ଶୁଟିଂ ବେଳେ ଚେତାଶୂନ୍ୟ ହେଲେ ବରୁଣ ଧଓ୍ବନ

ମୁମ୍ବାଇ: କଳାକାର ହେବ ତ ଅଭିନେତା ବରୁଣ ଧଓ୍ବନଙ୍କ ଭଳି,ଯିଏକି ନିଜ କାମକୁ ଶହେ ପ୍ରତିଶତ ଦେବାକୁ ସର୍ବଦା ଚେଷ୍ଟିତ। ଏଭଳି କିଛି ଚର୍ଚ୍ଚା ଆଜିକାଲି ବଲିଉଡ୍‌ର ଗଳିକନ୍ଦିରେ ହେଉଛି। କଥା କ’ଣ କି..! ନିକଟରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ର ଶୁଟିଂ ସେଟ୍‌ରେ ବରୁଣ ଚେତାଶୂନ୍ୟ ହୋଇଯାଇଥିଲେ। ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ ସେ ଲଗାତାର ଭାବେ କାମ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଥମେ ଥଣ୍ଡାଜ୍ୱର ଏବଂ ପରେ ରକ୍ତଚାପ କମ୍‌ ହେବା ଯୋଗୁ ସେ ଦୁର୍ବଳ ହୋଇଯାଇଥିଲେ। ଫିଲ୍ମଟି ନୃତ୍ୟଭିତ୍ତିକ ହୋଇଥିବାରୁ ବରୁଣଙ୍କୁ ଅଧିକ ସମୟ ରିହର୍ସଲ କରିବାକୁ ପଡ଼ୁଥିଲା। ମଙ୍ଗଳବାର ସେ ଏକ ଦୃଶ୍ୟର ଶୁଟିଂ କରୁଥିବା ସମୟରେ ଚେତା ହରାଇଥିଲେ। ତୁରନ୍ତ ଡାକ୍ତରମାନେ ଆସି ତାଙ୍କର ପରୀକ୍ଷା କରିଥିଲେ। ଜ୍ୱର ଓ ରକ୍ତଚାପ କମ୍‌ ହୋଇଯାଇଥିବା ହେତୁ ଡାକ୍ତର ତାଙ୍କୁ କିଛି ଦିନ ଆରାମ କରିବାକୁ କହିଥିଲେ। ମାତ୍ର ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ସେ ପୁନର୍ବାର ସେଟ୍‌କୁ ଫେରିଥିଲେ। ଡବଲ ସିପ୍ଟରେ କାମ କରି ସେ ଫିଲ୍ମର ଶୁଟିଂ ଶେଷ କରିଥିଲେ। ବରୁଣଙ୍କ କାମ ପ୍ରତି ଏଭଳି ମନୋଭାବକୁ ଅନେକେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେବ୍‌ ସିରିଜ୍‌ ‘ଇଭିଲ ଆଇ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ ଗାୟକ ତଥା ଅଭିନେତା ସ୍ବାମୀ ନିକ୍‌ ଜୋନାସଙ୍କ ଯୋଡ଼ି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି...

‘ଜିରୋ’ ପରେ ଶାହାରୁଖଙ୍କ ହାତ ଖାଲି

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୨୭ ବର୍ଷ ଧରି ରାଜ୍‌ କରି ଆସିଥିବା ବାଦ୍‌ଶାହା ତଥା ଶାହାରୁଖଙ୍କ ହାତ ଏବେ ପୂରା ଖାଲି। ‘ଜିରୋ’ଫିଲ୍ମ ପରଠାରୁ ଶାହାରୁଖ୍‌ ଆଉ...

ବାପାଙ୍କୁ ‘ହିରୋ’ ବୋଲି ସମ୍ବୋଧନ କଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଆୟାଜିତ ସ୍ବତନ୍ତ୍ର...

ସୁହାନା, ଅନନ୍ୟାଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ମାଇଁ ନେମ୍‌ ଇଜ୍‌ ଖାନ୍‌’: ମାତ୍ର କାଟିଦିଆଯାଇଥିଲା ତାଙ୍କ ସିନ୍‌

ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଡ ଅଫ୍‌ ଦି ଇୟର-୨’ରୁ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏଥିରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ...

ଅନିଲଙ୍କୁ କାହିଁକି ୧୭ଥର ଚାପୁଡା ମାରିଥିଲେ ଜ୍ୟାକି

ମୁମ୍ବାଇ: ବଲିଉଡ୍‌ ନାୟକ ଅନିଲ କପୁରଙ୍କୁ ଜ୍ୟାକି ଶ୍ରଫ ୧୯୮୯ରେ ୧୭ ଥର ଚାପୁଡା ମାରିଥିଲେ। ହେଲେ କାହିଁକି ଏବେ ତା’ର ରାଜ୍‌ ଖୋଲିଛନ୍ତି ବଲିଉଡ୍‌...

ଦ ଜୋୟା ଫ୍ୟାକ୍ଟର: ସୋନମ କପୁର ଶେୟାର କଲେ ମୋଶନ ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌...

ଗୁଆହାଟୀ ଫିଲ୍ମ ଫେଷ୍ଟିଭାଲରେ ‘ଅନ୍ତର୍ଧ୍ୱନୀ’

ଶାନ୍ତନୁ ଏବଂ ଶାଲିନୀ ଦୁଇ ଜଣ ସାଙ୍ଗ। ଦିନେ ହଠାତ୍‌ ଶାଲିନୀ ଅନ୍ତର୍ଦ୍ଧାନ ହୋଇଯାଉଛି। ତାକୁ କିପରି ଠାବ କରିବ ସେଥିପାଇଁ ଶାନ୍ତନୁ ନିଜ ଜୀବନକୁ...

ସୁଶାନ୍ତଙ୍କ ଭିଡିଓ ପୋଷ୍ଟ କରିଥିବା ଫଟୋଗ୍ରାଫରଙ୍କୁ ତାଗିଦ୍‌ କରି ଏପରି କିଛି କହିଥିଲେ ଦୀପିକା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ସୁଶାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାରକୁ ନିଆଯିବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *