ଶ୍ରୀଧର ପାତ୍ର ହେବେ ନାଲ୍‌କୋର ନୂଆ ସିଏମ୍‌ଡି

ଭୁବନେଶ୍ୱର, ୧୫-୮(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)ର ନୂଆ ସିଏମ୍‌ଡି ଭାବେ ଶ୍ରୀଧର ପାତ୍ରଙ୍କ ନାମ ଚୟନ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡ (ପିଇଏସ୍‌ବି) ପକ୍ଷରୁ ନିକଟରେ ହୋଇଥିବା ସାକ୍ଷାତକାରରେ ୪ ଜଣଙ୍କ ମଧ୍ୟରୁ ଶ୍ରୀଧର ପାତ୍ରଙ୍କୁ ସିଏମ୍‌ଡି ପଦବୀ ଲାଗି ବଛାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ପାତ୍ରଙ୍କ ନିଯୁକ୍ତିକୁ ଚୁଡାନ୍ତ ମଞ୍ଜୁରୀ ପ୍ରଦାନ କରିବେ। ବର୍ତ୍ତମାନ ନାଲ୍‌କୋ ସିଏମ୍‌ଡି ଭାବେ କାର୍ଯ୍ୟରତ ଚାନ୍ଦ ୨୦୧୫ ଜୁଲାଇରେ କମ୍ପାନୀରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଚଳିତ ବର୍ଷ ନଭେମ୍ବର ଯାଏ କମ୍ପାନୀର ଅଧ୍ୟକ୍ଷ ପଦବୀରେ ରହିବେ। ସେହିଭଳି ଶ୍ରୀଧର ପାତ୍ର ବର୍ତ୍ତମାନ ନାଲକୋର ବିତ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଗତ ବର୍ଷ ସେପ୍ଟେମ୍ବରରେ ସେ କମ୍ପାନୀରେ ଯୋଗ ଦେଇଥିଲେ। ତାଙ୍କ ନେତୃତ୍ୱରେ କମ୍ପାନୀ ଲାଭ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ କମ୍ପାନୀର ଲାଭ ୨୯% ବୃଦ୍ଧି ଘଟି ୧୭୩୨ କୋଟି ଟଙ୍କା ରହିଛି। ଯାହା ୧୦ ବର୍ଷ ମଧ୍ୟରେ ସର୍ବାଧିକ। ସେ ଓଡ଼ିଶା ମାଇନିଂ କର୍ପୋରେଶନ ଲିମିଟେଡ, ଇଣ୍ଡିଆନ ରେୟାର ଆର୍ଥସ ଲିମିଟେଡ ଏବଂ ଓଏନ୍‌ଜିସିର ସହଯୋଗୀ କମ୍ପାନୀ ମାଙ୍ଗାଲୋର ରିଫାଇନେରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଭଳି କମ୍ପାନୀରେ କାର୍ଯ୍ୟ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତ୍ତକୋତ୍ତର, ବିଦ୍ୟାସାଗର ୟୁନିଭର୍ସିଟିରୁ ସେ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡର କମର୍ସିଆଲ ଡାଇରେକ୍ଟର ସୋମା ମଣ୍ଡଲ, ମେକନ ଲିମିଟେଡ ସିଏମ୍‌ଡି ଅତୁଲ ଭଟ୍ଟ, ନର୍ଥ ଇଷ୍ଟର୍ନ ଇଲେକଟ୍ରିକ ପାଓ୍ବାର କର୍ପୋରେଶନର ବିତ୍ତ ନିର୍ଦ୍ଦେଶକ ଏମ.ଶିବ ସନମୁଗନାଥନ ଏହି ପଦବୀ ଲାଗି ସାକ୍ଷାତକାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri