ଶୀର୍ଷ ୬ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୯୮,୫୦୨ କୋଟି ବୃଦ୍ଧି

ନୂଆଦିଲ୍ଲୀ,୨୧-୪: ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀଙ୍କ ମଧ୍ୟରେ ୬ଟିର ବଜାର ପୁଞ୍ଜୀକରଣ ଗତ ସପ୍ତାହରେ ୯୮,୫୦୨.୪୭ କୋଟି ଟଙ୍କା ବଢ଼ିଛି। ତନ୍ମଧ୍ୟରୁ ଆଇଟି ସେକ୍ଟରରେ ଅଗ୍ରଣୀ କମ୍ପାନୀ ଟିସିଏସ୍‌ ସବୁଠାରୁ ଲାଭାନ୍ବିତ ହୋଇଛି। ଗୁରୁବାର ବନ୍ଦ ପରେ ଲାଭରେ ରହିଥିବା ଅନ୍ୟ କମ୍ପାନୀଗୁଡ଼ିକ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌), ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏଚ୍‌ୟୁଏଲ୍‌, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ରହିଛି। ଅନ୍ୟପକ୍ଷରେ ଆଇଟିସି, ଏଚ୍‌ଡିଏଫ୍‌ସି, ଇନ୍‌ଫୋସିସ୍‌ ଏବଂ ଏସ୍‌ବିଆଇର ବଜାର ପୁଞ୍ଜୀକରଣ ହ୍ରାସ ପାଇଛି। ମହାବୀର ଜୟନ୍ତୀ ଏବଂ ଗୁଡ଼ ଫ୍ରାଇଡେ କାରଣରୁ ଷ୍ଟକ୍‌ ମାର୍କେଟ ବୁଧବାର ଏବଂ ଶୁକ୍ରବାର ବନ୍ଦ ରହିଥିଲା। ଆଲୋଚ୍ୟ ସପ୍ତାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ପୁଞ୍ଜୀକରଣ ୨୫,୯୫୭.୧୮ କୋଟି ବୃଦ୍ଧି ପାଇ ୮,୭୬,୫୮୫.୮୧ କୋଟି ଟଙ୍କା, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୬୮୦୮.୨୬ କୋଟି ବଢ଼ି ୬,୨୩,୬୭୮.୦୬ କୋଟି ଟଙ୍କାରେ ପହଞ୍ଚତ୍ ଯାଇଛି। ଆଇସିଆଇସିଆଇ ବ୍ୟାଙ୍କର ମୂଲ୍ୟ ୬୭୩୯.୫୧ କୋଟି ଟଙ୍କା ବଢ଼ି ୨,୬୧,୦୧୮.୩୭ କୋଟି ଟଙ୍କା ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୂଲ୍ୟ ୫୯୬୬.୪୪ କୋଟି ଟଙ୍କା ବୃଦ୍ଧି ପାଇ ୨,୬୨,୭୮୯.୪୦ କୋଟି ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀରେ ୧.୪୯ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୩: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି, ଯାହାର ପ୍ରତିଫଳ ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)...

୮୦% କ୍ଷମତାରେ ଘରୋଇ ଉଡ଼ାଣ

ନୂଆଦିଲ୍ଲୀ,୪।୧୨ – ଲକ୍‌ଡାଉନ କଟକଣାକୁ ସରକାର ପର୍ଯ୍ୟାୟକ୍ରମେ କୋହଳ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶ ମଧ୍ୟରେ ବିମାନ ଚଳାଚଳ ଲାଗି ବିଭିନ୍ନ ସୁବିଧା କରୁଛନ୍ତି।...

ଷ୍ଟାର୍ଟଅପ୍‌ରେ ୪୦% ମହିଳା ଉଦ୍ୟମୀ

ଭୁବନେଶ୍ୱର:  ଭାରତୀୟ ଷ୍ଟାର୍ଟଅପ୍‌ ବ୍ୟବସ୍ଥାରେ ଓଡ଼ିଶା ଷ୍ଟାର୍ଟଅପ୍‌ଗୁଡିକର ସ୍ଥାନ ତୃତୀୟ। ରାଜ୍ୟରେ ବର୍ତ୍ତମାନ ୧୦୩୪ ଷ୍ଟାର୍ଟଅପ୍‌ ରହିଥିବା ବେଳେ ସେଥିମଧ୍ୟରୁ ୪୦% ଭାଗ ମହିଳା ଉଦ୍ୟମୀ ବୋଲି...

୧୪୩ ସାମଗ୍ରୀର ଦାମ୍‌ ବଢ଼ିବା ଆଶଙ୍କା, ପାମ୍ପଡ଼-ଗୁଡ଼-ଚକୋଲେଟ ହୋଇପାରେ ମହଙ୍ଗା…

ନୂଆଦିଲ୍ଲୀ, ୨୪।୪ : ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ମାସରେ ହେବାକୁ ଥିବା ଜିଏସଟି ବୈଠକରେ ସରକାର ଜିଏସଟି ଦରରେ ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା।...

କର୍ମଚାରୀ କମ୍ପାନୀର ବଡ଼ ସମ୍ପତ୍ତି

ଭୁବନେଶ୍ୱର,୧୯।୫: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତଜାର୍ତୀୟ ପରିବାର ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାର...

୧୮% କମିଲା ଇନ୍ଧନ ବ୍ୟବହାର

ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ଲାଗି ସାରା ଦେଶରେ ଇନ୍ଧନ ଚାହିଦା ମାର୍ଚ୍ଚ ମାସରେ ୧୮% ଖସିଛି। ଏହା ଗୋଟିଏ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ଧରଣର ହ୍ରାସ...

ଆଜିଠୁୁ ହିଲ୍‌ସା ଫୁଡ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ତଥା ପ୍ରିମିୟମ ହୋଟେଲ ଚେନ୍‌ ସ୍ବି ପ୍ରିମିୟର ହୋଟେଲ ଭୁବନେଶ୍ୱରର ଗୁର୍‌ମିତ ରେଷ୍ଟୁରାଣ୍ଟରେ ଶୁକ୍ରବାରଠାରୁ ହିଲ୍‌ସା ଫୁଡ୍‌ ଫେଷ୍ଟିଭାଲ ଆରମ୍ଭ ହେବାକୁ...

୨୬୧୩ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୩୦-୧୨: ଦେଶର ପୁଞ୍ଜି ବଜାରରେ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର୍ସ(ଏଫ୍‌ପିଆଇ) ମାନେ ଡିସେମ୍ବରରେ ୨୬୧୩ କୋଟି ଟଙ୍କାର ନିବେଶ କରିଛନ୍ତି। କର୍ପୋରେଟଗୁଡିକର ଲାଭ ଆଶା ଭଳି ବିଭିନ୍ନ...

Advertisement
Archives

Model This Week