ଶେଷରେ ମାନୁଛି ପାକିସ୍ତାନ: ବିଶ୍ୱ ଆମ କଥା ନୁହେଁ ଭାରତ କଥା ଶୁଣୁଛି

ଇସ୍‌ଲାମାବାଦ,୧୨।୯: ଜମ୍ମୁ-କଶ୍ମୀର ମାମଲାରେ ଏବେ ପାକିସ୍ତାନ ଯେ ଏକୁଟିଆ ହୋଇଯାଇଛି ତାହା ସେ ଉବଲବ୍ଧି କରି ସାରିଲାଣି। ନିକଟରେ ପାକିସ୍ତାନ ବୈଦେଶିକମନ୍ତ୍ରୀ କଶ୍ମୀର ଭାରତର ରାଜ୍ୟ ବୋଲି କହିଥିଲେ। ଆଉ ଏବେ ପାକିସ୍ତାନର ଗୃହମନ୍ତ୍ରୀ ବି କହିଛନ୍ତି କି କଶ୍ମୀର ମାମଲାରେ ବିଶ୍ୱ ପାକିସ୍ତାନ କଥା ନ ଶୁଣି ବରଂ ଭାରତ କଥା ଶୁଣୁଛି। ସେ କହିଛନ୍ତି ଏବେ କେହି ଆଉ ପାକିସ୍ତାନ କଥା ଶୁଣୁ ନାହାଁନ୍ତି ଆଉ ଯିଏ ଶୁଣୁଛି ସେ ଅବିଶ୍ୱାସ କରୁଛି। ପାକିସ୍ତାନ ଗୃହମନ୍ତ୍ରୀ ବ୍ରିଗେଡିୟର ଏଜାଜ ଅହମ୍ମଦ ଶାହ ନିକଟରେ ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି। ସେ କହିଛନ୍ତି ଏହା ଆଜିର ଘଟଣା ନୁହେଁ। ଯେଉଁମାନେ ପାକିସ୍ତାନର ଶାସନ ଭାର ସମ୍ଭାଳିଛନ୍ତି ସେମାନେ ବିଶ୍ୱ ଦରବାରରେ ପାକିସ୍ତାନର ଚିତ୍ର ଖରାପ କରି ରଖିଛନ୍ତି। ଏଥିପାଇଁ ସେ ଜେନରାଲ ଜିୟା ଉଲ ହକ୍‌, ପରଭେଜ ମୁଶରଫଙ୍କଠାରୁ ନେଇ ଇମ୍ରାନ ଖାଁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦୋଷ ଦେଇଛନ୍ତି। ଆହୁରି ମଧ୍ୟ ପାକିସ୍ତାନ ଗୃହମନ୍ତ୍ରୀ ମୋଷ୍ଟ ଓ୍ବାଣ୍ଟେଡ୍‌ ହାଫିଜ ସୟିଦଙ୍କୁ ସାହେବ ବୋଲି ସମ୍ବୋଧନ କରିବା ସହ ସେ ପାକିସ୍ତାନ ବିରୋଧରେ କିଛି କରି ନାହାଁନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ…

ଇସଲାମାବାଦ, ୨୦।୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ । କଶ୍ମୀର ସମସ୍ୟାର...

ଧରାପଡ଼ିଲା ଚାଇନା ଚାଲାକି, ଶେଷରେ ମାଗିଲା କ୍ଷମା

ବେଜିଂ,୭ା୯: କମଳା ଜୁସ୍‌ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ମଧ୍ୟରୁ ଅନ୍ୟତମ। କିନ୍ତୁ ଆଜିକାଲ ଏଥିରେ ରଙ୍ଗ ଏବଂ କେମିକାଲ ମିଶାଯାଉଥିବାରୁ...

ଉତ୍ପାତ କରୁଥିବା ୨୦୦ ମାଙ୍କଡ଼ଙ୍କ ପାଇଁ ଅଜବ ନିଷ୍ପତ୍ତି ନେଲେ ସରକାର

ଥାଇଲାଣ୍ଡରେ ଦଳେ ମାଙ୍କଡ଼ ଏଭଳି ଉତ୍ପାତ କଲେ ଯେ, ସେଠାକାର ସରକାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ବନ୍ୟଜନ୍ତୁଙ୍କ ବିରୋଧରେ...

ଇ-ସିଗାରେଟ ନିଶାରେ ବିଟ୍ରେନ ପିଲା: କଠୋର ପଦକ୍ଷେପ ନେଲେ ସୁନକ…

ଲଣ୍ଡନ,୩୦।୫ : ଇ-ସିଗାରେଟ ଦ୍ୱାରା ହୋଇଥିବା କ୍ଷତି କାହାଠାରୁ ଲୁକ୍କାୟିତ ନୁହେଁ। ତଥାପି ଛୋଟ ପିଲାମାନେ ଏହାକୁ ବ୍ୟବହାର କରୁଛନ୍ତି। ଏହା ଭାରତରେ ନିଷେଧ। ଏବେ...

ଇଣ୍ଟରନେଟ୍‌କୁ ନୂଆ ରୂପ ଦେବ ମେଟାଭର୍ସ

ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍‌ବୁକ୍‌କୁ ‘ମେଟାଭର୍ସ’ରେ ପରିଣତ କରିବାକୁ...

ବାଂଲାଦେଶର ୧୪ ମନ୍ଦିରରେ ଭଙ୍ଗାରୁଜା

ଢାକା,୬ ।୨: ବାଂଲାଦେଶରେ ପୁଣିଥରେ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶ ପୋଲିସ ରବିବାର କହିଛି, କେତେଜଣ ଅସାମାଜିକ ଲୋକ ବିଭିନ୍ନ ସ୍ଥାନରେ...

ମରିୟମଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଲେ ଇମ୍ରାନ

ଇସଲାମାବାଦ,୨୨ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଇମ୍ରାନ ଖାନ୍‌ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି। ମୁଲତାନରେ ଏକ ସମାବେଶକୁ ସମ୍ବୋଧିତ...

ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ: ଚାଇନାର ବିରୋଧ

ଜାତିସଂଘ,୧୮ା୬: ପାକିସ୍ତାନର ଶୀର୍ଷ ଲଶ୍କର-ଇ-ତୋଇବା ନେତା ଅବଦୁଲ ରେହମନ ମକ୍କିଙ୍କୁ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତ ଓ...

Advertisement
Archives

Model This Week