ଶୁକ୍ରବାରରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ: ୨ ଦିନ ଛୁଟି ପରେ ୧୫ରେ ଚାଲିବ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଗୋଟିଏ ଦିନ ପରେ ୧୩ ଓ ୧୪ ତାରିଖ ମାସର ଦ୍ୱିତୀୟ ଶନିବାର ଏବଂ ରବିବାର ପାଇଁ ଛୁଟି ରହିବ। ୧୫ ତାରିଖଠାରୁ ଅଧିବେଶନ ନିୟମିତ ଚାଲିବ। ଅଧିବେଶନ କାଳରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବିଭିନ୍ନ ରିପୋର୍ଟ ଏବଂ ୨୦୧୯-୨୦ ପାଇଁ ଆପତ୍‌କାଳୀନ ପାଣ୍ଠିରେ ଥିବା ଖର୍ଚ୍ଚ ଦାବି ଉପସ୍ଥାପନ କରାଯିବ। ଜୁଲାଇ ୧୫ରୁ ଅଗଷ୍ଟ ୧ ତାରିଖ ଯାଏ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆଗତ ହୋଇଥିବା ବଜେଟର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଜୁଲାଇ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍‌ ବିଧାନସଭାରେ ଅନୁମୋଦନ ଲାଭ କରିବ। ଏହି ସମୟରେ ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ସଂଶୋଧର ପାଇଁ ମଧ୍ୟ ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି।
ବିଜେଡି ସରକାରର ପଞ୍ଚମ ପାଳିର ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ୍‌ ୨୫ରୁ ଆରମ୍ଭ ହୋଇଥିଲା। ଜୁଲାଇ ୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲା। ଏହି ସମୟରେ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଆଗତ କରାଯାଇଥିଲା। ଏଥିସହିତ ଉପବାଚସ୍ପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍‌ ଅପବ୍ୟବହାର କଲେ କରାଯିବ ସିଜ୍‌: ପୋଲିସ କମିଶନର

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ହସ୍ପିଟାଲ, ମିଡିଆ, ବ୍ୟାଙ୍କ କର୍ମଚାରୀଙ୍କୁ ଗାଡ଼ି ପାସ୍‌ ମିଳିଛି। ଘରୁ ଅଫିସ ଯିବା ପାଇଁ ଏହି ପାସ୍‌ ଇସ୍ୟୁ ହୋଇଛି। ମାତ୍ର କିଛି...

ପୋଡ଼ିଗଲା ମୋଡେମ୍‌, ୫ ଦିନ ହେଲା ଇଣ୍ଟରନେଟ୍‌ ବନ୍ଦ: ରସୁଲଗଡ଼ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଇଣ୍ଟରନେଟ୍‌ ମୋଡେମ୍‌ ପୋଡ଼ିଯିବାରୁ ରସୁଲଗଡ଼ ପୋଷ୍ଟ ଅଫିସ ୫ଦିନ ହେବ ଅଚଳ ହୋଇପଡିଛି। ଚିଠି କାରବାର ବାଧାପ୍ରାପ୍ତ ହୋଇଥିବାବେଳେ ଇଣ୍ଟରନେଟ୍‌ ଉପରେ ନିର୍ଭର...

ଖୁବ୍‌ଶୀଘ୍ର ବଦଳିବେ ବିରୋଧୀ ଦଳ ନେତା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଖୁବଶୀଘ୍ର ବଦଳିବେ ବିରୋଧୀ ଦଳ ନେତା। ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ବଦଳିପାରନ୍ତି। ଏନେଇ ଭାଜପା ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ମାଟି ଅତଡ଼ା ଧସି ଶ୍ରମିକଙ୍କ ମୃତ୍ୟୁ

ପୁରୁଣା ଭୁବନେଶ୍ୱର,୨୪ା୧୨(ଡି.ଏନ୍‌.ଏ.): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଜେମାଦେଇପୁର ସ୍କୁଲ ନିକଟରେ ଖୋଳାଯାଇଥିବା ଗାତରେ ମାଟି ଅତଡ଼ା ଧସି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଆଜି ୪୫୭ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୩ ଜଣ...

ରାଜଧାନୀରୁ ୨୭୭ କରୋନା ପଜିଟିଭ ଚିହ୍ନଟ: ସେଥିରୁ ୯୬ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୫।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶନିବାର ପୁଣି ୨୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୭୭ ମଧ୍ୟରୁ ୧୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୯୬ ଜଣ...

ଆକାଶ ଛୁଆଁ ଟମାଟୋ ଦର

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ଟମାଟୋ କିଲୋ ୧୦୦ ଟଙ୍କା ଅତିକ୍ରମ କରିଛି । ବଜାରରେ ଏହା ୧୦୦ରୁ ୧୨୦ରେ...

ରାଜସ୍ବ, ଅବକାରୀ ବିଭାଗର ଖର୍ଚ୍ଚଦାବି ମଞ୍ଜୁର

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଯାଇଛି। ସୋମବାର ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା...

Advertisement
Archives

Model This Week