋରଞ୍ଜନ ପାଇଁ ବେଶ ଖରାକ ଯୋଗାଉଛି ଝୁମର ସଙ୍ଗୀତ। କୁରୁମାଲି ଭାଷାରେ ଏହି ସଙ୍ଗୀତ କୁଡୁମି ସମ୍ପ୍ରଦାୟର ପ୍ରମୁଖତା...

Advertisement
Archives

Model This Week