Posted inଜାତୀୟ

ଶ୍ରୀନଗର ମସ୍‌ଜିଦ ଉପରେ ନଜର: ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଶ୍ରୀନଗର,୩୦ା୭(ପି.ଟି.)-ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶ୍ରୀନଗରରେ ଥିବା ମସ୍‌ଜିଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ୫ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ଏହି ମସ୍‌ଜିଦ ସମ୍ପର୍କିତ ତଥ୍ୟ ଯଥାଶୀଘ୍ର ଦାଖଲ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଏନେଇ ଶ୍ରୀନଗରର ୫ ଏସ୍‌ପିଙ୍କୁ ଚିଠି ମଧ୍ୟ ପ୍ରଦାନ କରାଯାଇଛି। କେଉଁଠାରେ କେତେ ମସ୍‌ଜିଦ ଅଛି, ସେମାନଙ୍କର ପରିଚାଳନା ଦାୟିତ୍ୱ କିଏ ନେଉଛି, ସ୍ଥାନୀୟ ମସ୍‌ଜିଦର ଇମାମ୍‌ଙ୍କ ନାମ କ’ଣ, ସେ ସମ୍ପର୍କରେ ସବିଶେଷ ତଥ୍ୟ ତୁରନ୍ତ ଯୋଗାଇ ଦେବାକୁ ଏସ୍‌ଏସ୍‌ପି ହସିବ୍‌ ମୁଘଲ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ନିୟମିତ କାର୍ଯ୍ୟକ୍ରମ ଓ ପୋଲିସ୍‌ଷ୍ଟେଶନରେ ତଥ୍ୟ ରଖିବା ଲାଗି ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ରେଳ ବିଭାଗ ଅଧିକାରୀଙ୍କଠାରୁ କର୍ମଚାରୀଙ୍କୁ ଚିଠି ପଠାଯିବାର ଗୋଟିଏ ଦିନ ପରେ ରାଜ୍ୟ ପୋଲିସ ଅଧିକାରୀଙ୍କ ପୁଣି ଏକ ଚିଠି ଏସ୍‌ପିଙ୍କୁ ମିଳିଛି। ଏଭଳି କାର୍ଯ୍ୟକୁ ନେଇ ଭିନ୍ନମତ ପ୍ରକାଶ ପାଇଛି। ଆତଙ୍କବାଦର ଶିକାର ହୋଇଆସୁଥିବା ଜମ୍ମୁ-କଶ୍ମୀର ଉପରେ କେନ୍ଦ୍ର ସରକାର କିଛି ଗୋଟେ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରରୁ ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୈନ୍ୟ ପଠାଯିବା, ଆତଙ୍କବାଦ ପ୍ରତି କେନ୍ଦ୍ର କଠୋର ମନୋଭାବ ପୋଷଣ କରିବା, ପାକିସ୍ତାନକୁ ବିଭିନ୍ନ ପ୍ରକାର ଚେତାବନୀ ଦେବା, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଓ ୩୫ଏର ଉଚ୍ଛେଦ ଲାଗି ସରକାରୀ ଦଳର ନେତାମାନେ ମତପ୍ରକାଶ କରିବା ଭିନ୍ନ ସଙ୍କେତ ଦେଉଛି। ତେବେ କେନ୍ଦ୍ରର ଆଭିମୁଖ୍ୟ କ’ଣ ରହିବ, ତାହା ସମୟ ହିଁ କହିବ।

ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସେନା ମୁତୟନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ବିରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ସ୍ବର ଉତ୍ତୋଳନ କରିବାକୁ ସେ ଆହ୍ବାନ୍‌ ଦେଇଛନ୍ତି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଫାରୁକ୍‌ ଅବଦୁଲ୍ଲା ଏନେଇ ସର୍ବଦଳୀୟ ବୈଠକ ଡାକିବାକୁ ସେ କହିଛନ୍ତି। ଏଭଳି ମୁହୂର୍ତ୍ତରେ ଆମ୍ଭେମାନେ ଏକାଠି ହେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହୁଥିବାବେଳେ ରାଜ୍ୟରେ ଏତେ ମାତ୍ରାରେ ସେନା ମୁତୟନ ଦ୍ୱାରା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ମେହବୁବା ପ୍ରକାଶ କରିଛନ୍ତି। ଆସନ୍ତା ଅକ୍ଟୋବରରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ଏଥିରୁ ଫାଇଦା ନେବାକୁ ଦୁଇ ରାଜନୈତିକ ଦଳ ସୁଯୋଗକୁ ଅପେକ୍ଷା କରିଛନ୍ତି। ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାରର କଠୋର ମନୋଭାବ ଓ ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଅଧିକାରୀଙ୍କ ଚଢ଼ାଉ ପରେ ଅତିରିକ୍ତ ସେନା ମୁତୟନକୁ ନେଇ ମେହବୁବା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେରେ ଆକ୍ରମଣ କଲା ଭାରତ

ନୂଆଦିଲ୍ଲୀ,୧୯।୧୧-ଭାରତୀୟ ସେନା ଗୁରୁବାର ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ‘ପିନ୍‌ପଏଣ୍ଟ ଷ୍ଟ୍ରାଇକ୍‌’ କରିଛି। ନିୟନ୍ତ୍ରଣରେଖା (ଏଲ୍‌ଓସି) ସେପଟେ ଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ଭାରତକୁ ଅନୁପ୍ରବେଶ କରାଇବା...

ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡିର ତଦନ୍ତ ଆରମ୍ଭ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୮।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଘଟଣାର ତଦନ୍ତ ଏନ୍‌ଆଇଏ...

ପିଏମ୍‌ କେୟାର୍ସ ଫଣ୍ଡ୍‌ ଏନ୍‌ଡିଆରଏଫ୍‌କୁ ହେବନି ସ୍ଥାନାନ୍ତର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୮।୮: ପିଏମ୍‌ କେୟାର୍ସ ଫଣ୍ଡ ଏନ୍‌ଡିଆରଏଫ୍‌କୁ ସ୍ଥାନାନ୍ତର ହେବନି ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ଏହା ସହିତ ଏନେଇ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ...

ଫଡ୍‌ନବିସ ହେଲେ ଭାଜପା ବିଧାୟକ ଦଳର ନେତା

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏବେ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡି ପାରୁନାହିଁ। ଏହାରି ଭିତରେ ଭାଜପା ପକ୍ଷରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ...

ରାଜସ୍ଥାନରେ କଂଗ୍ରେସ-ଭାଜପା ଛକାପଞ୍ଝା

ଜୟପୁର,୨୬ା୭(ପି.ଟି.): ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।...

୨୭ ବଦଳରେ ଏବେ କାର୍ଯ୍ୟକାରୀ ହେବ ୧୨ ପିଏସ୍‌ବି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ(ପିଏସ୍‌ବି)କୁ ନେଇ ଏକ ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨୭ଟି ପବ୍ଲିକ୍‌...

ଆଉ ଏକ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ

ନୂଆଦିଲ୍ଲୀ, ୯।୮ ଝାଡ଼ଖଣ୍ଡର ରାଞ୍ଚତ୍ସ୍ଥିତ ବିର୍ସାମୁଣ୍ଡା ବିମାନବନ୍ଦରରୁ ଶନିବାର ସକାଳେ ଉଡ଼ାଣ ଆରମ୍ଭ କରିଥିବା ଏୟାରଏସିଆ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମୁମ୍ବାଇ...

ଝାଡ଼ଖଣ୍ଡ ସରକାରଙ୍କ ପୋଲ୍‌ ଖୋଲିଲେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ

ରାଞ୍ଚି,୨୦।୯: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ରାଜ୍ୟରେ ପୁଣିଥରେ ଶାସନ ମଙ୍ଗ ଧରିବାକୁ ସଜବାଜ ହେଉଛି ଭାରତୀୟ ଜନତା...

Advertisement


Archives

Model This Week

Why Dharitri