Posted inଜାତୀୟ

ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ଯୋଜନା: ୪୪୦ କୋଟିରେ ୬୧ ହେକ୍ଟର ଜମି କିଣିବେ ଯୋଗୀ ସରକାର

ନୂଆଦିଲ୍ଲୀ,୨।୧୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ଯୋଜନା କରିଛନ୍ତି। ଏନେଇ ଶ୍ରୀରାମଙ୍କ ଉପରେ ଆଧାରିତ ଏକ ଡିଜିଟାଲ ଲାଇବ୍ରେରୀ, ୨୨୧ ମିଟର ଉଚ୍ଚା କାଂସ୍ୟ ପ୍ରତିମା ସ୍ଥାପନ, ପାର୍କ ଏବଂ ପାର୍କିିଂ ପାଇଁ ଯୋଜନା କରାଯାଇଛି। ତେଣୁ ମୀରପୁର୍‌ ଗାଁରେ ୬୧.୩୮୦୭ ହେକ୍ଟର ଜମି ଯୋଗୀ ସରକାର କିଣିବେ ବୋଲି କ୍ୟାବିନେଟ୍‌ ବୈଠକରେ ସ୍ଥରି କରିଛନ୍ତି। ଏଥିଲାଗି ୪୪୦.୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରସ୍ତାବିତ ଶ୍ରୀରାମଙ୍କ ପ୍ରତିମାର ଉଚ୍ଚତା ୧୫୧ ମିଟର ରହିବ। ଏହା ଉପରେ ୨୦ ମିଟର ଉଚ୍ଚା ଛତ୍ରୀ ଏବଂ ପ୍ରତିମାର ଆଧାରର ଉଚ୍ଚତା ୫୦ ମିଟର ହେବ। ଆଧାର ମଧ୍ୟରେ ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ସଫଳତା: ସୋପୋରରୁ ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ସୋପୋର ଅଞ୍ଚଳରୁ ଜଣେ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କର ଅନ୍ୟ ୩ ଜଣ...

ପାନ୍‌ କାର୍ଡ ନୁହେଁ ନାଗରିକତ୍ୱର ପ୍ରମାଣ

ଗୁଆହାଟୀ,୨୧।୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଓ ବ୍ୟାଙ୍କ ଦସ୍ତାବିଜଗୁଡ଼ିକୁ ନାଗରିକତ୍ୱର ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ସେହିପରି ‘ଗାଓଁ ବୁରା’...

‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ ଦେବାକୁ ସେନା ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୯।୭: ଭାରତୀୟ ସେନା ପକ୍ଷରୁ ଏହାର ଯବାନ ଏବଂ ଅଫିସରଙ୍କ ପାଇଁ ଏକ ସତର୍କ ସୂଚନା ଜାରି ହୋଇଛି। ‘ଓପନ’ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗ ନ...

ଏଲ୍‌ଏସିରେ ଚାଇନାର ସମରସଜ୍ଜା: ୩ ଏୟାର ବେସ୍‌, ୫ ହେଲିପୋର୍ଟ ନିର୍ମାଣ

ନୂଆଦିଲ୍ଲୀ, ୨୩।୯: ଏଲ୍‌ଏସିରେ ଚାଇନା ସମରସଜ୍ଜା ଜାରି ରଖିଛି। ଏଠାରେ ଚାଇନା ୩ଟି ଏୟାର ବେସ୍‌ ଏବଂ ୫ଟି ହେଲିପୋର୍ଟ ନିର୍ମାଣ କରିଛି। ଏସମ୍ପର୍କିତ ରିପୋର୍ଟ...

ନିୟନ୍ତ୍ରଣ ରେଖାରେ ବଢ଼ିଲା ଉତ୍ତେଜନା: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶନିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ ଜିଲାର ଶାହପୁର ଏବଂ କେର୍ନି...

ଅଭିନୟରେ ରୁଚି ରଖନ୍ତି ମୋଦି

ନୂଆଦିଲ୍ଲୀ,୧୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଜଣେ ଟାଣୁଆ ନେତା ଭାବେ ବେଶ୍‌ ପରିଚିତ। ହେଲେ ମୋଦିଙ୍କ ବିଷୟରେ ଅନେକ କଥା ଆଜିବି ଅଜଣା ହୋଇ...

ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଦିଆଯିବ ଉଚିତ ଶିକ୍ଷା: ଆଇନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୮: ସୀମାରେ ପାକିସ୍ତାନ ଯୋଗୁ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଉଚିତ ଶିକ୍ଷା ଦିଆଯିବ ବୋଲି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।...

ପଛରେ ପଡିଲେ ଶତ୍ରୁ

ପାଟନା,୨୩।୫: ବିହାରର ପାଟନା ସାହିବ ଆସନରୁ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଲାଗିଛି ଝଟକା। ଅଭିନେତାରୁ ନେତା ପାଲଟିଥିବା ସିହ୍ନା ଶେଷ ମୁହୂର୍ତ୍ତରେ ଭାଜପା ଛାଡି...

Coronavirus Update


Archives

Model This Week

Why Dharitri