ଶ୍ରମିକଙ୍କୁ କାର୍ଯ୍ୟସ୍ଥଳକୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ ରହିଛି। ଲକ୍‌ଡାଉନ ଶେଷ ହେବା ପରେ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ପୁଣି ଥରେ ଟ୍ରାକ୍‌କୁ ଫେରିବା ଲାଗି ସମୟ ଲାଗିବ। ବର୍ତ୍ତମାନ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଗମ୍ଭୀର ସ୍ଥିତିରେ ରହିଛି। ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଘରେ ପହଞ୍ଚିଛନ୍ତି। ଶ୍ରମିକମାନେ କାର୍ଯ୍ୟସ୍ଥଳକୁ ନ ଫେରିଲେ ଶିଳ୍ପଗୁଡିକର ସମସ୍ୟା ଲାଗି ରହିବ। ଏହାକୁ ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ବଡ ବୟାନ ଦେଇଛନ୍ତି। ଶ୍ରମିକଙ୍କୁ ପୁଣି ଥରେ କାର୍ଯ୍ୟକ୍ଷେତ୍ରକୁ ଫେରାଇ ଆଣିବା ଲାଗି ସରକାର ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରିବେ। ଶ୍ରମିକଙ୍କ ସହ ସମ୍ପର୍କରେ ରହିବା ନେଇ ସେ ଶିଳ୍ପଜଗତକୁ ପରାମର୍ଶ ଦେଇଛନ୍ତି। ଲକ୍‌ଡାଉନରୁ ଆଶ୍ୱସ୍ତି ମିଳିଲେ ଲୋକମାନଙ୍କୁ ପୁଣି ଥରେ ଶ୍ରମ କ୍ଷେତ୍ରକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା ଉପରେ ସେ ମତ ରଖିଛନ୍ତି। ଯଦି ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ନ ଫେରନ୍ତି ତେବେ ଅର୍ଥ ବ୍ୟବସ୍ଥାର ଗାଡି ଟ୍ରାକ୍‌କୁ ଫେରିବା କଷ୍ଟକର ହେବ। ୨୫ ମାର୍ଚ୍ଚରୁ ହୋଇଥିବା ଲକ୍‌ଡାଉନ ଯୋଗୁ ଶ୍ରମିକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ମେ ପହିଲାରୁ ଶ୍ରମିକମାନେ ଘରକୁ ଫେରିବା ଲାଗି ସରକାର ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରିଛନ୍ତି। ସେହିଭଳି ବର୍ତ୍ତମାନ ହୋଇଥିବା ଶ୍ରମିକ ଟ୍ରେନ୍‌ ନେଇ ରାଜ୍ୟଗୁଡିକ ଯୋଜନା ଏବଂ ସମନ୍ବୟ ରକ୍ଷା କରିବାକୁ ରେଳ ମନ୍ତ୍ରଣାଳୟ ନିବେଦନ କରିଛି। ଫସି ରହିଥିବା ଲୋକ କିଭଳି ଘରକୁ ଫେରିପାରିବେ ତାକୁ ଧ୍ୟାନରେ ରଖି ବ୍ୟବସ୍ଥା ହାତକୁ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୩।୧୦: ଧନ୍‌ତେରସ କେବଳ ସହରରେ ନୁହେଁ, ଗାଁରେ ମଧ୍ୟ ପାଳନ କରାଯାଉଛି। କାରଣ ପୂର୍ବକାଳରୁ ବିଶ୍ୱାସ ରହିଛି ଯେ ଧନ୍‌ତେରସରେ ନିଜ ସକ୍ଷମ ଅନୁସାରେ ସୁନା...

ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି;ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ,ଅଟୋ ସେକ୍ଟର ନିରାଶ

ପାନାଜୀ,୨୧-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।...

ରିୟଲ ଇଷ୍ଟେଟ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁ ନିର୍ମାଣ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ଜାରି ରହିଛି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ...

ଗୁଣାତ୍ମକ ସାମଗ୍ରୀ ଯୋଗାଇବା ମୂଳ ଲକ୍ଷ୍ୟ: ଇଂ ସଞ୍ଜୟ କୁମାର ଦାସ

ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ। କିନ୍ତୁ କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ରହିଥାଏ। ତେଣୁ ବାପାଙ୍କ ପ୍ରେରଣାକୁ ପୁଞ୍ଜିକରି ୧୫ ବର୍ଷ ତଳେ...

ସେବି ଅଧ୍ୟକ୍ଷ ନିଯୁକ୍ତି ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ସରକାର

ମୁମ୍ବାଇ,୨୪।୨: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)ର ଅଧ୍ୟକ୍ଷ ନିଯୁକ୍ତି ଉପରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।...

ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୩।୧୨: ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ସମାନତା’ ବିଷୟବସ୍ତୁ ଆଧାରରେ ଏକ ସପ୍ତାହବ୍ୟାପୀ...

ଆଇଡିଏଫ୍‌ସି ଏଏମ୍‌ସିରେ ଯୋଗଦେଲେ ମନୀଷ

ନୂଆଦିଲ୍ଲୀ,୨୮।୧: ଦେଶର ପ୍ରମୁଖ ଏଏମ୍‌ସି ସଂସ୍ଥା ଆଇଡିଏଫ୍‌ସି ଆସେଟ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଲିମିଟେଡ୍‌ (ଆଇଡିଏଫ୍‌ସି ଏଏମ୍‌ସି)ର ଇକ୍ୱିଟିଜ୍‌ ବିଭାଗର ମୁଖ୍ୟ ମନୀଷ ଗୁନ୍‌ୱାନିଙ୍କୁ ନିକଟରେ ନିଯୁକ୍ତି...

ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ

ନୂଆଦିଲ୍ଲୀ,୨୬ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ତଥା ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା କାରଣରୁ ଫୋର୍ଡ ମୋଟର କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।...

Advertisement
Archives

Model This Week