ଶୀତ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଶୀତ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନରେ ମାତ୍ରାଧିକ ଭିଡ଼ ଓ ପର୍ଯ୍ୟଟକଙ୍କୁ ସୁହାଇବା ଭଳି ଜନପ୍ରିୟ ମାର୍ଗରେ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରାଯାଇଛି। ହାଓଡ଼ା, କଲିକତା, ଶାଲିମାର, ସାନ୍ତ୍ରାଗାଛି, ବେଙ୍ଗାଲୁରୁ, ସିକନ୍ଦରାବାଦ, ଶ୍ରୀକାକୁଲମ, ତିରୁପତି, ଚେନ୍ନାଇ, ପଣ୍ଡିଚେରୀ, କୋଏମ୍ବାଟୁର, ବିଶାଖାପାଟଣା, ଆରକୁ ଦିଗକୁ ସ୍ବତନ୍ତ୍ର ଟ୍ରେନ୍‌ କରାଯାଇଛି। ୦୮୪୦୩-୦୮୪୦୪ ପୁରୀ-ସାନ୍ତ୍ରାଗାଛି ମାର୍ଚ୍ଚ ୨୮ ପର୍ଯ୍ୟନ୍ତ, ୦୮୦୩୭-୦୮୦୩୮ ଶାଲିମାର-ପୁରୀ-ସାନ୍ତ୍ରାଗାଛି ଜାନୁୟାରୀ ୧୮ ପର୍ଯ୍ୟନ୍ତ, ୦୩୧୦୧-୦୩୧୦୨ କୋଲକାତା-ପୁରୀ-କୋଲକାତା ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ବେଙ୍ଗାଲୁରୁ ଆଡ଼କୁ ୦୮୩୦୧-୦୮୩୦୨ ସମ୍ବଲପୁର-ବନ୍‌ସଓ୍ବାଡ଼ି ସ୍ପେଶାଲ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ, ୦୮୬୩୫-୦୮୬୩୬ ହାଟିଆ-ବେଙ୍ଗାଲୁରୁ ସ୍ପେଶାଲ ଫେବୃୟାରୀ ୨୮ ପର୍ଯ୍ୟନ୍ତ, ସିକନ୍ଦରାବାଦ ଆଡକୁ ୦୮୪୦୭-୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ ସ୍ପେଶାଲ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ, ୦୭୪୩୭-୦୭୪୩୮ କାଚେଗୁଡ଼ା-ଟାଟା ସ୍ପେଶାଲ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ, ୦୭୧୪୭-୦୭୧୪୮ ଶ୍ରୀକାକୁଲମ-କାଚେଗୁଡ଼ା ସ୍ପେଶାଲ ଫେବୃୟାରୀ ୨୪ ପର୍ଯ୍ୟନ୍ତ ଓ ୦୮୫୦୧-୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚଳାଚଳ କରିବ। ତିରୁପତିକୁ ୦୮୫୭୩-୦୮୫୭୪ ବିଶାଖାପାଟଣା-ତିରୁପତି ସ୍ପେଶାଲ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ, ଚେନ୍ନାଇକୁ ୦୮୪୨୧-୦୮୪୨୨ ସାନ୍ତ୍ରାଗାଛି-ଚେନ୍ନାଇ ସ୍ପେଶାଲ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ, ୦୬୦୧୦-୦୬୦୦୯ ସାନ୍ତ୍ରାଗାଛି-ପଣ୍ଡିଚେରୀ ଫେବୃୟାରୀ ୨୯ ପର୍ଯ୍ୟନ୍ତ, ୮୦୮୧୩-୮୦୮୧୪ ସାନ୍ତ୍ରାଗଛି-କୋଏମ୍ବାଟୁର ଫେବୃୟାରୀ ୨୮ ପର୍ଯ୍ୟନ୍ତ ଓ ବିଶାଖାପାଟଣାକୁ ୦୮୫୧୭-୦୮୫୧୮ ବିଶାଖାପାଟଣା-ଆରକୁ ସ୍ପେଶାଲ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚଳାଚଳ କରିବ। ଏହିସବୁ ଟ୍ରେନ ପାଇଁ ଯାତ୍ରୀମାନେ ଆଇଆର୍‌ସିଟି ଆପ୍‌ ଓ କାଉଣ୍ଟରରୁ ଟିକଟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା କରୋନା ଗ୍ରାଫ୍‌: ଆଜି ୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ସୋମବାର ରାଜ୍ୟରୁ ୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

‘ଧରଣୀଧରଙ୍କ ନୀତିଆଦର୍ଶର ପ୍ରାସଙ୍ଗିକତା ରହିଛି’

ଭୁବନେଶ୍ୱର,୬ା୫(ବ୍ୟୁରୋ): କେନ୍ଦୁଝର ଭୂୟାଁ ସମ୍ପ୍ରଦାୟର ଲୋକେ ଅତ୍ୟାଚାରୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ବହୁବାର ବିଦ୍ରୋହ କରିଥିଲେ। ସେଥିମଧ୍ୟରୁ ପ୍ରମୁଖ ବିଦ୍ରୋହ ଥିଲା ଧରଣୀଧରଙ୍କ ନେତୃତ୍ୱାଧୀନ...

ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ...

ଶେଷରେ ଗିରଫ ହେଲେ ଚିଲିକା ବିଧାୟକ

ଖୋର୍ଦ୍ଧା ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୨।୩: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି।...

ଗୟାଧରକୁଁ ଚିକିତ୍ସା ଲାଗି ପଠାଲା ପର୍‌ଶାସନ

ପର୍ଲା, ୧୮।୧ (ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗଁାର ଗୟାଧର ଲୋହାର(୨୫)କୁଁ ପରଶାସନ ଶୁକୁରବାର ଉଧାର କରି ଚିକିଛା ଲାଗି ଜିଲା ମୁଖିଆ...

ଗୁମର ଖୋଲି ସର୍ତ୍ତରେ ଆସିଲେ ଡେଭିଡ୍‌

ଭୁବନେଶ୍ୱର,୮।୧୨(ବ୍ୟୁରୋ): ଟାଟା ମୋଟର୍ସ କମ୍ପାନୀରେ ଚାକିରି ଦେବା ଆଳରେ ଠକେଇ କରି ଜେଲ ଯାଇଥିବା ଆକାଶ ପାଠକଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟରଙ୍କୁ କ୍ରାଇବ୍ରାଞ୍ଚ ଟିମ୍‌...

୨୨୬୧ ପଞ୍ଚାୟତରେ ୧,୨୫,୨୩୭ ଅସହାୟଙ୍କୁ ଖାଦ୍ୟ ବଣ୍ଟନ:୬୦ ପ୍ରତିଶତ ହିତାଧିକାରୀଙ୍କୁ ମିଳିଛି ପେନ୍‌ସନ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଜରିଆରେ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।...

ମନୋଜ ରଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ପୁରୀ ଗୋବର୍ଦ୍ଧନ ପୀଠର ମୁଖପାତ୍ର ବୋଲାଉଥିବା ମନୋଜ ରଥଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ...

Advertisement
Archives

Model This Week