ଶ୍ରୀମନ୍ଦିର ଚାରିପଟୁ ଘର ଉଚ୍ଛେଦ ପ୍ରସଙ୍ଗ: ଅଧିକ ୭ଦିନ ସମୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ଚାରି ପାଖରୁ ୭୫ମିଟର ବଳୟ ମଧ୍ୟରେ ଯେତେସବୁ ଘର ଅଛି ତାକୁ ଭାଙ୍ଗିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭୫ପ୍ରତିଶତ ବାସିନ୍ଦା ନିଜ ଜମି ସ୍ବେଚ୍ଛାକୃତ ଭାବେ ଦାନ କରିଛନ୍ତି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହାର ଦିନକପରେ ଅର୍ଥାତ୍‌ ମଙ୍ଗଳବାର ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବେଚ୍ଛାକୃତଭାବେ ଜମି ବିକ୍ରି ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ସମୟ ସୀମାକୁ ଆସନ୍ତା ୭ଦିନ ଅଧିକ ବୃଦ୍ଧି କରିଛନ୍ତି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି ସମୟ ବୃଦ୍ଧି କରାଯାଇଛି। ଶ୍ରୀମନ୍ଦିର ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକ୍ରମେ ସନ୍ନିକଟ ଅଞ୍ଚଳର ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃତଭାବେ ଗ୍ରହଣ କରିଛନ୍ତି। ନିରାପତ୍ତା ବଳୟ ସକାଶେ ନିଜ ଜମି ମଧ୍ୟ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ୨୦୧୯ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରି କବଲା କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

ସଲମାନଙ୍କ ଫଟୋ ଦେଖି ୨ ପୂର୍ବତନ ପ୍ରେମିକା ଆଶ୍ଚର୍ଯ୍ୟ: କହିଲେ…

୬୦ ବର୍ଷ ବୟସରେ ବି ସଲମାନ ଖାନଙ୍କ ଜଲଓ୍ବା। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଫଟୋକୁ ଯିଏ…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୮୦ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୮ ଲକ୍ଷ, ଟଙ୍କା ବିପୁଳ ପରିମାଣର ଅଳଙ୍କାର ଜବତ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ଆଶାକର୍ମୀଙ୍କ ବଢିଲା ଦରମା, ମହିଳାଙ୍କ ମାଗଣା ବସ୍‌ ଯାତ୍ରା…ସରକାରଙ୍କ ବଡ଼ ଘୋଷଣା

ଥିରୁଭାନନ୍ତପୁରମ୍‌,୧୮।୫: କେରଳମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ୟୁଡିଏଫ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri