ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ, ୫ ହଜାର ଟଙ୍କା

ପୁରୀ ଅଫିସ, ୧୦।୬: ଶ୍ରୀମନ୍ଦିର ସେବାୟତମାନେ କରୋନା ସଂକ୍ରମଣଠାରୁ କିପରି ଦୂରେଇ ରହିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଚେତନତା ଶିବିରଠାରୁ ଆରମ୍ଭକରି ସେବାୟତଙ୍କ କୋଭିଡ୍‌ ଟେଷ୍ଟ ଏବଂ ସଙ୍ଗରୋଧରେ ରଖାଯିବା ଭଳି ପଦକ୍ଷେପ ମଧ୍ୟ ନିଆଯାଇଛି। ଏବେ ପୁଣି ସେବାୟତଙ୍କୁ ମାସ୍କ ଯୋଗାଇଦେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ପ୍ରାୟ ୫ ହଜାର ସେବାୟତଙ୍କ ଲାଗି ଏହି ମାସ୍କ ଯୋଗାଇ ଦିଆଯିବ। ଏଥିଲାଗି ବୟନିକା କିମ୍ବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ମିଶି ଶ୍ରୀମନ୍ଦିର ପ୍ରଶାସନ ଏହି ମାସ୍କ ତିଆରି କରିବ ବୋଲି ମୁଖ୍ୟ ପ୍ରଶାସକ ଡ. କିଷନ କୁମାର ସୂଚନା ଦେଇଛନ୍ତି।
ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସେବାୟତଙ୍କ କଲ୍ୟାଣ ପାଇଁ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କରୋନାର ଭୟାବହତା ଦୃଷ୍ଟିରୁ ପ୍ରାୟ ୩ ମାସ ହେବ ଶ୍ରୀମନ୍ଦିର ବନ୍ଦ ରହିଛି। ତେଣୁ ସେବାୟତଙ୍କ ଦୈନନ୍ଦିନ ପରିବାର ପ୍ରତିପୋଷଣ ଲାଗି ୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିଲା। ପୁଣି ଦ୍ୱିତୀୟ କିସ୍ତିରେ ଆଉ ୫ ହଜାର ଟଙ୍କା ଲେଖାଏ ଦେବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ସେବାୟତମାନେ ସୁବିଧାରେ ରହି ମହାପ୍ରଭୁଙ୍କ ନୀତିକାନ୍ତି କିପରି ସୁରୁଖୁରୁରେ ସମ୍ପନ୍ନ କରିବେ ତାହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ମାମଲାରେ ହାଇକୋର୍ଟ ନିର୍ଦ୍ଦେଶ: ଭିଡିଓ କନଫରେନ୍ସରେ ହାଜର ହେବେ ଯୁବତୀ

କଟକ ଅଫିସ,୧୧।୮: ନିଜ ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ଜଣେ ଯୁବତୀ ହାଇକୋର୍ଟରେ ରୁଜୁ କରିଥିବା ହେବିୟସ୍‌ କର୍ପସ ମାମଲାର ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ...

ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପୁରୀ ଗଲା

ବୌଦ୍ଧ, ୨୫ା୪(ସ୍ବ.ପ୍ର):ପୁରୀ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପଠାଯାଇଛି। ଶନିବାର ଅପରାହ୍ନରେ ଜିଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଜୟ...

ଗାର୍ଡଙ୍କୁ ମାଡ ମାରି ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ

ଗଞ୍ଜାମ,୨୩ା୬(ଡି.ଏନ୍‌.ଏ.)- ଗଞ୍ଜାମ ସହର ଦୁର୍ଗାଦେବୀ ସାହି ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରୁ ସୋମବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଜିତୁ...

ପ୍ରାର୍ଥତ୍ପତ୍ର ଦାଖଲ କଲେ ୪ କର୍ପୋରେଟର ପ୍ରାର୍ଥୀ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ୪ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ବୁଧବାର ମେୟର ପଦବୀ ପାଇଁ ୫...

ଟ୍ରକ୍‌କୁ ପଛରୁ ଧକ୍କା ଦେଲା କାର୍‌: ୩ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଧର୍ମଶାଳା,୭ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ...

ଆଜି ରାଜ୍ୟରୁ ୧୮୯ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୨୫ ଶିଶୁ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୦,୨୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ସାବଧାନ ! ଓଠ-ମୁହଁ ନୀଳ ପଡୁଛି କି, ଶୀଘ୍ର ଡାକ୍ତରଙ୍କ ସହିତ କରନ୍ତୁ ପରାମର୍ଶ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବାବେଳେ ଲୋକଙ୍କଠାରେ ପ୍ରକାଶ ପାଉଥିବା କରୋନା ସଂକ୍ରମଣ ନେଇ ବିଶେଷଜ୍ଞମାନଙ୍କୁ ପକ୍ଷରୁ ସଚେତନତା ସୂଚନା ଜାରି କରାଯାଇଛି। ଶରୀରରେ...

ଭାରତରେ ପ୍ରଥମ ଘଟଣା, ମହିଳା ଡାକ୍ତର ଆଲ୍ଫା-ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ…

ଗୁଆହାଟି,୨୦।୭: ଆସାମର ଜଣେ ମହିଳା ଡାକ୍ତରଙ୍କଠାରେ କରୋନା ମହାମାରୀ ଭୂତାଣୁର ଆଲ୍ଫା ଏବଂ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଜଣଙ୍କଠାରେ ୨ଟି ଭାରିଆଣ୍ଟ ରହିଥିବା ଭାରତରେ...

Advertisement
Archives

Model This Week