Posted inଖେଳ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦: ଟସ୍‌ ପରେ ବର୍ଷା ଆରମ୍ଭ

ଗୁଆହାଟୀ,୫।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ବର୍ଷା ଯୋଗୁ ଖେଲ ଆରମ୍ଭ ହୋଇପାରିନାହିଁ। ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି। ଟସ୍‌ ପଡିବାର ୨୦ ମିନିଟ୍‌ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ଏପର୍ଯ୍ୟନ୍ତ ମ୍ୟାଚ୍‌ ଆରମ୍ଭ ହୋଇନାହିଁ। ଏବେ ବି ଗ୍ରାଉଣ୍ଡରେ କଭର୍‌ ପକାଯାଇଛି। ବର୍ଷା ଛାଡିଲା ପରେ ହିଁ ଅମ୍ପାୟାର ସ୍ଥିତି ପରଖି ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ନୂଆବର୍ଷର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଭାରତ ରହିଛି। ବ୍ୟାକ ଷ୍ଟ୍ରେସ ଫ୍ରାକ୍ଚର ଭଳି ଆଘାତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ସେ ସମସ୍ତଙ୍କ ନଜରରେ ରହିଛନ୍ତି। ନିୟମିତ ଓପନର ରୋହିତ୍‌ ଶର୍ମା ସିରିଜରୁ ବିଶ୍ରାମ ନେଇଥିବାବେଳେ ତାଙ୍କ ସ୍ଥାନରେ ଶିଖର ଧୱନ ଲୋକେଶ ରାହୁଲଙ୍କ ସହ ଇନିଂସ ଓପନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ଆଇପିଏଲ୍‌ ଦଳ

ନୂଆଦିଲ୍ଲୀ,୬।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳଗୁଡିକ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ବୋଲି...

ହାମିଲଟନ ଜିତିଲେ ଫ୍ରେଞ୍ଚ୍‌ ଗ୍ରାଁ ପ୍ରି

ଲି କ୍ୟାସଲେଟ୍‌ (ଫ୍ରାନ୍ସ), ୨୪ା୬ (ଏଏଫ୍‌ପି)-ମର୍ସିଡିଜ ଟିମ୍‌ମେଟ୍‌ ଭାଲ୍‌ଟେରି ବୋଟାସଙ୍କୁ ପଛରେ ପକାଇ ଲୁଇସ୍‌ ହାମିଲଟନ ଫ୍ରେଞ୍ଚ୍‌ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ଟାଇଟଲ ହାସଲ କରିଛନ୍ତି।...

ରୋହିତ ଦ୍ୱିଶତକ ମାରୁଥିବା ଦେଖି କାନ୍ଦି ପକାଇଥିଲେ ସ୍ତ୍ରୀ, ଏଭଳି ଢ଼ଙ୍ଗରେ ପାଇଥିଲେ ଉପହାର

ନୂଆଦିଲ୍ଲୀ,୧୩।୧୨: ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ରୋହିତ ଶର୍ମା ଜଣେ। ଏକଦା ମଧ୍ୟ ବର୍ଗରେ ବ୍ୟାଟିଂ କରିବାକୁ ଆସୁଥିବା ଏହି କ୍ରିକେଟର ଏବେ ଓପନର...

ଚାଇନା ଓପନରେ ଭାରତର ଅଭିଯାନ ଶେଷ

ଚଙ୍ଗ୍‌ଝୋ,୨୦।୯(ପିଟି): ଏଠାରେ ଚାଲିଥିବା ଚାଇନା ଓପନ ଓ୍ବାଲର୍‌ଡ ଟୁର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଅନ୍ତିମ ଶଟଲର ଭାବେ ବି. ସାଇ...

ଆଇପିଏଲ୍‌ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ, ୫ା୯(ପି.ଟି.)-ସିନିୟର ଅଫ୍‌ସ୍ପିନର ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରି ଯାଇଛନ୍ତି। ସେ ତାଙ୍କ ନିଷ୍ପତ୍ତି...

ଏହି ଭାରତୀୟ କ୍ରିକେଟରଙ୍କ ନାମରେ ରହିଛି ଏକ ଲଜ୍ଜାଜନକ ରେକର୍ଡ: ଗୋଟିଏ ଭୁଲ୍‌ ଯୋଗୁ ଐତିହାସିକ ରନ୍‌ କରିଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଟିମ ଏବେ ଉନ୍ନତମାନର ଫିଲ୍ଡିଂ ପାଇଁ ଜଣାଣୁଣା। ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଦଳ ଭଲ ଫିଲ୍ଡିଂ କରୁ...

ଦୁବାଇ ବିଚ୍‌ରେ ଭାବିପତ୍ନୀ ଧନଶ୍ରୀଙ୍କ ସହ ଚହଲ

ଦୁବାଇ, ୨୧।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଅଂଶଗ୍ରହଣ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳର ଅନ୍ୟତମ ପ୍ରମୁଖ ଖେଳାଳି ହେଲେ ସ୍ପିନର ୟୁଜବେନ୍ଦ୍ର ଚହଲ।...

ଟୋକିଓ ଅଲିମ୍ପିକ୍ସ: ଛୁଟି ନେଲେ କ୍ଳାନ୍ତ ଟୋକିଓ ଗଭର୍ନର

ଟୋକିଓ,୨୪।୬: ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଠିକ୍‌ ମାସେ ରହିଥିବା ବେଳେ ଟୋକିଓ ଗଭର୍ନର ୟୁରିକୋ କୋଇକେ ଛୁଟି ନେଇଛନ୍ତି। ଅତ୍ୟଧିକ ମାତ୍ରାରେ କ୍ଲାନ୍ତ ହୋଇଥିବାରୁ...

Advertisement
Ten Cric Info


Archives

Model This Week