ଶୀତଳଭଣ୍ଡାର, ଆଳୁମିଶନ ବନ୍ଦ ଆରୋପ ମହାରଥୀଙ୍କୁ ବାଧିଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : କାଲିଠୁ ମୁଁ ଖାଇନି। ଆପଣ ମନ୍ତ୍ରୀ ହୋଇଥିଲେ କ’ଣ ଏକଥା ସହିପାରିଥାନ୍ତେ! ମୋର ସବୁ ସମ୍ମାନ ଆପଣଙ୍କ ପାଖରେ। ବୁଧବାର ମୋହନ ମାଝିଙ୍କ ପ୍ରଶ୍ନୋତ୍ତର ବେଳେ ଅର୍ଥମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଲେ, ତାହା ମୋତେ ବହୁତ ବାଧିଛି। ଆପଣ ଏସବୁକୁ ଗୃହର ବିବରଣୀରୁ ବାଦ୍‌ ଦିଅନ୍ତୁ। ବାଦ୍‌ ନ ଦେଲେ ବିଧାନସଭା ଶେଷ ହେବାଯାଏ ମୁଁ ଆଉ ଗୃହକୁ ଆସିବି ନାହିଁ। ପୂର୍ବତନ କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗୁରୁବାର ବିଧାନସଭାରେ ଏଭଳି କାକୁତିମିନତି ହୋଇ କହିଛନ୍ତି।
ଶୂନ୍ୟକାଳରେ ମହାରଥୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ମୁଁ କୃଷିମନ୍ତ୍ରୀ ଥିଲାବେଳେ ରାଜ୍ୟରେ ମାତ୍ର ୨୬ଟି ଶୀତଳଭଣ୍ଡାର ଚାଲୁଥିଲା। ମୋ ସମୟରେ ଏହା ୪୮କୁ ବୃଦ୍ଧି ପାଇଲା। ମୁଁ କୃଷିମନ୍ତ୍ରୀ ଥିବାବେଳେ ରାଜ୍ୟକୁ ୪ଥର କୃଷି କର୍ମଣ ପୁରସ୍କାର ମିଳିଛି। ବୁଧବାର ମନ୍ତ୍ରୀ କହିଲେ, ମୋ’ ସମୟରେ ଶୀତଳଭଣ୍ଡାର ଓ ଆଳୁମିଶନ ବନ୍ଦ ହୋଇଛି। ଏହାକୁ ମୁଁ ତୀବ୍ର ବିରୋଧ କରୁଛି। ସାତଥର ବିଧାୟକ ହେଲିଣି, ଏମିତି ମୋତେ କେବେ ବାଧି ନ ଥିଲା। ରାତିରେ ମୋତେ ନିଦ ହୋଇନାହିଁ। ମୁଁ ଆପଣଙ୍କୁ ହାତ ଯୋଡୁଛି ମନ୍ତ୍ରୀ ମୋ ବିଷୟରେ କହିଥିବା ବକ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍‌ ଦିଅନ୍ତୁ। ବାଚସ୍ପତି ମହାରଥୀଙ୍କ ଉଦ୍‌ବେଗକୁ ଦେଖି କହିଥିଲେ ଯେ, ବିବରଣୀରେ ଯଦି କୌଣସି ଆପତ୍ତି ଥାଏ, ତେବେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ । ବାଚସ୍ପତିଙ୍କ ଏଭଳି ଆଶ୍ୱାସନା ବାଣୀ ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ହଜମ ହେଲା ନାହିଁ। ସେ ଠିଆ ହୋଇ ବିରୋଧ କରିବା ସହ କହିଥିଲେ ଯେ, ଯେତେବେଳେ ଯାହା ଚାହିଁବେ ବିବରଣୀରୁ ବାଦ୍‌ ଦେଇଦେବେ। ଗୃହ ଏଭଳି ଚାଲେ ନାହିଁ। ବିଜେଡି ସରକାର ସମୟରେ ସମସ୍ତ ଶୀତଳଭଣ୍ଡାର ବନ୍ଦ ହୋଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri