Posted inଜାତୀୟ

ଶ୍ରୀନଗର ହେଲିକପ୍ଟର ଦୁର୍ଘଟଣା: ୫ବାୟୁସେନା ଅଧିକାରୀ ଦୋଷୀ ସାବ୍ୟସ୍ତ

ଶ୍ରୀନଗର,୨୩।୮: ଭାରତୀୟ ବାୟୁସେନା ନିଜର ୫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ଫେବୃୟାରୀ ୨୭ରେ ଶ୍ରୀନଗରରେ ନିଜର ହେଲିକପ୍ଟର ଉପରେ ହୋଇଥିବା ଫାୟାରିଂ ମାମଲାରେ ଉକ୍ତ ବାୟୁସେନା ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫିସର ହେଲେ ଜଣେ ଗ୍ରୁପ କ୍ୟାପଟେନ, ୨ଜଣ ଓ୍ବିଙ୍ଗ କମାଣ୍ଡର ଓ ୨ ଫ୍ଲାଇଟ୍‌ ଲେଫ୍ଟଭନାଣ୍ଟ। ଏହାର ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ରିପୋର୍ଟକୁ ବାୟୁସେନା ମୁଖ୍ୟାଳୟକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୨୭ ଫେବୃୟାରୀରେ ବଡଗାମରୁ ୭ କିଲୋମିଟର ଦୂର ଗୋରେନ୍ଦ ଗଁାରେ MI-17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରଟି ଏକ ଚାଷଜମିରେ ପଡ଼ିବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନର ଯୁଦ୍ଧ ବିମାନ ଭାରତ ସୀମାକୁ ପଶିଆସିଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ରହିଛି। ସେହି ସମୟରେ ପୂର୍ବତନ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ମାର୍ଶଲ ହରି କୁମାର ଏହାର ନେତୃତ୍ୱ ନେଇଥିଲେ। ପାକିସ୍ତାନର ଯୁଦ୍ଧ ବିମାନକୁ ଭାରତ ସୀମାରୁ ବାହାର କରିବା ସହ ନିଜ ହେଲିକପ୍ଟରକୁ ମଧ୍ୟ ଫାୟାରିଂ କରିଥିଲେ। ଏହି ଘଟଣା ଘଟିବା ପରେ ବାୟୁସେନା ପକ୍ଷରୁ ତୁରନ୍ତ ଯାଞ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା, ପ୍ରସ୍ତୁତ ହେବ ସ୍ବତନ୍ତ୍ର ରଣନୀତି…

ନୂଆଦିଲ୍ଲୀ,୮।୯: ନିର୍ବାଚନ ରଣନୀତିଜ୍ଞ ଭାବରେ ପରିଚିତି ହାସଲ କରିଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ କଂଗ୍ରେସରେ ସାମିଲ କରିବା ପାଇଁ ଦଳରେ ଆଲୋଚନା ଚାଲିଛି। ୨୦୨୪ ନିର୍ବାଚନରେ କଂଗ୍ରେସ...

୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୯ ରାଜ୍ୟରେ ଲୁ ଚେତାବନୀ …

ନୂଆଦିଲ୍ଲୀ, ୨।୪ : ଚଳିତ ବର୍ଷ ଦେଶରେ ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ...

ଭାରତରେ ‘କରୋନା’ ଆତଙ୍କ

ନୂଆଦିଲ୍ଲୀ,୨୬ା୧(ପି.ଟି.): ଚାଇନାରୁ ଫେରିଥିବା ଆଉ ୭ ଜଣଙ୍କୁ କେରଳର ବିଭିନ୍ନ ହସ୍ପିିଟାଲରେ ଅବ୍‌ଜର୍‌ଭେଶନରେ ରଖାଯାଇଛି। ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ତେବେ...

ନିର୍ଭୟା ମାମଲା: ଆବେଦନର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କଲେ ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ୪ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏହି ଭୟରେ ଦିନ ଗଣୁଥିବା ୪...

୨୧ ଦିନର ଛୁଟି ସାରି ଜେଲକୁ ଫେରିଲେ ରାମରହିମ

ଗୁରୁଗ୍ରାମ,୧।୩: ଡେରା ସଚା ସୌଦା ମୁଖ୍ୟ ରାମ ରହିମ ୨୧ ଦିନର ଛୁଟି ସାରି ସୋମବାର ଜେଲ୍‌କୁ ଫେରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ରାମ ରହିମଙ୍କୁ...

ଖୋଲିଲା ଦିଲ୍ଲୀ ସୀମା

ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦିଲ୍ଲୀ-ନଏଡା ସୀମାକୁ ଗୋଟିଏ ସପ୍ତାହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସୋମବାର ଏହି...

ବଙ୍ଗଳା ଛାଡ଼ିନାହାନ୍ତି ୮୨ ଏମ୍‌ପି

ନୂଆଦିଲ୍ଲୀ,୧୬ା୯(ପି.ଟି.): ଲୋକ ସଭା କମିଟିର ତାଗିଦ ସତ୍ତ୍ୱେ ୮୨ ଏମ୍‌ପି ଏପର୍ଯ୍ୟନ୍ତ ସରକାରୀ ବଙ୍ଗଳା ଖାଲିକରିନାହାନ୍ତି। ତୁରନ୍ତ ଘର ଖାଲି କରାଇବା ପାଇଁ ପୂର୍ବତନ ଏମ୍‌ପିମାନଙ୍କ...

ସହର ବିଶୋଧନ କରିବାକୁ ନିଜେ ଟ୍ରାକ୍ଟର ଚଲାଇଲେ ପରିବହନ ମନ୍ତ୍ରୀ

କ୍ରିଷ୍ଣା,୩।୪: ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଅଞ୍ଚଳକୁ ବିଶୋଧନ କରିବାକୁ ଶୁକ୍ରବାର ଏକ ଟ୍ରାକ୍ଟର ମାଧ୍ୟମରେ ସୋଡିୟମ ହାଇପୋକ୍ଲୋରାଇଡ ସିଞ୍ଚନ କରାଯାଇଥିଲା। ଏହି ସମୟରେ ଯେଉଁ ଟ୍ରାକ୍ଟରରୁ ଏହାକୁ...

Advertisement
Archives

Model This Week