ଶ୍ରୀମନ୍ଦିରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଗୋଇନ୍ଦା ରିପୋର୍ଟ ପରେ ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ, ୨।୮ : ଶ୍ରୀମନ୍ଦିର ଅସୁରକ୍ଷିତ। ଆତଙ୍କବାଦୀମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିପାରନ୍ତି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ଏମିତି ଏକ ରିପୋର୍ଟ ଗୁରୁବାର ପୁରୀ ଜିଲା ପ୍ରଶାସନ ନିକଟକୁ ଆସିଛି। ରିପୋର୍ଟ ପାଇବା ପରେ ପ୍ରଶାସନ ଓ ପୁରୀ ପୋଲିସ ତତ୍ପର ହୋଇଉଠିଛି। ଶ୍ରୀମନ୍ଦିର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଗୁରୁବାର ପୁରୀ ଏସ୍‌ପି ଉମାଶଙ୍କର ଦାଶ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି।
ଶ୍ରୀମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ସୁରକ୍ଷା ଦାୟିତ୍ୱରେ ରହୁଥିବା ପୋଲିସ ଅଧିକାରୀଙ୍କ ସହ ଏସ୍‌ପି ଆଲୋଚନା କରିଛନ୍ତି। ଚାରିଦ୍ୱାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଡ୍ୟୁଟିରେ ରହୁଥିବା ପୋଲିସ କର୍ମଚାରୀମାନେ ନିଜ ସ୍ଥାନ ଛାଡ଼ି କୁଆଡ଼େ ଯିବେ ନାହିଁ। ସେହିପରି ଡ୍ୟୁଟି ସରିବାପରେ ଅନ୍ୟ ଜଣେ ଡ୍ୟୁଟିକୁ ନ ଆସିବା ପର୍ଯ୍ୟନ୍ତ ନିଜ ସ୍ଥାନ ଛାଡ଼ିବେ ନାହିଁ। ଶ୍ରୀମନ୍ଦିର ଚାରିପଟେ କୌଣସି ସନ୍ଦିଗ୍ଧ ବ୍ୟକ୍ତିବିଶେଷ ବୁଲୁଥିବା ନଜରକୁ ଆସିଲେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବାକୁ ଏସ୍‌ପି ତାଗିଦ୍‌ କରିଛନ୍ତି। ଏ ସମ୍ପର୍କରେ ଏସ୍‌ପି ଦାଶ କହିଛନ୍ତି, ଶ୍ରୀମନ୍ଦିରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଛି। ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥାଏ। ଏହା ଏକ ରେଗୁଲାର ପ୍ରୋସେସ୍‌। ଶ୍ରୀମନ୍ଦିରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଅଥବା ଅଘଟଣକୁ ଏଡ଼ାଇବା ଲାଗି ପୁରୀ ପୋଲିସ ପ୍ରସ୍ତୁତ ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କୋଷ୍ଟଗାର୍ଡ ଦ୍ୱାରା ପାଟ୍ରୋଲିଂ ଚାଲିଛି। ସହରକୁ ପ୍ରବେଶ କରୁଥିବା ଯାନବାହନର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ରିପୋର୍ଟ ସମ୍ପର୍କରେ ଅଧିକ କିଛି କହିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ଶୀତ, ୬ରେ ହାଲୁକା ବର୍ଷା

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। ତେବେ ଶୁକ୍ରବାର ଠାରୁ ଏହା ହ୍ରାସ ପାଇଛି। କେତେକ ସ୍ଥାନରେ ପାରଦ...

ମାଟ୍ରିକ ଖାତାଦେଖା ଦିନେ ଘୁଞ୍ଚିଲା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ସମ୍ଭାବ୍ୟା ବାତ୍ୟା ‘ଅମ୍ଫନ’ ପାଇଁ ମାଟ୍ରିକ ଖାତାଦେଖା ଘୁଞ୍ଚାଇ ଦିଆଯାଇଛି। ମେ’ ମାସ ୨୦ ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିକ ଖାତାଦେଖା ହେବ।...

ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ : ଆଜି ୫୨ ଜଣଙ୍କ ଜୀବନ ନେଲା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୫୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ବାଉନ୍ସର ଆସିବା ଘଟଣାରେ ହେଲାନି ଆଲୋଚନା: ପ୍ରଦୀପ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):କଂଗ୍ରେସ କାର୍ଯ୍ୟାଳୟକୁ ବାଉନ୍ସର ଆସିବା ଘଟଣା ନୂଆ ମୋଡ଼ ନେଇଛି। ଏହାକୁ ନେଇ ବିବାଦ ତେଜିଥିବା ବେଳେ ବାଉନ୍ସର କୌଣସି ଦଳୀୟ ନେତା ନୁହେଁ, ବରଂ...

୨୦ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏଥିଯୋଗୁ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ହାଲକା ବର୍ଷା ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି...

୩ ରଥରେ ବିଜେ ହେଲା ଆଜ୍ଞାମାନ

ପୁରୀ ଅଫିସ, ୨୨।୬: ମଙ୍ଗଳବାର ରଥଯାତ୍ରା। ଗୋଟିଏପଟେ ସୁପ୍ରିମକୋର୍ଟରେ ରଥଯାତ୍ରାକୁ ନେଇ ଜଣିକିଆ ଖଣ୍ଡପୀଠରେ ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ତିନି ରଥକୁ ଆଜ୍ଞାମାଳ ବିଜେ...

ବସ-ଟ୍ରକ୍‌ ଦୁର୍ଘଟଣା : ୧୫ ଆହତ, ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର

ଚୌଦ୍ୱାର,୨୭।୧୦(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ବ୍ୟାଙ୍କଛକଠାରେ ବସ୍‌-ଟ୍ରକ୍‌ ଧକ୍କାରେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ...

Advertisement
Archives

Model This Week