ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେ ୪୮ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ,୨୮।୫: ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ଲାଗି ରେଳ ମନ୍ତ୍ରଣାଳୟ ବୁଧବାର ସୁଦ୍ଧା ୩୫ଶହ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବିଭିନ୍ନ ରାଜ୍ୟରୁ ୪୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ମାର୍ଚ୍ଚ ୨୫ ପରଠାରୁ ଏହି ଶ୍ରମିକମାନେ ଲକ୍‌ଡାଉନ କାରଣରୁ ସେମାନଙ୍କ ଘରକୁ ଫେରିପାରି ନ ଥିଲେ। ଏହି ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରେଳ ମନ୍ତ୍ରଣାଳୟ ମେ ୧ରୁ ୨୭ମଧ୍ୟରେ ଏହି ସୁବିଧା ପ୍ରଦାନ କରିଛି। ଏହି ସମସ୍ତ ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବହନ କରିବେ। ପ୍ରତି ଟ୍ରେନ୍‌ରେ ୧୨ଶହ ଜଣ ଯାତ୍ରୀ ଏବଂ ୨୪ଟି ବଗି ରହିଛି। ପ୍ରତି ବଗିରେ ୭୨ସିଟ୍‌ ଓ ୫୪ ଜଣ ଯାତ୍ରା କରୁଛନ୍ତି। ଆଇଆର୍‌ସିଟିସି ପକ୍ଷରୁ ଏହି ଶ୍ରମିକଙ୍କୁ ସବୁ ପ୍ରକାର ସୁବିଧା ପ୍ରଦାନ କରାଯାଉଛି। ସରକାରଙ୍କ କୋଭିଡ୍‌-୧୯ କଟକଣା ଓ ନିୟମ ଅନୁସାରେ ପ୍ରବାସୀ ଶ୍ରମିକମାନେ ଏହି ସବୁ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌, ବ୍ୟାଙ୍କରୁ ହଟିବନି ଆଞ୍ଚଳିକ ଭାଷା

ନୂଆଦିଲ୍ଲୀ,୮।୯ : ବ୍ୟାଙ୍କ ଏବଂ ଏଟିଏମ୍‌ (ଅଟୋମେଟେଡ୍‌ ଟେଲର ମେଶିନ)ରୁ ଆଞ୍ଚଳିକ ଭାଷା ହଟିବ ନାହିଁ। ଏ ନେଇ ସରକାର କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ଏ...

ଜମ୍ମୁ-କଶ୍ମୀରରେ ହେବ ନିଯୁକ୍ତି ବର୍ଷା;ସରକାରଙ୍କୁ ସମର୍ଥନ ଜଣାଇଲା ସିଆଇଆଇ

ନୂଆଦିଲ୍ଲୀ,୧୦-୮: ଦେଶର ଉଦ୍ୟୋଗ ସଂଗଠନ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଜମ୍ମୁ-କଶ୍ମୀରରେ ନିବେଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ ଜଣାଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା...

ରିୟଲ ଜିଡିପି ୧୧% ବଢ଼ିବ

ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତର ରିୟଲ ଜିଡିପି ପ୍ରାୟ ୧୧% ବଢ଼ିପାରେ। ଆର୍ଥିକ ସୁଧାର ତ୍ୱରାନ୍ବିତ ହେଉଥିବାରୁ ଅଭିବୃଦ୍ଧି ମଧ୍ୟ ଫେରିବ ବୋଲି ଏକ...

ଚନ୍ଦା କୋଚ୍ଚରଙ୍କ ୭୮ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୧-୧ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡିଓକନ କମ୍ପାନୀକୁ...

୩୪.୬ ଲକ୍ଷ ଗ୍ରାହକ ହରାଇଲେ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୩୦।୬ : ଚଳିତ ବର୍ଷ ଫେବୃୟାରୀରେ ଭୋଡାଫୋନ ଆଇଡିଆ ୩୪.୬୭ ଲକ୍ଷ ଗ୍ରାହକ ହରାଇଛନ୍ତି। ଏହି ସମୟରେ ରିଲାଏନ୍ସ ଜିଓ ୬୨.୫୭ ଲକ୍ଷ ନୂଆ ଗ୍ରାହକ...

୧୨ ଦିନ ହେବ ତୈଳଦର ସ୍ଥିର

ନୂଆଦିଲ୍ଲୀ,୧୨।୪: ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକ ସରକାରକୁ ବିରୋଧ କରିବା ସହ ଅସନ୍ତୋଷ...

ଶ୍ରମ କୋଡ୍‌ ବିଲ୍‌କୁ ବିରୋଧ:୨୬ ନଭେମ୍ବରରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ

ନୂଆଦିଲ୍ଲୀ : ଶ୍ରମ କୋଡ୍‌ ବିଲ୍‌କୁ ନିକଟରେ ସଂସଦର ଅନୁମୋଦନ ମିଳିଛି। ଏହାକୁ ବିରୋଧକରି ଦେଶର ଶ୍ରମ ସଙ୍ଗଠନଗୁଡ଼ିକ ନଭେମ୍ବର ୨୬ରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ...

ଏମ୍‌ଏସ୍‌ଏମ୍‌ଇଙ୍କୁ ୧୨,୨୦୧ କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ,୧୨।୬ – ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଙ୍କୁ ୧୨,୨୦୧ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ୩ ଲକ୍ଷ କୋଟି...

Advertisement


Archives

Model This Week